ଭୁଲ ନେଇ ପଶ୍ଚାତାପ କଲା ଓ୍ବାଗନର ଗ୍ରୁପ୍‌, ଫେରିବାକୁ ଅପିଲ କଲା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ମସ୍କୋ,୨୪।୬ : ଏକ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଯୁଦ୍ଧରେ ରୁଷିଆ ପାଇଁ ଢାଲ ଭାବରେ କାର୍ଯ୍ୟ କରୁଥିବା ୱାଗନର୍‌ ଗ୍ରୁପ ରୁଷିଆ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି। ପିଏମସି ୱାଗନର୍‌ ଭାବରେ ଜଣାଶୁଣା ଏହି ଗୋଷ୍ଠୀ ପ୍ରଥମେ ପୂର୍ବ ୟୁକ୍ରେନରେ ୨୦୧୪ ବିବାଦ ସମୟରେ ବିଶ୍ୱରେ ନିଜର ପରିଚିତି ସୃଷ୍ଟି କରିଥିଲା।
ୱାଗନର୍‌ ଗ୍ରୁପ ସାହାଯ୍ୟରେ ହିଁ ରୁଷିଆର ସେନା ୟୁକ୍ରେନ ଯୁଦ୍ଧ ସମୟରେ ବାଖମୁଟ ସହରକୁ ଦଖଲ କରିବାରେ ସଫଳ ହୋଇଥିଲା। କିନ୍ତୁ, ଆଜି ଏହି ଗୋଷ୍ଠୀ ରୁଷିଆର ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ୱାଗନର୍‌ ଗ୍ରୁପ ରାଷ୍ଟ୍ରପତି ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଛି।

ୱାଗନର୍‌ ପ୍ରାଇଭେଟ ମେଜର ୟେଭେଗେନି ପ୍ରିଗୋଜିନ ରୁଷର ସାମରିକ ନେତୃତ୍ୱକୁ ଦେଶରୁ ବହିଷ୍କାର କରିବାର ଲକ୍ଷ୍ୟ ନେଇ ମସ୍କୋ ଆଡ଼କୁ ଅଗ୍ରସର ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଗୋଷ୍ଠୀ ସହିତ ଲଢିବା ପାଇଁ ରୁଷିଆର ସେନା ମଧ୍ୟ ପ୍ରସ୍ତୁତ ହୋଇଛି। ରୁଷର ରାଜଧାନୀ ମସ୍କୋରେ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହି ସମୟରେ, ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୱାଗନର୍‌ ଗ୍ରୁପ୍‌ ମସ୍କୋ ଆଡକୁ ନ ଆସିବାକୁ ଏବଂ ପୂର୍ବରୁ ନିୟୋଜିତ ହୋଇଥିବା ସ୍ଥାନକୁ ଫେରି ଯିବାକୁ ଅପିଲ କରିଛି। ଏହାପୂର୍ବରୁ ୱାଗନର୍‌ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦାବି କରିଥିଲେ ଏହି ଗୋଷ୍ଠୀ ରୁଷିଆର ଦୁଇଟି ସହରରେ ସାମରିକ ସୁବିଧା ନିୟନ୍ତ୍ରଣ କରୁଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୟେଭେଗେନି ପ୍ରିଗୋଜିନଙ୍କୁ କୁହାଯାଇଛି ଆପଣଙ୍କ ଦଳର ଅନେକ ସୈନିକ ସେମାନଙ୍କର ଭୁଲ ବୁୂଝିପାରି ପଶ୍ଚାତାପ କରୁଛନ୍ତି। ସେମାନେ ସେମାନଙ୍କର ସ୍ଥାୟୀ ଶିବିରକୁ ଫେରିବା ପାଇଁ ସାହାଯ୍ୟ ଲୋଡିଛନ୍ତି।

ସେମାନଙ୍କର ସ୍ଥାୟୀ ବେସକୁ ଫେରିବାକୁ ଚାହୁଁଥିବା ସମସ୍ତ ୱାଗନର୍‌ ଗ୍ରୁପ ସୈନିକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆମେ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରସ୍ତୁତ।

ଶନିବାର ଭୋରୋନେଜରେ ରୁଷିଆର ସାମରିକ ସୁବିଧା ଉପରେ ନିୟନ୍ତ୍ରଣ ରଖିବାକୁ ଦାବି କରିଛନ୍ତି। ଏହାପୂର୍ବରୁ ଶନିବାର ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଜିନ କହିଥିଲେ ରୋଷ୍ଟୋଭ-ଅନ-ଡନରେ ଥିବା ଏୟାରଫିଲ୍ଡ ସମେତ ସାମରିକ ସୁବିଧାକୁ ତାଙ୍କ ସୈନ୍ୟ ନିୟନ୍ତ୍ରଣ କରୁଛନ୍ତି। ସିଏନଏନ ଆରଆଇ ନୋଭୋଷ୍ଟିଙ୍କ ଉଦ୍ଧେଶ୍ୟରେ କହିଛି ରୁଷିଆର ସୁରକ୍ଷା ବାହିନୀ ସେଣ୍ଟ ପିଟର୍ସବର୍ଗର ୱାଗନର୍‌ ସେଣ୍ଟର ବିଲ୍ଡିଂକୁ ଘେରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri