ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ ପୀଠକୁ ସୁରକ୍ଷା ଦେବା ପାଇଁ ପାଚେରି ନିର୍ମାଣ ହୋଇଥଲା ବେଳେ ଅସାମାଜିକ ବ୍ୟକ୍ତି ପାଚେରିରେ ବ୍ୟବହୃତ ଲୁହା ଗ୍ରୀଲ୍‌ଗୁଡ଼ିକ ଚୋରି କରି ନେଉଛନ୍ତି। ତେବେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ ବିଭାଗ(ଏଏସ୍‌ଆଇ) ଏ ସମ୍ପର୍କରେ କୌଣସି ପଦକ୍ଷେପ ନେବା ତ ଦୂରର କଥା ସ୍ଥାନୀୟ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।
ଯାଜପୁର ଜିଲାରେ ଉଦୟଗିରି ଓ ରତ୍ନଗିରି ରହିଥିବା ବେଳେ କଟକ ଜିଲାରେ ଲଲିତଗିରି ଅବସ୍ଥିତ। ଭାରତୀୟ ପ୍ରତ୍ନତତ୍ତ ସର୍ବେକ୍ଷଣ ସଂସ୍ଥା ଅଧୀନରେ ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ରହିଛି। ପାହାଡ ଖନନ କରାଯାଇ ବ୍ୟାପକ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି, ଯାହାକୁ ଦେଖିବାକୁ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର କିଛି ଦିନ ତଳେ ଲଳିତଗିରି ବୌଦ୍ଧ ପୀଠ ସୁରକ୍ଷା ପାଚେରିରୁ ଲୁହା ଗ୍ରୀଲ୍‌ ଚୋରି ହୋଇଥିବା ବେଳେ ଏବେ ବୌଦ୍ଧ ପୀଠ ଉଦୟଗିରିରୁ ଲଗାତର ଚୋରି ହେଉଛି। ପାଖାପାଖି ୫୦୦ ମିଟର ପାଚେରିରୁ ଦୁର୍ବୃତ୍ତ ଗ୍ରିଲ୍‌ କାଟି ନେଇଯାଇଛନ୍ତି। ବୌଦ୍ଧ ପୀଠ ଉଦୟଗିରିର ପରିସୀମା ପାଖାପାଖି ୫୪୦ ଏକର। ୧୯୮୪ରେ ଏଏସଆଇ ଏହାକୁ ହାତକୁ ନେଇ ୧୯୮୬ରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲା। ଖନନ ସମୟରେ ଏଠାରୁ ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀର ୨ଟି ବୌଦ୍ଧ ମହାବିହାର ଆବିଷ୍କୃତ ହୋଇଥିଲା, ଯାହାର ନାମ ମାଧବପୁର ମହାବିହାର ଓ ସିଂହପ୍ରସ୍ଥ ମହାବିହାର। ଯାହା ବିଶ୍ୱର ଅନ୍ୟ କୌଣସିଠାରେ ଦେଖା ଯାଏନାହଁି। ଏଠାରେ ୩ଥର ଆନ୍ତର୍ଜତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହାର ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରଯାଇଛି। ୨୦୧୬-୧୭ରେ ସୁରକ୍ଷା ପାଚେରି ନିର୍ମାଣ କାମ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ପ୍ରତ୍ୟେକ ବୌଦ୍ଧ ପୀଠ ପାଇଁ ୫ କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୨୩ ତାରିଖରେ ଲଳିତଗିରିରୁ ୨୮ ଖଣ୍ଡ ଗ୍ରିଲ ପାଖାପାଖି ୨୦୦ ମିଟର ଚୋରି ଯାଇଥିବା ବେଳେ ଉଦୟଗିରିରୁ ୫୦ ଖଣ୍ଡରୁ ଊଦ୍ଧର୍‌ବ ଗ୍ରିଲ ଚୋରି ହୋଇଛି। ଏତେ ପରିମାଣ ଗ୍ରିଲ୍‌ କଟର ସାହାଯ୍ୟରେ କଟାଯାଇ ଟ୍ରକରେ ବୁହା ହୋଇ ଯାଇଥିବା ଅନୁମାନ କରାଯାଉଛି। ତେବେ ଟ୍ରକ୍‌ଟ୍ରକ ଗ୍ରିଲ ଚୋରି ହୋଇଥିବା ବେଳେ କିପରି ଏଏସଆଇ ଅଧିକାରୀ ଜାଣି ପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟ ପ୍ରକଟ କରିଛି ବୋଲି ଉଦୟଗିରି ବୁଦ୍ଧ ମହୋତ୍ସବ ପକ୍ଷରୁ ମହେଶ୍ୱର ବଳ, ଶୁଭେନ୍ଦୁ ଭୂୟାଁ, ଉମାକାନ୍ତ ବଳ ଓ ଶୈଳେନ୍ଦ୍ର ରାୟ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଉଦୟଗିରିରୁ ଲୁହା ଗ୍ରୀଲ୍‌ ଚୋରି ହେବା ସମ୍ପର୍କରେ ଜାଣିନାହିଁ। କେବଳ ଲଳିତ ଗିରିରୁ ଚୋରି ହୋଇଥିବା ଜାଣିଥିଲି। ସେଠାରେ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri