ମନରେଗା ଶ୍ରମିକଙ୍କ ବଢ଼ିଲା ମଜୁରୀ: ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୩ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ମଜୁରୀ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ହରିୟାଣାର ଦୈନିକ ସର୍ବାଧିକ ମଜୁରୀ ୩୫୭ ଟଙ୍କା ଥିବାବେେଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ସର୍ବନିମ୍ନ ସ୍ଥିର ମଜୁରୀ ଦିନକୁ ୨୨୧ ଟଙ୍କା ରହିଛି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୪ ମାର୍ଚ୍ଚରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଅଧୀନରେ ବେତନ ହାରରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା), ୨୦୦୫ ର ଧାରା ୬(୧) ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି। ମଜୁରୀ ୭ ରୁ ୨୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପ୍ରିଲ ୨ ତାରିଖରୁ ଏହା କାର୍ଯ୍ୟକାରୀ ହେବ।

ପୂର୍ବ ବର୍ଷର ହାର ତୁଳନାରେ ରାଜସ୍ଥାନ ସର୍ବାଧିକ ମଜୁରୀ ବୃଦ୍ଧି ପଞ୍ଜିକରଣ କରିଛି। ରାଜସ୍ଥାନ ପାଇଁ ସଂଶୋଧିତ ମଜୁରୀ ଦିନକୁ ୨୫୫ ଟଙ୍କା ରହିଛି। ୨୦୨୨-୨୩ ରେ ଏହା ୨୩୧ ଟଙ୍କା ଥିଲା। ଗତ ବର୍ଷ ତୁଳନାରେ ବିହାର ଏବଂ ଝାଡଖଣ୍ଡରେ ପ୍ରାୟ ଆଠ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଗତ ବର୍ଷ ଏହି ଦୁଇ ରାଜ୍ୟରେ ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ୨୧୦ ଟଙ୍କା ଥିଲା। ବର୍ତ୍ତମାନ ଏହାକୁ ୨୨୮ ଟଙ୍କାକୁ ସଂଶୋଧନ କରାଯାଇଛି।

ଛତିଶଗଡ ଏବଂ ମଧ୍ୟପ୍ରଦେଶ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ୨୨୧ ଟଙ୍କା ରହିଛି। ପୂର୍ବ ବର୍ଷ ତୁଳନାରେ ଏଥିରେ ୧୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୨-୨୩ ମସିହାରେ ଉଭୟ ରାଜ୍ୟରେ ଦୈନିକ ମଜୁରୀ ୨୦୪ ଟଙ୍କା ଥିଲା। ରାଜ୍ୟମାନଙ୍କ ପାଇଁ ମଜୁରୀ ବୃଦ୍ଧି ଦୁଇରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ସର୍ବନିମ୍ନ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ନାଟକ, ଗୋଆ, ମେଘାଳୟ ଏବଂ ମଣିପୁର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri