ଗରାଏ ପାଇଁ ଘଣ୍ଟାଏ

ଆଠମଲ୍ଲିକ,୩ା୬(ଡି.ଏନ.ଏ.): ଗରାଏ ପାଣି ପାଇଁ ହେବାକୁ ପଡ଼ୁଛି ବଡ଼ ଦହଗଞ୍ଜ। ନିକଟରେ ନଳକୂଅ ଥିଲେ ବି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା। ସକାଳ ହେଉ କି ରାତି, ସବୁବେଳେ ଲାଗୁଛି ଲମ୍ବା ଲାଇନ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ କାରଣରୁ ଏପରି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି ଲୋକଙ୍କୁ। ହେଲେ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତବାସୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।
ଲୁହାସିଙ୍ଗା ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ୧୪ଟି ଗଁା ବିଶିଷ୍ଟ ଏହି ପଞ୍ଚାୟତର ଜନସଂଖ୍ୟା ୩୪ଶହରୁ ଅଧିକ ହେବ। ମହାନଦୀ ଠାରୁ ପଞ୍ଚାୟତର ଦୂରତା ମାତ୍ର ଦେଢ଼ରୁ ୨ କି.ମି.। କିନ୍ତୁ କେବଳ ଲୁହାସିଂହା ଗଁାକୁ ବାଦ୍‌ଦେଲେ ଅନ୍ୟ ୧୩ଟି ଗଁାରେ ପାନୀୟ ଜଳ ସମସ୍ୟା ଅତି ଉତ୍କଟ। ଲୁହାସିଂହାରେ ପାଇପ୍‌ ପାଣି ପ୍ରକଳ୍ପ ଥିବାବେଳେ ପଞ୍ଚାୟତର ମୋଟ୍‌ ୧୨ଟି ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ୪୯ଟି ନଳକୂପ ଖୋଳାଯାଇଛି। ହେଲେ ଧାତବ ଅଂଶ ପାଣିରେ ଅଧିକ ପରିମାଣର ରହୁଥିବାରୁ ୪ଟି ନଳକୂପ ବ୍ୟବହାରକୁ ନିଷେଧ କରାଯାଇଛି। ଅନ୍ୟ କେତୋଟି ନଳକୂଅର ଜଳସ୍ତର ଖସିଯାଇଥିବାରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଏପରି କି କିଛି ନଳକୂଅରୁ ଥରକେ ମାତ୍ର ୧୦ରୁ ୧୨ ଗରା ପାଣି ବାହାରିପାରୁଛି। ତେଣୁ ଏପରି ନଳକୂଅ ନିକଟରେ ପାଣି ପାଇଁ ଦୀର୍ଘ ଘଣ୍ଟା ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି କୂଅଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ପଞ୍ଚାୟତର କିଛି ଗ୍ରାମରେ ପୋଖରୀ ଥିଲେ ମଧ୍ୟ ଦୀର୍ଘଦିନ ହେଲା ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବାରୁ ଗୃହପାଳିତ ପ୍ରାଣୀମାନେ ପିଇବା ପାଣି ପାଇପାରୁ ନାହାନ୍ତି। ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଲୁହାସିଂହା ପରି ତେନ୍ତୁଳିପଦର, ପତାକା, ଡାହିମାଳ, ରାଣୀପଖାଳ, କୁସୁମକୁହୁରି, ଦୋଳମୁଣ୍ଡି, ବଙ୍କୁଆଳ, କେନ୍ଦୁପଟି, ପୋଡ଼ପଦାର, ରଣାମୁଣ୍ଡା, ପାଣ୍ଡିରଖୋଳ, ନୂଆକେନ୍ଦୁପା ଗ୍ରାମରେ ପାଇପ୍‌ ପାଣି ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରାଯାଇଛି। ହେଲେ ଆଠମଲ୍ଲିକସ୍ଥିତ ମହାନଦୀରେ ହେବାକୁ ଥିବା ମେଗା ଜଳଯୋଗାଣ ପ୍ରକଳ୍ପ କଥା କହି ପ୍ରଶାସନ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି। ଏହାଛଡ଼ା ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ହେଉଥିବା ଦାବିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ। ଫଳରେ ପତାକା ସହିତ ଅନ୍ୟ କିଛି ଗ୍ରାମରେ ଲୋକେ ଗମ୍ଭୀର ଜଳକଷ୍ଟ ଭୋଗୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri