ପୁରୀ,୭ା୬(ଅଜିତ୍ କୁମାର ମହାନ୍ତି):ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏ ନେଇ ପୁରୀ ବାସିନ୍ଦା ଶ୍ରୀକାନ୍ତ ଦାସ କହିଛନ୍ତି, ସେ ପୂର୍ବରୁ ପ୍ରତ୍ୟେକ ଦିନ ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ମାତ୍ର ଗୋଟିଏ ଦ୍ୱାର ଦେଇ ଯିବା ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ଲାଗୁ ହେବା ପରେ ପ୍ରତ୍ୟେକ ଦିନ ଆସିବା ସମ୍ଭବ ହୋଇପାରୁନାହିଁ। ତେବେ ୪ ଦ୍ୱାର ଖୋଲାଯିବା ନେଇ ଭାଜପାର ପ୍ରତିଶ୍ରୁତି ଯୋଗୁ ମନରେ କିଛି ଆଶା ରହୁଛି। ତେବେ ଭାଜପା ସରକାର ନିଜ କଥା କେତେଦୂର ରକ୍ଷା କରିପାରୁଛନ୍ତି ତାହା ଦେଖିବାକୁ ଅପେକ୍ଷା କରିଛୁ। ଚାରିଦ୍ୱାର ଖୋଲାଗଲେ ଗହଳି କମିଯିବ। ଭକ୍ତମାନେ ଯେଉଁ ଦ୍ୱାର ଦେଇ ଯିବାକୁ ଚାହିଁବେ ଯାଇପାରିବେ। ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିିବ ନାହିଁ। ସେହିପରି କୋଲକାତାରୁ ଆସିଥିବା ଅରୁଣ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦର୍ଶନ କରିବାକୁ ଆସିଥିଲୁ। ମାତ୍ର ଗୋଟିଏ ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବା ପାଇଁ ଅନୁମତି ଥିବାରୁ ଖରାରେ ଛିଡ଼ାହେବାକୁ ପଡୁଛି। ଚାରିଦ୍ୱାର ଖୋଲାଯିବାର ଆବଶ୍ୟତା ରହିଛି। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଙ୍ଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ଭୂ-ସମ୍ପତ୍ତି ସମସ୍ୟା ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଅନୁରୋଧ କରିଥିବା ସୂଚନା ଦେଇଛନ୍ତି। ନିର୍ବାଚନୀ ରୋଡ୍ ଶୋ’ ସମୟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏଥର ଓଡ଼ିଶା ସରକାର ଶପଥଗ୍ରହଣ କରିବା ଦିନ ସେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବା ସହ ଚାରିଦ୍ୱାର ଖୋଲିଦିଅନ୍ତୁ ବୋଲି ମିଶ୍ର ତାଙ୍କ ଟୁଇଟରେ ଅନୁରୋଧ କରିଛନ୍ତି। ସେହିପରି ହଜାର ହଜାର ସ୍ଥାୟୀ ବାସିନ୍ଦାଙ୍କ ଭୂସମ୍ପତ୍ତି ସମସ୍ୟାର ସମାଧାନ କରାଯାଉ ବୋଲି ମିଶ୍ର ଅନୁରୋଧ ଜଣାଇଛନ୍ତି। ଶ୍ରୀମନ୍ଦିରର କେତେଜଣ ସେବାୟତ କହିଛନ୍ତି, ଚାରିଦ୍ୱାର ବନ୍ଦ କରି ରଖାଯିବା ଫଳରେ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ହଇରାଣ ହେବାକୁ ପଡୁଛି। ଚଳିତ ନିର୍ବାଚନରେ ବିଜେଡି ସରକାର ପତନ କ୍ଷେତ୍ରରେ ଏହି ଅସନ୍ତୋଷର ପ୍ରଭାବ ପଡ଼ିଛି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଗୋଟିଏ ଦ୍ୱାର ଦେଇ ଭକ୍ତଙ୍କୁ ଛଡ଼ାଯିବା ଫଳରେ ସେମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ନୂତନ ସରକାର ଚାରିଦ୍ୱାର ଖୋଲିବା ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଉଲ୍ଲେଖଯୋଗ୍ୟ, ଧାର୍ମିକ ତଥା ପର୍ଯ୍ୟଟନ ସହର ଭାବେ ପରିଚିତ ପୁରୀକୁ ଦୈନିକ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଆସୁଥିବାବେଳେ ଛୁଟିଦିନଗୁଡ଼ିକରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି। ବିଶେଷକରି ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ହଇରାଣ ହେଉଛନ୍ତି। ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି। ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ସେହିପରି ବେଳେବେଳେ ଭକ୍ତ ବାନ୍ତି କରିଦେଉଥିବାରୁ ଓ ଭିଡ଼ରେ କ୍ଷତାକ୍ତ ହୋଇ ରକ୍ତ ପଡୁଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି। ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି। ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ଭକ୍ତମାନେ ହଇରାଣ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ
ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
Archives


