ଓ୍ବାଗନର ଗ୍ରୁପ୍‌ ରୁଷିଆ କମାଣ୍ଡରଙ୍କୁ ବନ୍ଧକ କଲା, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ,୬।୬ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୱାଗନର୍‌ ଗ୍ରୁପ ଏବଂ ରୁଷିଆର ସେନା ମଧ୍ୟରେ ପୂର୍ବରୁ ବହୁ ଥର ମନାନ୍ତର ଥିବା ଖବର ଆସିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବାସ୍ତବରେ, ୱାଗନର୍‌ ଗ୍ରୁପ ରୁଷିଆର ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ବନ୍ଧକ ରଖିଛି। କେବଳ ଏତିକି ନୁହେଁ, ୱାଗନର୍‌ ଗ୍ରୁପ ରୁଷିଆର ସେନାଧ୍ୟକ୍ଷଙ୍କ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛି। ଏହା ରୁଷିଆ ସେନା ଏବଂ ୱାଗନର୍‌ ଗ୍ରୁପ ମଧ୍ୟରେ ଥିବା ବିବାଦକୁ ସାମ୍ନାକୁ ଆଣିଛି।

ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଦେଖାଯାଉଛି ରୁଷିଆର ସେନାର ୭୨ ତମ ବ୍ରିଗେଡର କମାଣ୍ଡର ଲୁଟନାଟ କଲୋନେଲ ରୋମାନ ଭେନେଭିଟିନ ୱାଗନର୍‌ ଗ୍ରୁପ ଦ୍ୱାରା ବନ୍ଧକ ହୋଇଛନ୍ତି। ଭିଡିଓରେ ଦେଖାଯାଉଛି ମଦ୍ୟପାନ କରିଥିବା ଭେନେଭିଟିନ କହିଛନ୍ତି ସେ ତାଙ୍କ ସୈନିକମାନଙ୍କୁ ୱାଗନର୍‌ କନଭେନରେ ନିଆଁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭେନେଭିଟିନ ଏହା ମଧ୍ୟ କହିଛନ୍ତି ସେ ୱାଗନର୍‌ ଗ୍ରୁପକୁ ପସନ୍ଦ କରନ୍ତି ନାହିଁ ଏବଂ ପରେ ସେ ଏନେଇ କ୍ଷମା ମାଗିଥିଲେ।

ୟେଭେଗେନି ପ୍ରିଗୋଜିନଙ୍କ ନେତୃତ୍ୱରେ ରୁଷିଆର ସେନା ଏବଂ ୱାଗନର୍‌ ଗ୍ରୁପ ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କେବଳ ଗତ ସପ୍ତାହରେ, ପ୍ରିଗୋଜିନ କିଛି ଭିଡିଓ ଜାରି କରି ସେନା ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ପ୍ରିଗୋଜିନ କହିଥିଲେ ବାଖମୁଟରେ ତାଙ୍କର ସୈନ୍ୟମାନେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ପାଇପାରୁ ନାହାଁନ୍ତି।

ବାଗମୁଟରେ ରୁଷିଆର ବିଜୟରେ ୱାଗନର୍‌ ଗ୍ରୁପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ବର୍ତ୍ତମାନ ୱାଗନର୍‌ ଗ୍ରୁପ ର ଯୋଦ୍ଧାମାନେ ବାଖମୁଟରୁ ଫ୍ରଣ୍ଟ ଛାଡିଛନ୍ତି ଏବଂ ବର୍ତ୍ତମାନ ରୁଷିଆର ସେନା ବାଖମୁଟକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ନୀତି ଯୋଗୁଁ ତାଙ୍କ ଯୁଦ୍ଧବିମାନ ବାଖମୁଟରେ ବହୁ କ୍ଷତି ସହିଛି ବୋଲି ପ୍ରିଗୋଜିନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri