Posted inଜାତୀୟ

Vyapam ଦୁର୍ନୀତି: ୧୦ ବର୍ଷ ପରେ ଆସିଲା ରାୟ, ୭ ଦୋଷୀଙ୍କ ୭ ବର୍ଷ ଜେଲ ଦଣ୍ଡାଦେଶ…

ମୁମ୍ବାଇ,୨୦।୨ : ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ଭ୍ୟାପମ ଦୁର୍ନୀତି ମାମଲରେ ରାୟ ଆସିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ୧୨ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୩ ରେ ଏହି ନିଯୁକ୍ତି ପରୀକ୍ଷା ସ୍କାମ ସାମ୍ନାକୁ ଆସିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ମଧ୍ୟପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରାମ ନରେଶ ଯାଦବଙ୍କ ପୁଅ ଶୈଲେଶ ଯାଦବଙ୍କ ନିକଟରେ ପହଞ୍ଚିଥିଲା। କିନ୍ତୁ ୨୫ ମାର୍ଚ୍ଚ ୨୦୧୫ ରେ ଶୈଲେଶଙ୍କ ଆକସ୍ମିକ ମୃତ୍ୟୁ ଯୋଗୁ ଏହି ମାମଲା ନୂଆ ମୋଡ ନେଇଥିଲା। ଘରେ ସନ୍ଦେହଜନକ ଅବସ୍ଥାରେ ଶୈଲେଶଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ରାମ ନରେଶ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ସେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚୌହ୍ବାନଙ୍କ ସ୍କାନରରେ ଆସିଥିଲେ।

ମଧ୍ୟପ୍ରଦେଶର ବୃତ୍ତିଗତ ପରୀକ୍ଷା ବୋର୍ଡ (ଭ୍ୟାପମ) ମଧ୍ୟପ୍ରଦେଶରେ ଡାକ୍ତରୀ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା, ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, ନିଯୁକ୍ତି ପରୀକ୍ଷା କରିଥାଏ। ସମସ୍ତ ପରୀକ୍ଷା ସମ୍ବନ୍ଧୀୟ ପ୍ରକ୍ରିୟା କେବଳ ଭ୍ୟାପମ ଦ୍ୱାରା କରାଯାଇଥାଏ, କିନ୍ତୁ ଭ୍ୟାପମ ବିରୋଧରେ ଅଭିଯୋଗ ଆସିବାକୁ ଲାଗିଲା ଯେ ସରକାରୀ ଚାକିରୀ ପାତରଅନ୍ତର କରି ଶାଗମାଛ ଭାବେ ବଣ୍ଟନ କରାଯାଇଥାଏ। ଏଥିପାଇଁ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନରେ ଜାଲିଆତି କରାଯାଇଥାଏ। ଏକ ହଜାର ନକଲି ନିଯୁକ୍ତି ବିଷୟରେ ଗୁଜବ ଆରମ୍ଭ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମେଡିକାଲ କଲେଜରେ ମଧ୍ୟ ୫୧୪ ନକଲି ନିଯୁକ୍ତି ନେଇ ସନ୍ଦେହ ହୋଇଥିଲା।

୨୦୧୩ ମସିହାରେ,ଏମବିବିଏସ ନିଯୁକ୍ତି ପରୀକ୍ଷା ସମୟରେ ପୋଲିସ ନକଲି ପ୍ରାର୍ଥୀଙ୍କୁ ଧରିଥିଲା। ଅନୁସନ୍ଧାନରୁ ଏକ ନକଲି ନିଯୁକ୍ତି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିଲା। ପଚରାଉଚରା ବେଳେ ଡକ୍ଟର ଜଗଦୀଶ ସାଗରଙ୍କ ନାମ ଆସିଥିଲା, ଯିଏ ପଚରାଉଚରା ସମୟରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ବିଷୟରେ ପ୍ରକାଶ କରିଥିଲେ। ୧୬ ଜୁନ ୨୦୧୪ ରେ ଲକ୍ଷ୍ମୀକାନ୍ତ ଶର୍ମା, ଯିଏକି ସେହି ସମୟରେ ଭ୍ୟାପମର ଚେୟାରମ୍ୟାନ ଥିଲେ, ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଅରୋବିନ୍ଦୋ ମେଡିକାଲ କଲେଜର ଚେୟାରମ୍ୟାନ ଡକ୍ଟର ବିନୋଦ ଭଣ୍ଡାରୀ ଏବଂ ଭ୍ୟାପମର କଣ୍ଟ୍ରୋଲର ପରୀକ୍ଷକ ଡକ୍ଟର ପଙ୍କଜ ତ୍ରିବେଦୀଙ୍କୁ ଗିରଫ କରାଯାଇଥିଲା। ଚାକିରି ବଦଳରେ ଟଙ୍କା ନେଇ ପୂର୍ବତନ ମନ୍ତ୍ରୀ ଓପି ଶୁକ୍ଲାଙ୍କୁ ଧରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri