ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ

କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସୀ ରହିଛି। ଛତ୍ରୀନିବାସରେ ଜଣେ ହେଡ୍‌ କୁକର, ଜଣେ ଅତିରିକ୍ତ କୁକର, ୨ଜଣ ପାର୍ଟ ଟାଇମ ଶିକ୍ଷକ, ଜଣେ ଆଟେଣ୍ଡେଣ୍ଟ, ଜଣେ ୱାଡେନ ଓ ଜଣେ ଆକାଉଣ୍ଟ ରହିବା କଥା। ଏଥି ମଧ୍ୟରୁ ୨ ବର୍ଷ ହେଲା ଆକାଉଣ୍ଟ ପଦବୀ ଖାଲି ରହିଛି। ଛାତ୍ରୀ ନିବାସରେ ବର୍ତ୍ତମାନ ୧୦୬ଜଣ ଛାତ୍ରୀ ରହିଛନ୍ତି। ୨୦୧୦ରୁ ଜଣେ ମହିଳା ୱାଡେନ କାର୍ଯ୍ୟ କରି ଆସୁଛନ୍ତି।
ଛାତ୍ରୀନିବାସରେ ୱାଡେନ ୨୪ ଘଣ୍ଟା ଛାତ୍ରୀମାନଙ୍କ ସୁରକ୍ଷା ଦେବା, ସେମାନଙ୍କ ଖାଦ୍ୟ ପେୟଠାରୁ ସକାଳୁ ସା ଓ ରାତିିରେ ତାଙ୍କ ସହିତ ଶୋଇବା ନିୟମ ରହିଛି। କିନ୍ତୁ ରାତିରେ ୱାଡେନ ଛାତ୍ରୀନିବାସରେ ନ ଘରେ ରହୁଥିବା ଏବଂ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି। ଏଠାରେ ସମୁଦାୟ ୧୦୬ଜଣ ଛାତ୍ରୀ ରହୁଛନ୍ତି। ରାତିରେ ରହୁ ନ ଥିବାରୁ ୱାଡେନଙ୍କୁ ବଦଳି କରାଯିବା ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସ୍କୁଲ ଶିକ୍ଷା କମିଟି ସଭାପତି କମଳ ବନଛୋରଙ୍କୁ ପଚାରିବାରୁ ୱାଡେନ ଛାତ୍ରୀ ନିବାସରେ ରହୁନାହାନ୍ତି। ୱାଡେନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା କଥା ବୋଲି କହିଛନ୍ତି। ୱାଡେନ ବନ୍ଧନା ସାହୁଙ୍କୁ ପଚାରିବାରୁ ମୋର ଦେହ ଠିକ ରହୁ ନ ଥିବାରୁ ଛାତ୍ରୀନିବା ସବୁ କାମ ସାରି ରାତ୍ରି ୧୧ଟା ପରେ ଘରକୁ ଯାଉଛି, ପୁଣି ସକାଳେ ଆସି ନିୟମିତ କାର୍ଯ୍ୟ କରୁଛି। ମୁଁ ଛାତ୍ରୀମାନଙ୍କୁ କେବେବି ଦୁର୍ବ୍ୟବହାର କରିନାହିଁ, ରାତିରେ ଅନ୍ୟ କର୍ମଚାରୀଙ୍କୁ ଦାୟିତ୍ୱ ଦେଇ ଘରେ ରହୁଛି ବୋଲି କହିଥିଲେ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ମାଝିଙ୍କୁ ପଚାରିବାରୁ ରାତ୍ରିରେ ଛାତ୍ରୀନିବାସରେ ୱାଡେନ ଛାତ୍ରୀମାନଙ୍କ ସହିତ ରାତିରେ ନିୟମିତ ରହୁନାହାନ୍ତି, ମୁଁ ନିଜେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ଖାଦ୍ୟପେୟ, ମେଡ଼ିକାଲ ନେବା ଆଣିବା କାର୍ଯ୍ୟ କରୁଛି। ଅଭିଭାବକଙ୍କ ଅଭିଯୋଗ ଡିପିସିଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ନିକଟରେ ସବୁ ସମସ୍ୟା ଜଣେଇ ଦେଇଛି। ଡିପିସି ଭୁବନେଶ୍ୱର ଯାଇଛନ୍ତି, ଆସିଲେ ବିଚାର କରିବେ, ବର୍ତ୍ତମାନ ମୁଁ ହଷ୍ଟେଲ ଦାୟିତ୍ୱ ନେଇ ରହୁଛି ବୋଲି ପ୍ରକାଶ କରିଥିଲେ।