ପୁରୀ,୭ା୬(ଅଜିତ୍ କୁମାର ମହାନ୍ତି):ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏ ନେଇ ପୁରୀ ବାସିନ୍ଦା ଶ୍ରୀକାନ୍ତ ଦାସ କହିଛନ୍ତି, ସେ ପୂର୍ବରୁ ପ୍ରତ୍ୟେକ ଦିନ ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ମାତ୍ର ଗୋଟିଏ ଦ୍ୱାର ଦେଇ ଯିବା ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ଲାଗୁ ହେବା ପରେ ପ୍ରତ୍ୟେକ ଦିନ ଆସିବା ସମ୍ଭବ ହୋଇପାରୁନାହିଁ। ତେବେ ୪ ଦ୍ୱାର ଖୋଲାଯିବା ନେଇ ଭାଜପାର ପ୍ରତିଶ୍ରୁତି ଯୋଗୁ ମନରେ କିଛି ଆଶା ରହୁଛି। ତେବେ ଭାଜପା ସରକାର ନିଜ କଥା କେତେଦୂର ରକ୍ଷା କରିପାରୁଛନ୍ତି ତାହା ଦେଖିବାକୁ ଅପେକ୍ଷା କରିଛୁ। ଚାରିଦ୍ୱାର ଖୋଲାଗଲେ ଗହଳି କମିଯିବ। ଭକ୍ତମାନେ ଯେଉଁ ଦ୍ୱାର ଦେଇ ଯିବାକୁ ଚାହିଁବେ ଯାଇପାରିବେ। ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିିବ ନାହିଁ। ସେହିପରି କୋଲକାତାରୁ ଆସିଥିବା ଅରୁଣ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦର୍ଶନ କରିବାକୁ ଆସିଥିଲୁ। ମାତ୍ର ଗୋଟିଏ ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବା ପାଇଁ ଅନୁମତି ଥିବାରୁ ଖରାରେ ଛିଡ଼ାହେବାକୁ ପଡୁଛି। ଚାରିଦ୍ୱାର ଖୋଲାଯିବାର ଆବଶ୍ୟତା ରହିଛି। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଙ୍ଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ଭୂ-ସମ୍ପତ୍ତି ସମସ୍ୟା ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଅନୁରୋଧ କରିଥିବା ସୂଚନା ଦେଇଛନ୍ତି। ନିର୍ବାଚନୀ ରୋଡ୍ ଶୋ’ ସମୟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏଥର ଓଡ଼ିଶା ସରକାର ଶପଥଗ୍ରହଣ କରିବା ଦିନ ସେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବା ସହ ଚାରିଦ୍ୱାର ଖୋଲିଦିଅନ୍ତୁ ବୋଲି ମିଶ୍ର ତାଙ୍କ ଟୁଇଟରେ ଅନୁରୋଧ କରିଛନ୍ତି। ସେହିପରି ହଜାର ହଜାର ସ୍ଥାୟୀ ବାସିନ୍ଦାଙ୍କ ଭୂସମ୍ପତ୍ତି ସମସ୍ୟାର ସମାଧାନ କରାଯାଉ ବୋଲି ମିଶ୍ର ଅନୁରୋଧ ଜଣାଇଛନ୍ତି। ଶ୍ରୀମନ୍ଦିରର କେତେଜଣ ସେବାୟତ କହିଛନ୍ତି, ଚାରିଦ୍ୱାର ବନ୍ଦ କରି ରଖାଯିବା ଫଳରେ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ହଇରାଣ ହେବାକୁ ପଡୁଛି। ଚଳିତ ନିର୍ବାଚନରେ ବିଜେଡି ସରକାର ପତନ କ୍ଷେତ୍ରରେ ଏହି ଅସନ୍ତୋଷର ପ୍ରଭାବ ପଡ଼ିଛି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଗୋଟିଏ ଦ୍ୱାର ଦେଇ ଭକ୍ତଙ୍କୁ ଛଡ଼ାଯିବା ଫଳରେ ସେମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ନୂତନ ସରକାର ଚାରିଦ୍ୱାର ଖୋଲିବା ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଉଲ୍ଲେଖଯୋଗ୍ୟ, ଧାର୍ମିକ ତଥା ପର୍ଯ୍ୟଟନ ସହର ଭାବେ ପରିଚିତ ପୁରୀକୁ ଦୈନିକ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଆସୁଥିବାବେଳେ ଛୁଟିଦିନଗୁଡ଼ିକରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି। ବିଶେଷକରି ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ହଇରାଣ ହେଉଛନ୍ତି। ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି। ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ସେହିପରି ବେଳେବେଳେ ଭକ୍ତ ବାନ୍ତି କରିଦେଉଥିବାରୁ ଓ ଭିଡ଼ରେ କ୍ଷତାକ୍ତ ହୋଇ ରକ୍ତ ପଡୁଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି। ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି। ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ଭକ୍ତମାନେ ହଇରାଣ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି।
ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!
ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…
ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!
ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…
ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…
ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…
ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ
ନୂଆଦିଲ୍ଲୀ,୨୫।୩: ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…
ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…
ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…
ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…
ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍
ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…
ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’
ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…
Archives

