ସଡ଼କ ଅପେକ୍ଷାରେ ସାତ ଦଶନ୍ଧି

ଢେଙ୍କାନାଳ ଅଫିସ, ୧୩।୭ ବିକାଶ ଦେଖୁଛି ଗାଁ। ବଦଳୁଛି ଗ୍ରାମାଞ୍ଚଳର ଚିତ୍ର। ପକ୍କା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବିଦ୍ୟୁତ୍‌ ଭିତ୍ତିଭୂମିଠାରୁ ଆରମ୍ଭ କରି ଆନୁଷଙ୍ଗିକ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି ବିପୁଳ ଟଙ୍କା। ହେଲେ ରାଜ୍ୟରେ ଏଭଳି ବି ଗ୍ରାମ ରହିଛି, ଯେଉଁଠି ସ୍ବାଧୀନତାର ୭ ଦଶନ୍ଧି ପରେ ବି ତିଆରି ହୋଇପାରିନି ସବୁଦିନିଆ ରାସ୍ତା। ମୁମୂର୍ଷୂ ଅବସ୍ଥାରେ ଛଟପଟ ହେଉଥିବା ରୋଗୀ ବାହୁଙ୍ଗି ଭାରରେ ବୁହା ହୋଇ ଆସୁଛନ୍ତି ଡାକ୍ତରଖାନା। ଖରାଦିନେ ମୁନ୍ଦାଏ ବିଶୁଦ୍ଧ ପାଣି ପାଇଁ ଲୋକେ ଛଟପଟ ହେଉଥିବାବେଳେ ବର୍ଷାଦିନେ ଭୋଗୁଛନ୍ତି ଜଳବନ୍ଦୀ ଜୀବନ। କୌଣସି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲାର ଶିଳ୍ପବହୁଳ ଓଡ଼ାପଡ଼ା ବ୍ଲକ ଅଧୀନ କୋତ୍ତମ ପଞ୍ଚାୟତର ୫ନଂ. ଓ୍ବାର୍ଡ ଖଇରାସାହି ଗ୍ରାମରେ ଦେଖିବାକୁ ମିଳିଛି ବିକାଶର ଏଭଳି ବିକଳ ଚିତ୍ର।
ପୁରୁଣାକଟକ-ସମ୍ବଲପୁର ରାସ୍ତାରୁ ମାତ୍ର ୩ କି.ମି. ଏବଂ ପଞ୍ଚାୟତ ସଦରରୁ ୫ କି.ମି. ଦୂରରେ ଅବସ୍ଥିତ ଖଇରାସାହିରେ ବାସ କରୁଛନ୍ତି ଅନୁସୂଚିତ ଜାତିର ପ୍ରାୟ ୫୦ ପରିବାର। ହେଲେ ଅଦ୍ୟାବଧି ଗ୍ରାମବାସୀଙ୍କ ପାଖରେ ଅପହଞ୍ଚ ହୋଇ ରହିଛି ସର୍ବନିମ୍ନ ମୌଳିକ ସୁବିଧା। ଅଞ୍ଚଳବାସୀଙ୍କ କହିବା କଥା, ନିର୍ବାଚନ ଆସିଲେ ଜନପ୍ରତିନିଧିଙ୍କ ଦର୍ଶନ ମିଳେ। ସ୍ବାଧୀନତାର ୭୪ବର୍ଷ ପରେ ଗାଁକୁ ପକ୍କା ରାସ୍ତାଟିଏ ହୋଇ ନ ପାରିବା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି। ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଆମ୍ବୁଲାନ୍ସ ତ ଦୂରର କଥା ବାଇକ୍‌ ଯିବା ମଧ୍ୟ କଷ୍ଟକର। ଜରୁରୀ ସମୟରେ ବଡ଼କଷ୍ଟରେ ରୋଗୀଙ୍କୁ ଭାର କରି ସାପୁଆ ନଦୀ ପାର କରାଇବାକୁ ପଡୁଛି। ଗ୍ରାମରେ ଥିବା ଏକମାତ୍ର ନଳକୂପ ଅଧିକାଂଶ ସମୟ ଅଚଳ ହୋଇପଡୁଥିବାରୁ ଦୂଷିତ ନଦୀ ପାଣି ବ୍ୟବହାର କରିବାକୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହେଉଛନ୍ତି। ୬ କିଲୋମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କୋମଳମତି ପିଲାଙ୍କ କାମରେ ଆସୁନାହିଁ। ଏଭଳି ଅନେକ ସମସ୍ୟା ବିକାଶର ପଥ ଅବରୋଧ କରିଛି। ବାରମ୍ବାର ଜନପ୍ରତିନିଧି ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଲୋକଙ୍କ ଭାଗ୍ୟ ବଦଳୁନାହିଁ। ଗତ ରବିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ଏକ ପ୍ରତିନିଧିମଣ୍ଡଳୀ ଗ୍ରାମରେ ସଭା କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଖଇରାସାହିବାସୀଙ୍କ ଦାବି ଖୁବ୍‌ଶୀଘ୍ର ପ୍ରଶାସନ ନିକଟରେ ଉପସ୍ଥାପନ କରାଯିବ ବୋଲି ଦଳର ଜିଲା ଆବାହକ ପଙ୍କଜ କୁମାର ନାୟକ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନା କୁହନ୍ତି, ପଞ୍ଚାୟତ ତରଫରୁ ରାସ୍ତା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ପଠାଇଲେ ତଦନୁଯାୟୀ ଅଟକଳ କରାଯିବ। ଏହାକୁ ଡିଆର୍‌ଡିଏକୁ ପଠାଯିବ। ସେଠାରୁ ଯେତେଶୀଘ୍ର ପ୍ରକଳ୍ପ ମଞ୍ଜୁର ହୋଇ ଆସିବ, ସେତେଶୀଘ୍ର କାର୍ଯ୍ୟକାରୀ ହେବ।
ରାଜସ୍ବ ଗ୍ରାମକୁ ରାସ୍ତା ନାହିଁ
ଖଇରା ସାହି ଏକ ରାଜସ୍ବ ଗ୍ରାମ। ହେଲେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। ଗମନାଗମନ ପାଇଁ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଶତାଧିକ ଜନସାଧାରଣ ଉପକୃତ ହେବେ।
-ପ୍ରଭାତ ମହାପାତ୍ର, ଗ୍ରାମବାସୀ
ମିଳୁନି ମୌଳିକ ସୁବିଧା
ଗ୍ରାମରେ ଅନେକ ସମସ୍ୟା ରହିଛି। ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଛୋଟ ପିଲାମାନେ ପାଠ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଭଲ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରାଯିବ।
-ଚିନ୍ମୟୀ ବିଶ୍ୱାଳ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri