ଅସୁରକ୍ଷିତ ହାତୀପଲ

କେନ୍ଦୁଝର, ୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଜଖପୁରା-ବାଂଶପାଣି ରେଳଧାରଣା ପାଲଟିଛି ହାତୀଙ୍କ ମରଣଯନ୍ତା। ଗତ ୨୦୧୨ରୁ ଅଦ୍ୟାବଧି ରେଳ ଦୁର୍ଘଟଣାରେ ୧୧ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ରେଳ ଦୁର୍ଘଟଣା ରୋକିବା ପାଇଁ ବନ ବିଭାଗ ଓ ରେଲଓ୍ବେ ମଧ୍ୟରେ ନିୟମିତ ବୈଠକ ବସି ଏନେଇ ସତର୍କତାମୂଳକ ପଦକ୍ଷେପ ନେବାକୁ ନୀତି ପ୍ରସ୍ତୁତ ହେଉଛି, ହେଲେ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଚାଲିଛି।
ପକ୍ଷରୁ ହାତୀମାନଙ୍କ ଚଳପ୍ରଚଳ ଓ ଗତିବିଧି ଉପରେ ନଜର ରଖିବା ପାଇଁ ହାତୀ ସ୍କ୍ବାଡ୍‌ ଗଠନ କରାଯିବା ସହ ଉକ୍ତ ସ୍କ୍ବାଡକୁ ତଦାରଖ କରିବାକୁ ରେଞ୍ଜ ଅଧିକାରୀଙ୍କଠାରୁ ଡିଏଫଓ ପର୍ଯ୍ୟନ୍ତ ରହିଛନ୍ତି ା ଦୈନିକ ହାତୀମାନଙ୍କ ଉପସ୍ଥିତି, ଯାତାୟାତ ସୂଚନା ସ୍ବତନ୍ତ୍ର ବ୍ୟବସ୍ଥାରେ ମେସେଜ ଦିଆଯାଇଥାଏ ା ଫଳରେ ବିଭିନ୍ନ ରେଞ୍ଜରେ କାମ କରୁଥିବା କର୍ମଚାରୀମାନେ ହାତୀର ଉପସ୍ଥିତି ଉପରେ ସୂଚନା ପାଇପାରୁଛନ୍ତି ା ଏହି ଅନୁଯାୟୀ ଗ୍ରାମ ମୁହାଁ ହେଲେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ରେଳଲାଇନ ଆଡକୁ ଗଲେ ତୁରନ୍ତ ରେଳ ବିଭାଗକୁ ସୂଚନା ଦେଇଥାନ୍ତି ା ଫଳରେ ସେ ସମୟରେ ଯାତାୟାତ କରୁଥିବା ଟ୍ରେନ ଚାଳକମାନଙ୍କୁ ସୂଚନା ଦିଆଯାଇଥାଏ ା ଚାଳକମାନେ ତଦନୁଯାୟୀ ଟ୍ରେନର ବେଗ ନିୟନ୍ତ୍ରଣ କରିବା ସହ ନିୟମାନୁଯାୟୀ ହର୍ନ ଦେଇ ସତର୍କତାର ସହିତ ଯାତାୟାତ କରିଥାନ୍ତି ା
ବନବିଭାଗ ହାତୀ ଚଳପ୍ରଚଳ ଅଞ୍ଚଳ ଚିହ୍ନଟ କରିଛନ୍ତି। ଜଙ୍ଗଲାଞ୍ଚଳ ଦେଇ ରେଳପଥ ଯାଇଥିବାରୁ କେଉଁ କେଉଁ ସ୍ଥାନରେ ହାତୀମାନେ ରେଳପଥ ଅତିକ୍ରମ କରିଥାନ୍ତି, ସେସବୁ ସ୍ଥାନ ଚିହ୍ନଟ କରିବା ସହ ଅନେକ ସମୟରେ ହାତୀମାନଙ୍କୁ ସୁରକ୍ଷିତ ରେଳଲାଇନ ପାର କରାଇଥାନ୍ତି। ଅନେକ ସମୟରେ ଟ୍ରେନ ଚାଳକମାନେ ହାତୀପଲଙ୍କୁ ଦୂରରୁ ଦେଖି ଟ୍ରେନ ଠିଆ କରିଥାନ୍ତି ା ହାତୀପଲ ପାର ହେବା ପରେ ଯାଇଥାନ୍ତି ା
ଖାଦ୍ୟ ଅଭାବ ସାଙ୍ଗକୁ ବ୍ୟାପକ ଖଣିଖନନ, ରାସ୍ତା ଉପରେ ବେଆଇନ ପାର୍କିଂ, ବିକଟାଳ ହର୍ନ, ଉଜ୍ୱଳ ଆଲୋକ, ହାଇଓ୍ବେ ରାସ୍ତା, ରେଳଲାଇନ ଆଦି ଯୋଗୁ ହାତୀମାନେ ପଥଭ୍ରଷ୍ଟ ହୋଇ ବିଚଳିତ ହୋଇ ଏଣେତେଣେ ଧାଇଁଥାନ୍ତି। ଲୋକମାନେ ଗୋଟିଏ ଗ୍ରାମରୁ ଅନ୍ୟଗ୍ରାମକୁ ଘଉଡାଇବା ଦ୍ୱାରା ସେମାନେ ଅଧିକ ବିଚଳିତ ହୋଇପଡନ୍ତି। ଫଳରେ ହାତୀମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳ ମିଳୁ ନ ଥିବାରୁ ଅଧିକ ବ୍ୟତିବ୍ୟସ୍ତ ହୋଇପଡନ୍ତି।
୍ଯ ମେ ୧୯ରେ ଯୋଡା ବ୍ଲକ ବାଂଶପାଣି ଅଞ୍ଚଳରେ ଟ୍ରେନ ଧକ୍କାରେ ଦୁଇ ମାଈ ହାତୀ ମିଶାଇ ୩ ହାତୀର ମୃତ୍ୟୁ ହୋଇଥିବା ବେଳେ ୨୦୧୮ ନଭେମ୍ବର ୨୨ରେ ସଦର ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ନିକଟରେ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ୨୦୧୩ ମାର୍ଚ୍ଚ ୨୨ରେ ଘଟଗାଁ ବ୍ଲକ ନୀଳକଣ୍ଠେଇଶ୍ୱର ନିକଟରେ ରେଳ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ବେଳେ ୨୦୧୨ ଅଗଷ୍ଟ ୧୫ ତାରିଖରେ ଯୋଡା ବ୍ଲକ ବନ୍ଧୁବେଡା ଗ୍ରାମ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ମାଈ, ୧ ଛୁଆ ହାତୀ ମିଶାଇ ୪ ହାତୀ ମୃତ୍ୟୁବରଣ କରିଥିଲେ। ସେହିପରି ମଙ୍ଗଳବାର ଆନନ୍ଦପୁର ବନଖଣ୍ଡ ଦୈତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟରେ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ କେନ୍ଦୁଝର ଏସିଏଫ୍‌ ଅଶୋକ ଦାସ କହିଛନ୍ତି, ହାତୀମାନଙ୍କ ସୁରକ୍ଷା ଲାଗି ସତର୍କତାମୂଳକ ପଦକ୍ଷେପ ନିଆଯାଉଛି, ଆଗକୁ ଦୁର୍ଘଟଣାଜନିତ ହାତୀ ମୃତ୍ୟୁକୁ ରୋକିବା ଲାଗି ପଦପକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri