ସବୁକିଛି କ୍ଷମା କରିଦେବି କିନ୍ତୁ ଧୋକା ଦେଇଥିବା ଲୋକଙ୍କୁ ଆଦୌ ନୁହେଁ: ଓ୍ବାଗନର୍‌ ମୁଖ୍ୟଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ପୁଟିନଙ୍କ ପୁରୁଣା ଭିଡିଓ

ମସ୍କେ,୨୪।୮: ଏକ ବିମାନ ଦୁର୍ଘଟଣାରେ ୱାଗନର୍‌ ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କ ଦେହାନ୍ତ ହୋଇଛି। ଦୁଇ ମାସ ପୂର୍ବେ ଅର୍ଥାତ୍‌ ଜୁନ ଶେଷରେ ପ୍ରିଗୋଝିନ ରୁଷିଆର ସେନା ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେବେଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ୱାଗନର୍‌ ମୁଖ୍ୟଙ୍କ ମଧ୍ୟରେ ସମ୍ପର୍କ ସ୍ବାଭାବିକ ନ ଥିଲା।
ୱାଗନର୍‌ ଗ୍ରୁପ ମୁଖ୍ୟ ପ୍ରିଗୋଝିନଙ୍କ ମୃତ୍ୟୁ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହିଛନ୍ତି ଯେ, ଯେଉଁମାନେ ପ୍ରତାରଣା କରନ୍ତି ମୁଁ ସେମାନଙ୍କୁ କ୍ଷମା କରେ ନାହିଁ।
୨୦୧୮ରେ ପୁଟିନଙ୍କୁ ଏକ ସାକ୍ଷାତକାରରେ ପଚରା ଯାଇଥିଲା ଯେ, ତୁମ ନଜରରେ କିଛି କ୍ଷମା ଯୋଗ୍ୟ ବ୍ୟକ୍ତି ଅଛନ୍ତି କି? ଏହାର ଜବାବରେ ରାଷ୍ଟ୍ରପତି ପୁଟିନ କହନ୍ତି, ହଁ ଅଛନ୍ତି କିନ୍ତୁ ସମସ୍ତେ ନୁହଁନ୍ତି। ଏହା ବ୍ୟତୀତ ତାଙ୍କୁ ପଚରାଯାଇଥିଲା, ତାଙ୍କୁ କ୍ଷମା ନ କରିବାର ସର୍ତ୍ତ କ’ଣ? ଧୋକା ଦେଉଥିବା ବ୍ୟକ୍ତିଙ୍କୁ ମୁଁ ଆଦୌ କ୍ଷମା ଦିଏ ନାହିଁ ବୋଲି କହନ୍ତି ପୁଟିନ।
ସୂଚନାଯୋଗ୍ୟ,ରୁଷିଆ ରାଜଧାନୀ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଅଭିମୁଖେ ଯାଉଥିବା ଏକ ବିଜନେସ୍‌ସ ଜେଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଯାତ୍ରୀ ତାଲିକାରେ ରୁଷିଆର ଘରୋଇ ସେନା ଓ୍ବାଗନର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ ଥିବା କୁହାଯାଉଛି। ଜୁନ ଶେଷ ଆଡ଼କୁ ପ୍ରିଗୋଝିନ ରୁଷିଆ ସେନା ବିରୋଧରେ ସଶସ୍ତ୍ର ବିଦ୍ରୋହ କରି ନିଜ ସୈନ୍ୟଙ୍କ ସହ ମସ୍କୋ ଅଭିମୁଖେ ଅଗ୍ରସର ହୋଇଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁଷ ରାଷ୍ଟ୍ରପତି ଆକେଲକଜାଣ୍ଡାର ଲୁକାସେନେକୋଙ୍କ ହସ୍ତକ୍ଷେପ ପରେ ଓ୍ବାଗନର୍‌ ସେନା ପଛଘୁଞ୍ଚା ଦେଇଥିଲା। ପରବର୍ତ୍ତୀ ସମୟରେ ପ୍ରିଗୋଝିନଙ୍କ ସୈନ୍ୟ ବେଲାରୁଷରେ ଥିବା ୟୁକ୍ରେନ ବିରୋଧୀ ଶିବିରଗୁଡିକରେ ଅବସ୍ଥାନ କରିଥିବା କୁହାଯାଇଥିଲା। ଅନ୍ୟପଟେ ଦେଶ ତଥା ଦେଶ ବାହାରେ ଜଣେ ପରେ ଜଣେ ପୁଟିନ ବିରୋଧୀ ଓ ସମାଲୋଚକଙ୍କ ରହସ୍ୟଜନକ ମୃତ୍ୟୁ ଘଟି ଚାଲିଥିବାରୁ ସଦ୍ୟ ବିମାନ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡ଼ା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri