ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ୧୦ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କୁ ୧୦ ଘଣ୍ଟା ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରଖାନାର ସୀମା ବିବାଦକୁ ନେଇ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ୧୯ ତାରିଖ ସକାଳେ ପୀଡ଼ିତାଙ୍କୁ ଧରି ପୋଲିସର ଏକ ଟିମ୍‌ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ଆଣିଥିଲେ। ସେଠାରେ ଡାକ୍ତରୀ ପରୀକ୍ଷା କରିବାକୁ ଡାକ୍ତର ମନା କରିଦେଇଥିଲେ। ଘଟଣାଟି ହାଟଡିହୀ ବ୍ଲକ ଶାଳନୀୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ହୋଇଥିବାରୁ ସେଠାରେ କରିବାକୁ ପଠାଇ ଦେଇଥିଲେ। ପରେ ପୋଲିସ ଟିମ୍‌ ପୀଡ଼ିତାଙ୍କୁ ଧରି ସେଠାରୁ ପ୍ରାୟ ୨୫ କିମି ଦୂର ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତେବେ ସେଠାରେ ମହିଳା ଡାକ୍ତର ନ ଥିବା କହି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ପୀଡ଼ିତା ଦୀର୍ଘ ଘଣ୍ଟା ଧରି ପୋଲିସ ଭ୍ୟାନ୍‌ରେ ବସି ରହିଥିଲେ।

ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ହୋଇଥିଲା। ଏଭଳି ଘଟଣାକୁ ନେଇ ଶନିବାର ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ସୋସୋ ଥାନା ଅଧିକାରୀ ପ୍ରଦୀପ ସେଠୀ କହିଛନ୍ତି, ଡାକ୍ତରଖାନାର ବିଧି ବ୍ୟବସ୍ଥା ଯୋଗୁ ବିଳମ୍ବ ହୋଇଥିଲା।

ଅନ୍ୟପକ୍ଷରେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ କହିଛନ୍ତି, ତାଙ୍କ ପାଖକୁ କେହି ଆସ ନ ଥିଲେ। ସନ୍ଧ୍ୟାରେ ଆସିବା ପରେ ତୁରନ୍ତ ଡାକ୍ତରୀ ପରୀକ୍ଷା କରାଯାଇଛି। ନାବାଳିକା ବ୍ୟତୀତ ଅନ୍ୟ କେସ୍‌ରେ ଉଭୟ ପୁରୁଷ ଓ ମହିଳା ଡାକ୍ତର ପରୀକ୍ଷା କରିପାରିବେ। ଯେହେତୁ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅଭିଜ୍ଞ ଡାକ୍ତର ଅଛନ୍ତି ତେଣୁ ନିୟମାନୁଯାୟୀ ପ୍ରଥମେ ସେଠାରେ ପରୀକ୍ଷା କରାଯିବା ଉଚିତ। ନ ହେଲେ ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥାଏ ବୋଲି ସେ କହିଛନ୍ତ। ଏନେଇ ଏସ୍‌ଡିପିଓ ଅନିଲ ବେଉରିଆ କହିଛନ୍ତି, ଘଟଣାକୁ ଅନୁଧ୍ୟାନ କରିବା ପରେ କହିବେ। ସେ ରବିବାର ଉକ୍ତ ଥାନାକୁ ଯାଇ ଘଟଣା ସମ୍ପର୍କରେ ବୁଝିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri