Posted inUncategorized

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ ସମ୍ପର୍କୀୟ ଲୋକଙ୍କ ଆବଶ୍ୟକତାରୁ ଅଧିକ ହସ୍ତକ୍ଷେପ ବହୁ ବିଶୃଙ୍ଖଳା ସୃଷ୍ଟିକରେ। ତେଣୁ ଠିକ୍‌ ସମୟରେ ସତର୍କ ହୋଇଯିବା ଜରୁରୀ…

ବେଳେବେଳେ ସମ୍ପର୍କୀୟମାନେ ପାରିବାରିକ ସମ୍ପର୍କ ଭିତରକୁ ଜୋର ଜବରଦସ୍ତ ଚାଲିଆସନ୍ତି ଓ ବ୍ୟକ୍ତିଗତ ଜୀବନରେ ମଧ୍ୟ ହସ୍ତକ୍ଷେପ କରନ୍ତି। ଆଉ ଆବଶ୍ୟକତାଠାରୁ ଅଧିକ ହସ୍ତକ୍ଷେପ ଫଳରେ ବହୁ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ହୁଏତ କେତେକଙ୍କର ଉଦ୍ଦେଶ୍ୟ ଖରାପ ହୋଇ ନ ଥାଇପାରେ, କିନ୍ତୁ ଅନେକ ସମୟରେ ସେମାନଙ୍କ ବ୍ୟବହାର ପାଇଁ ସମ୍ପର୍କରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ଏଭଳି ସମ୍ପର୍କୀୟଙ୍କ ସହ ଚାଲାକଭାବରେ କାମ କରିବାକୁ ହେବ। ଫଳରେ ସମ୍ପର୍କ ଖରାପ ହେବ ନାହିଁ କି ପରିବାରରେ କୌଣସି ପ୍ରକାର ସମସ୍ୟା ମଧ୍ୟ ରହିବ ନାହିଁ। ତେଣୁ ଏଥିପାଇଁ କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ କିଛି ଉପାୟ ଜାଣିରଖନ୍ତୁ।
ସୀମା ଭିତରେ:ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କୁ ଜଣାଇଦିଅନ୍ତୁ କି କେଉଁ ପ୍ରସଙ୍ଗ ଆପଣଙ୍କର ଅତ୍ୟନ୍ତ ବ୍ୟକ୍ତିଗତ ଓ ସେ ସମ୍ପର୍କରେ ଅନ୍ୟ କାହାର ବି ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। କିନ୍ତୁ ଏହି କଥା କହିବା ସମୟରେ ପ୍ରଥମେ ସମ୍ପର୍କୀୟଙ୍କ ମନୋଭାବକୁ ଲକ୍ଷ୍ୟକରନ୍ତୁ। ଏହା ବ୍ୟତୀତ ତାଙ୍କୁ ଏଭଳି କୋମଳ ଓ ଭଦ୍ର ଭାବରେ କୁହନ୍ତୁ ଯେପରି ସେ ଆପଣଙ୍କ କଥାକୁ ଖରାପ ଭାବିବେ ନାହିଁ। ଏମିତିକି ଉଦାହରଣ ଢଙ୍ଗରେ ମଧ୍ୟ କହିପାରିବେ କି ଏସବୁ ପ୍ରସଙ୍ଗରେ କୌଣସି କଥା ଶେୟାର କରିବାକୁ ଆପଣ ଚାହାନ୍ତି ନାହିଁ ଓ କେହି ବି ଏସବୁ କଥା ଅନ୍ୟମାନଙ୍କ ଆଗରେ ଶେୟାର କରିବା କଥା ନୁହେଁ। ଏହିଭଳି ଭାବରେ ନିଜ ବ୍ୟକ୍ତିଗତ ସମ୍ପର୍କରେ ଏକ ସୀମା ସ୍ଥିର କରନ୍ତୁ। ଫଳରେ ସମ୍ପର୍କରେ କୌଣସି ସମସ୍ୟା ଆସିବ ନାହିଁ।
ଶାନ୍ତଭାବରେ: ବ୍ୟକ୍ତିଗତ ସମ୍ପର୍କରେ କେହି ହସ୍ତକ୍ଷେପକଲେ ବିରକ୍ତ ଲାଗେ ନିଶ୍ଚୟ। ତେଣୁ ସେ ସମୟରେ ରାଗରେ ପାଟିରୁ ବହୁ କଟୁ କଥା ବାହାରି ଆସେ। ମାତ୍ର ଏହା ଆଦୌ ଠିକ୍‌ ନୁହେଁ। ଏଭଳି ପରିସ୍ଥିତିରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପ୍ରକାଶ କରିବା ବଦଳରେ ଶାନ୍ତ ଭାବରେ ଚିନ୍ତାକରି ସେହି ଅନୁସାରେ କଥା ହୁଅନ୍ତୁ। ନଚେତ୍‌ ଗୋଟିଏ ସମସ୍ୟା ସମାଧାନ କରିବାକୁ ଯାଇ ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିପାରନ୍ତି। ତେଣୁ ଶାନ୍ତ ଭାବରେ ହିଁ ଏସବୁ ବିଷୟରେ ମତ ରଖନ୍ତୁ। ଆଗ୍ରେସିଭ୍‌ ହୋଇ କିଛି କହିବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ଓ ସମ୍ପର୍କ ମଧ୍ୟ ଅଧିକ ବିଗିଡ଼ି ଯାଇପାରେ। ତେଣୁ ଶାନ୍ତ ରହିବା ଅଧିକ ଜରୁରୀ।
ଉଦ୍ଦେଶ୍ୟ ବୁଝନ୍ତୁ: କେତେଜଣ ସମ୍ପର୍କୀୟ ଥାନ୍ତି ଯେଉଁମାନେ ପ୍ରକୃତରେ ହୃଦୟରୁ ଆପଣଙ୍କ ଭଲ ଚିନ୍ତା କରନ୍ତି। ସମ୍ପର୍କରେ କୌଣସି ପ୍ରକାର ସମସ୍ୟା ଯେପରି ନ ଆସିବ ସେଥିପାଇଁ ସେମାନେ ପରାମର୍ଶ ଦେବାକୁ ଚାହାନ୍ତି। ସେଭଳି ବ୍ୟକ୍ତିଙ୍କୁ ଚିହ୍ନିବାକୁ ଚେଷ୍ଟାକରନ୍ତୁ। ନଚେତ୍‌ ସେମାନେ କିଛି ଭଲ ଉଦ୍ଦେଶ୍ୟରେ ପରାମର୍ଶ ଦେବାକୁ ଚାହୁଁଥିବେ, କିନ୍ତୁ ଆପଣ ତାଙ୍କୁ ବିପରୀତ ବ୍ୟବହାର କରିବେ। ଏହି ଦୃଷ୍ଟିରୁ ବିଚାରକରି ସେମାନଙ୍କ ସହ କଥା ହେବା ବୁଦ୍ଧିମାନ୍‌ ଗୃହିଣୀଙ୍କ ଲକ୍ଷଣ ହୋଇଥାଏ।
ବଦଳାନ୍ତୁ ପ୍ରସଙ୍ଗ: ସମ୍ପର୍କ କ୍ଷେତ୍ରରେ ସବୁ ସମୟରେ କଥା ବଢ଼ାଇବା ବଦଳରେ କଥାକୁ ଆଭଏଡ୍‌ କରିବା ବେଶି ଭଲ। ଏହି ନୀତିରେ ସମ୍ପର୍କୀୟମାନେ ଯଦି ବ୍ୟକ୍ତିଗତ ପ୍ରସଙ୍ଗରେ ଚର୍ଚ୍ଚାକରି ମଜା ନେବାକୁ ଚାହୁଁଥିବେ ତା’ହେଲେ ସେ ସମୟରେ ଚତୁରତାର ସହ ହସି ହସି କଥା ବଦଳେଇଦେବା ଦରକାର। ସ୍ନେହପୂର୍ଣ୍ଣ ଭାବରେ ହସି ହସି ଏହି ପରିସ୍ଥିତିକୁ ଖୁବ୍‌ ସୁନ୍ଦରଭାବରେ ହ୍ୟାଣ୍ଡେଲ କରିହେବ। କୌଣସି ପ୍ରକାର ଯୁକ୍ତିତର୍କ ହେବ ନାହିଁ ଓ ସମସ୍ତଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ।
ଚର୍ଚ୍ଚା କରନ୍ତୁ: ବାରମ୍ବାର କହିବା ପରେ ବି କେହି ଯଦି ଆପଣଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ହସ୍ତକ୍ଷେପକରି ବିଶୃଙ୍ଖଳା ସୃଷ୍ଟିକରିବାକୁ ଚାହୁଁଥାନ୍ତି ସେତେବେଳେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ସମ୍ପୃକ୍ତ ସମ୍ପର୍କୀୟଙ୍କ ଏଭଳି ଉଦ୍ଦେଶ୍ୟ ନେଇ ସମସ୍ତଙ୍କ ଆଗରେ ଜଣାନ୍ତୁ। ଏ ସମୟରେ ପରିବାର ଲୋକଙ୍କୁ ଆପଣ ଏକାଠି ରଖିବାକୁ ଚେଷ୍ଟା କରନ୍ତୁ। ଆଲୋଚନା ମାଧ୍ୟମରେ ବାହାର ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେବାକୁ ସମସ୍ତଙ୍କୁ କୁହନ୍ତୁ। ଏସବୁ କଥାକୁ ନେଇ ସମସ୍ତଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଫଳରେ ଭବିଷ୍ୟତରେ କାହା ମଧ୍ୟରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri