‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି ସମୟରେ ବଲିଉଡ୍‌ର ବିଶିଷ୍ଟ ଅଭିନେତା ଅନୁପମ ଖେର୍‌ ଏହାକୁ ହିନ୍ଦୀ ଭାଷାରେ ନିର୍ମାଣ କରିବା ନେଇ ମଧ୍ୟ ଘୋଷଣା କରିଥିଲେ, ଯାହା ସମସ୍ତଙ୍କୁ ଖୁସି ଆଣିଦେଇଥିଲା। ନିକଟରେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛି। ଏହି ଚଳଚ୍ଚିତ୍ର ଓଡ଼ିଆ ସିନେ ଜଗତର ମାନ ବୃଦ୍ଧି କରିବା ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବ ଆଣିଦେଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ସେ ଏହି ଫିଲ୍ମରୁ ପ୍ରଥମ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରୁ ଜାତୀୟ ସ୍ତରରେ ପହଞ୍ଚିପାରିଥିବା ପଟ୍ଟନାୟକଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଚଳଚ୍ଚିତ୍ର ପୁରସ୍କାର ପାଇବାର ମୁହୂର୍ତ୍ତ କିପରି ଥିଲା?
ବହୁତ ଖୁସିଥିଲି। ମୋ’ ବାପା ପ୍ରଯୋଜକ ଭାବେ ତାଙ୍କ ପ୍ରଥମ ସିନେମା ହାକିମ ବାବୁ ପାଇଁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଆଉ ମୁଁ ଏବେ ନିର୍ଦ୍ଦେଶକ ଭାବେ ମୋ ପ୍ରଥମ ଫିଲ୍ମ ‘ପ୍ରତୀକ୍ଷା’ ପାଇଁ ଏହି ପୁରସ୍କାର ପାଇଲି। ମୋ ବାପାଙ୍କ ଆଶୀର୍ବାଦ ଥିବାରୁ ଏହା ସମ୍ଭବ ହୋଇପାରିଲା ବୋଲି ପୁରସ୍କାର ଗ୍ରହଣ ସମୟରେ ଭାବିଥିଲି। ଜଣେ ଫିଲ୍ମ ନିର୍ମାତା ପାଇଁ ଏହି ପୁରସ୍କାର ବହୁତ ବଡ଼ କଥା। ଗର୍ବ ଅନୁଭବ ହେଉଥିଲା। ପୂରା ଟିମ୍‌ ପାଇଁ ଏହା ଏକ ସଫଳତା। ଆଉ ଡବଲ୍‌ ଖୁସି ଏଥିପାଇଁ ଯେ, ଫିଲ୍ମ ରିଲିଜ ପରେ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ସଫଳତା ମିଳିଲା।
ବିଷୟରେ କ’ଣ କହିବେ?
‘ପ୍ରତୀକ୍ଷା’ ହେଉଛି ମୋ ଲାଇଫ୍‌ ଷ୍ଟୋରି। ଫିଲ୍ମରେ ଦର୍ଶାଯାଇଛି ଯେ, ପୁଅ ବେକାରି ଥିବ ଆଉ ସେ ଚାହୁଁଥିବ ତା’ ବାପା ମରିଯାଉ, ତାକୁ ଚାକିରି ମିଳୁ। ଏହି ୨ଟି ଜିନିଷକୁ ଛାଡ଼ିଦେଲେ ବାକି ସବୁ କିଛି ମୋ ସହିତ ଘଟିସାରିଛି। ସେଥିପାଇଁ ଫିଲ୍ମ କଲାବେଳେ ବେଶି ସଂଘର୍ଷ କରିବାକୁ ପଡ଼ିଲାନି। ଏହି ସିନେମା ମୋ’ ପାଇଁ ସବୁବେଳେ ସ୍ବତନ୍ତ୍ର ହୋଇରହିବ।
ପିଲାଙ୍କୁ ନେଇ ଏହି ଚଳଚ୍ଚିତ୍ର କରିବାର ଅନୁଭୂତି କିପରି ଥିଲା?
କେବଳ ଅଭିନେତ୍ରୀ କି ଅଭିନେତା ନୁହେଁ, ପରଦା ପଛରେ ବି ଅନେକେ ରହିଛନ୍ତି, ଯେଉଁମାନଙ୍କର ଏହା ଥିଲା ପ୍ରଥମ ସିନେମା। ନୂଆ ଟିମ୍‌ ଥିଲା। କିଛି ଗୋଟେ ନୂଆ କରିବାର ଆଶା ନେଇ ବାହାରି ପଡ଼ିଥିଲୁ। ଦର୍ଶକ ପ୍ରେକ୍ଷାଳୟକୁ ଯାଇ ସିନେମା ଦେଖି ଯେମିତି ନିଜକୁ ତାଙ୍କ ଭିତରେ ଦେଖିପାରିବେ ସେମିତି ସିନେମା କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। ଲାଭ କି ବ୍ୟବସାୟ ଏମିତି କି ପୁରସ୍କାର ପାଇଁ ମଧ୍ୟ ଆମେ ସେତେବେଳେ ଭାବି ନ ଥିଲୁ। ଆମେ ବାସ୍‌ ପରିଶ୍ରମ କରିଥିଲୁ। ସମସ୍ତଙ୍କ ସହଯୋଗରେ ପ୍ରତୀକ୍ଷା ଆଜି ଜାତୀୟ ସ୍ତରରେ ପହଞ୍ଚିପାରିଛି। ଷ୍ଟୋରି ସହ ସମସ୍ତେ ଇମୋଶନାଲି ଆଟାଚ୍‌ ଥିଲେ।
କ’ଣ ସବୁ ପ୍ରୋଜେକ୍ଟ ଅଛି?
ଆଗାମୀ ଜାନୁୟାରୀରେ ଫିଲ୍ମ ‘ତ୍ରିକନ୍ୟା’ ମୁକ୍ତିଲାଭ କରିବା କଥା ଚିନ୍ତା କରିଛୁ। ଆଉ ଏକ ହରର୍‌ ମୁଭି ‘ଦହନ’ର ମଧ୍ୟ ଶୁଟିଂ ସରିଯାଇଛି। ଏଥିସହ ଗ୍ୟାଙ୍ଗ୍ସ ଅଫ୍‌ ପୁରୀର ୨ୟ ପାର୍ଟ, ଗ୍ୟାଙ୍ଗ୍ସ ଅଫ୍‌ ବରମପୁର ଉପରେ କାମ ଚାଲିଛି। ଅନ୍ୟପକ୍ଷେ ପ୍ରତୀକ୍ଷାର ହିନ୍ଦୀ ସ୍କ୍ରିପ୍ଟିଂ ମଧ୍ୟ ଚାଲିଛି।
ନିର୍ମାଣ ବେଳେ କେଉଁ ସବୁ କ୍ଷେତ୍ର ପ୍ରତି ଧ୍ୟାନ ଦିଅନ୍ତି?
ପ୍ରଥମ କଥା ହେଉଛି ଆମେ କାହା ପାଇଁ ଫିଲ୍ମ କରୁଛୁ। ଲୋକ ୨୦୦/୩୦୦ ଟଙ୍କା ଦେଇ ହଲ୍‌ ଯିବେ, ତାଙ୍କୁ ସେଭଳି କିଛି କଣ୍ଟେଣ୍ଟ ଦରକାର, ଯାହା ତାଙ୍କୁ ଭଲ ଲାଗିବ। ଓଡ଼ିଶାରେ ଫ୍ୟାମିଲି ଡ୍ରାମା ସିନେମା ବେଶି ହୁଏ। ଲୋକ ମଧ୍ୟ ଦେଖିବାକୁ ଭଲ ପାଆନ୍ତି। ଲୋକଙ୍କୁ କ’ଣ ଦେଖେଇବାର ଅଛି ତାହା ପ୍ରଥମେ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟରେ ବର୍ତ୍ତମାନ ଲୋକଙ୍କୁ ବହୁତ ଅପ୍ସନ୍‌ ମିଳିଗଲାଣି। ତାଙ୍କୁ ଯାହା ଭଲ ଲାଗୁଛି ତୁମେ ଯଦି ନ ଦେଖାଇବ ତା’ହେଲେ ସେମାନେ ସଙ୍ଗେସଙ୍ଗେ ଚ୍ୟାନେଲ ଚେଞ୍ଜ କରିଦେବେ। ତେଣୁ ଟେକ୍ନିକାଲି ମଧ୍ୟ ଆମକୁ ଭଲ ସିନେମା କରିବାକୁ ପଡ଼ିବ।
ଓଲିଉଡ୍‌ରେ ଚାଲିଥିବା ବିବାଦ ପ୍ରସଙ୍ଗରେ କିଛି କହିବାକୁ ଚାହିଁବେ?
ଆଗ ଭଲ ସିନେମା କର, ତା’ପରେ ଝଗଡ଼ା ହୁଅ। ସବୁ ପରେ ବି ଏହା ଆମମାନଙ୍କର ଇଣ୍ଡଷ୍ଟ୍ରି। ଏକରେ ତ ସିନେମା ଶିଳ୍ପର ମାନ କମିଯାଇଛି। ଏମିତି ହେଲେ ତ ସାଧାରଣ ଦର୍ଶକଙ୍କ ନଜରରେ ଆମ ଇଣ୍ଡଷ୍ଟ୍ରି ଆହୁରି ତଳକୁ ଯିବ। ସିନେମା ଆମର ବାହାରକୁ ଯାଉଛି, ତାକୁ କେହି ଦେଖୁ ନ ଥିବେ କି ଦେଖାଉ ନ ଥିବେ। ବର୍ତ୍ତମାନ ପାଇଁ ସମସ୍ତେ ମିଳିମିଶି କାମ କରିବା ନିହାତି ଦରକାର। ବିବାଦ ଯେତେ ବଢ଼ିବ ଇଣ୍ଡଷ୍ଟ୍ରି ସେତେ ବୁଡ଼ିବ।

ପ୍ରିୟ ଖାଦ୍ୟ?
ବିରିୟାନୀ
ସମୟରେ କ’ଣ
କରିବାକୁ ଭଲ ଲାଗେ?
ଟ୍ରାଭେଲିଂ ଓ କିଛି ଲେଖାଲେଖି କରେ। ମୋର ଫେଭରାଇଟ୍‌ ଜୋନ୍‌ ହରର୍‌ । ତେଣୁ ହରର୍‌ ଷ୍ଟୋରି, ନଭେଲ, ଥ୍ରୀଲର ପଢ଼ିବାକୁ ମଧ୍ୟ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri