ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଏକଜୁଟ୍‌ ହେଲେ ପରିବେଶପ୍ରେମୀ, ପଲିଥିନ୍‌ ମୁକ୍ତ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୩ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଶୀତର ମଜା ନେବା ଓ ଥଣ୍ଡା ଜଳବାୟୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସାରା ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ମଧ୍ୟ ଦେଖାଯାଉଛି। ତେବେ ସମୟ ପୂର୍ବରୁ କିଭଳି ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ସେନେଇ ଚିରନ୍ତନ ପର୍ଯ୍ୟଟନର ବିକାଶ ସମ୍ବନ୍ଧୀୟ ଆଲୋଚନାଚକ୍ର ଜାଗୃତି ସଭାଗୃହ ପରିସରରେ ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ରାଜ୍ୟର ଓ୍ବାଟର ମ୍ୟାନ୍‌ ଭାବେ ପରିଚିତ ରଞ୍ଜନ ପଣ୍ଡା, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ, ହୋଟେଲ ସଂଘର ରେଣୁବାଳା ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଭାଗ ନେଇଥିଲେ।

ବିଶେଷକରି ଦାରିଙ୍ଗବାଡ଼ିକୁ ନିୟମିତ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି ଆସିବେ କିନ୍ତୁ ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ହେଲେ ପ୍ଲାଷ୍ଟିକ ମୁକ୍ତ, ଜଳ ଉତ୍ସଗୁଡ଼ିକୁ ପ୍ରଦୂଷଣ ମୁକ୍ତ, ବର୍ଜ୍ୟବସ୍ତୁଗୁଡ଼ିକୁ ଏଣେତେଣେ ନ ପକାଇବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି। ସମସ୍ତେ କିଭଳି କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ ସେନେଇ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥିପାଇଁ ଆଲୋଚନା କରାଯାଇଛି। ସମସ୍ତେ ନିଜ ସାଙ୍ଗରେ କପଡ଼ା ବ୍ୟାଗ ରଖିବା ସହ ମାଛ, ମାଂସ ବଜାରରୁ କିଣିବା ବେଳେ ଘରୁ କିଛି ବକ୍ସ ବା ପାତ୍ର ନେଇଯିବାକୁ ପରାମର୍ଶ ଦିଆଯାଇଥିଲା।

ସେହିପରି ପ୍ରକୃତି ପାଠଶାଳା ମାଧ୍ୟମରେ ଯୁବପିଢ଼ିଙ୍କୁ ସିଧାସଳଖ ବିଭିନ୍ନ ଗ୍ରାମରେ ଲୋକମାନେ କିଭଳି ଜୀବନଯାପନ କରୁଛନ୍ତି ଦୁର୍ଗମ ଗାଁରେ ଆଜି ମଧ୍ୟ ଶିଆଳି ପତ୍ରରେ ଠୁଙ୍ଗା, ଖଲିପତ୍ରର ବ୍ୟବହାର ରହିଛି ସେ ସବୁ ଶିକ୍ଷା ପ୍ରଦାନ କରାଯାଇଥିଲା। ସେହିଭଳି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରକୁ ନେଇକି ସେଠାକାର ପରିବେଶ କିଭଳି ସ୍ବଚ୍ଛତା ରହିଛି ତାକୁ ନିରନ୍ତର ସ୍ବଚ୍ଛତା ରଖିବା ପାଇଁ ପାଠଶାଳାରେ ପାଠ ପଢ଼ାଇଥିଲେ ଓ୍ବାଟର ମ୍ୟାନ୍‌ ରଞ୍ଜନ ପଣ୍ଡା ଏବଂ କୈଳାସ ଚନ୍ଦ୍ର ଦଣ୍ଡପାଟ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହୋଟେଲ ସଂଘର ଦିଲ୍ଲୀପ କୁମାର ସାହୁ, ତୁଷାର ସାହୁ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri