ସଡ଼କ ଅପେକ୍ଷାରେ ସାତ ଦଶନ୍ଧି

ଢେଙ୍କାନାଳ ଅଫିସ, ୧୩।୭ ବିକାଶ ଦେଖୁଛି ଗାଁ। ବଦଳୁଛି ଗ୍ରାମାଞ୍ଚଳର ଚିତ୍ର। ପକ୍କା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବିଦ୍ୟୁତ୍‌ ଭିତ୍ତିଭୂମିଠାରୁ ଆରମ୍ଭ କରି ଆନୁଷଙ୍ଗିକ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି ବିପୁଳ ଟଙ୍କା। ହେଲେ ରାଜ୍ୟରେ ଏଭଳି ବି ଗ୍ରାମ ରହିଛି, ଯେଉଁଠି ସ୍ବାଧୀନତାର ୭ ଦଶନ୍ଧି ପରେ ବି ତିଆରି ହୋଇପାରିନି ସବୁଦିନିଆ ରାସ୍ତା। ମୁମୂର୍ଷୂ ଅବସ୍ଥାରେ ଛଟପଟ ହେଉଥିବା ରୋଗୀ ବାହୁଙ୍ଗି ଭାରରେ ବୁହା ହୋଇ ଆସୁଛନ୍ତି ଡାକ୍ତରଖାନା। ଖରାଦିନେ ମୁନ୍ଦାଏ ବିଶୁଦ୍ଧ ପାଣି ପାଇଁ ଲୋକେ ଛଟପଟ ହେଉଥିବାବେଳେ ବର୍ଷାଦିନେ ଭୋଗୁଛନ୍ତି ଜଳବନ୍ଦୀ ଜୀବନ। କୌଣସି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲାର ଶିଳ୍ପବହୁଳ ଓଡ଼ାପଡ଼ା ବ୍ଲକ ଅଧୀନ କୋତ୍ତମ ପଞ୍ଚାୟତର ୫ନଂ. ଓ୍ବାର୍ଡ ଖଇରାସାହି ଗ୍ରାମରେ ଦେଖିବାକୁ ମିଳିଛି ବିକାଶର ଏଭଳି ବିକଳ ଚିତ୍ର।
ପୁରୁଣାକଟକ-ସମ୍ବଲପୁର ରାସ୍ତାରୁ ମାତ୍ର ୩ କି.ମି. ଏବଂ ପଞ୍ଚାୟତ ସଦରରୁ ୫ କି.ମି. ଦୂରରେ ଅବସ୍ଥିତ ଖଇରାସାହିରେ ବାସ କରୁଛନ୍ତି ଅନୁସୂଚିତ ଜାତିର ପ୍ରାୟ ୫୦ ପରିବାର। ହେଲେ ଅଦ୍ୟାବଧି ଗ୍ରାମବାସୀଙ୍କ ପାଖରେ ଅପହଞ୍ଚ ହୋଇ ରହିଛି ସର୍ବନିମ୍ନ ମୌଳିକ ସୁବିଧା। ଅଞ୍ଚଳବାସୀଙ୍କ କହିବା କଥା, ନିର୍ବାଚନ ଆସିଲେ ଜନପ୍ରତିନିଧିଙ୍କ ଦର୍ଶନ ମିଳେ। ସ୍ବାଧୀନତାର ୭୪ବର୍ଷ ପରେ ଗାଁକୁ ପକ୍କା ରାସ୍ତାଟିଏ ହୋଇ ନ ପାରିବା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି। ବର୍ଷା ଦିନେ କାଦୁଅ ପଚପଚ ରାସ୍ତାରେ ଆମ୍ବୁଲାନ୍ସ ତ ଦୂରର କଥା ବାଇକ୍‌ ଯିବା ମଧ୍ୟ କଷ୍ଟକର। ଜରୁରୀ ସମୟରେ ବଡ଼କଷ୍ଟରେ ରୋଗୀଙ୍କୁ ଭାର କରି ସାପୁଆ ନଦୀ ପାର କରାଇବାକୁ ପଡୁଛି। ଗ୍ରାମରେ ଥିବା ଏକମାତ୍ର ନଳକୂପ ଅଧିକାଂଶ ସମୟ ଅଚଳ ହୋଇପଡୁଥିବାରୁ ଦୂଷିତ ନଦୀ ପାଣି ବ୍ୟବହାର କରିବାକୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହେଉଛନ୍ତି। ୬ କିଲୋମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କୋମଳମତି ପିଲାଙ୍କ କାମରେ ଆସୁନାହିଁ। ଏଭଳି ଅନେକ ସମସ୍ୟା ବିକାଶର ପଥ ଅବରୋଧ କରିଛି। ବାରମ୍ବାର ଜନପ୍ରତିନିଧି ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଲୋକଙ୍କ ଭାଗ୍ୟ ବଦଳୁନାହିଁ। ଗତ ରବିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ଏକ ପ୍ରତିନିଧିମଣ୍ଡଳୀ ଗ୍ରାମରେ ସଭା କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଖଇରାସାହିବାସୀଙ୍କ ଦାବି ଖୁବ୍‌ଶୀଘ୍ର ପ୍ରଶାସନ ନିକଟରେ ଉପସ୍ଥାପନ କରାଯିବ ବୋଲି ଦଳର ଜିଲା ଆବାହକ ପଙ୍କଜ କୁମାର ନାୟକ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନା କୁହନ୍ତି, ପଞ୍ଚାୟତ ତରଫରୁ ରାସ୍ତା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ପଠାଇଲେ ତଦନୁଯାୟୀ ଅଟକଳ କରାଯିବ। ଏହାକୁ ଡିଆର୍‌ଡିଏକୁ ପଠାଯିବ। ସେଠାରୁ ଯେତେଶୀଘ୍ର ପ୍ରକଳ୍ପ ମଞ୍ଜୁର ହୋଇ ଆସିବ, ସେତେଶୀଘ୍ର କାର୍ଯ୍ୟକାରୀ ହେବ।
ରାଜସ୍ବ ଗ୍ରାମକୁ ରାସ୍ତା ନାହିଁ
ଖଇରା ସାହି ଏକ ରାଜସ୍ବ ଗ୍ରାମ। ହେଲେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। ଗମନାଗମନ ପାଇଁ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଶତାଧିକ ଜନସାଧାରଣ ଉପକୃତ ହେବେ।
-ପ୍ରଭାତ ମହାପାତ୍ର, ଗ୍ରାମବାସୀ
ମିଳୁନି ମୌଳିକ ସୁବିଧା
ଗ୍ରାମରେ ଅନେକ ସମସ୍ୟା ରହିଛି। ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଛୋଟ ପିଲାମାନେ ପାଠ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ବ୍ଲକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଭଲ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରାଯିବ।
-ଚିନ୍ମୟୀ ବିଶ୍ୱାଳ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri