ଭୁବନେଶ୍ୱର ବାର୍‌ କାଉନସିଲ ନିର୍ବାଚନ ପାଇଁ ଚାଲିଛି ମତଦାନ: ୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୧୦୫ ଭୋଟର

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି। ଶନିବାର ସକାଳ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇଯାଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଭୁବନେଶ୍ୱର ବାର୍‌ ଆସୋସିଏଶନଠାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଆସୋସିଏଶନର ସଦସ୍ୟମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଉଛନ୍ତି। ଅପରାହ୍ନ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ଚଳିତ ବର୍ଷ ମୋଟ ୨୫ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ, ୪୧୦୫ ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସଭାପତି ଏବଂ ଉପସଭାପତି ପଦ ପାଇଁ ୩ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଅଶୋକ କୁମାର ଛୋଟରାୟ, ଅଶୋକ କୁମାର ପାତ୍ର ଏବଂ ନନ୍ଦ ନନ୍ଦନ ଶତପଥୀ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦ ପାଇଁ କବୀନ୍ଦ୍ର କୁମାର ବାରିକ, ରବି ପ୍ରସାଦ ନାୟକ, ସୁକାନ୍ତ ଚନ୍ଦ୍ର ଦାସ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି।

ସେହିପରି ସମ୍ପାଦକ ପଦ ପାଇଁ ୨ଜଣ ପ୍ରାର୍ଥୀ ମନୋଜ ନାୟକ, ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ପାଇଁ ଭାଗ୍ୟବତୀ ରାଉତରାୟ ଏବଂ ରଶ୍ମୀରଞ୍ଜନ ମହାନ୍ତି, ସହ ସମ୍ପାଦକ ପଦପାଇଁ ଜ୍ୟୋତିର୍ମୟୀ ପଣ୍ଡା, ରଶ୍ମିଭୂଷଣ ମୁଖୀ, ସତ୍ୟ ପ୍ରକାଶ ଶତପଥୀ, କୋଷାଧ୍ୟକ୍ଷ ଭାବେ ଦୀପ୍ତିପ୍ରକାଶ ନନ୍ଦ ଏବଂ ହିତେନ ନାୟକ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତେବେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୦ଜଣ ମଧ୍ୟରୁ ୮ଜଣଙ୍କୁ ମନୋନୀତ କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୋଟ୍‌ ଗ୍ରହଣ ପାଇଁ ମୋଟ୍‌ ୧୦ଟି ବୁଥ୍‌ କରାଯାଇଛି। ନିର୍ବାଚନ କାର୍ଯ୍ୟ ତଥା ଭୋଟ୍‌ ଗଣତି ପାଇଁ ୩୩ ଜଣ ଆଇନଜୀବୀ ନିୟୋଜିତ ହୋଇଛନ୍ତି। ସେହିପରି ବାହାରେ ୨୦ଜଣ ଆଇନଜୀବୀ ଚିର୍‌କୁଟ୍‌ ଦେବାକୁ ଓ ୨୦ଜଣ ସହଯୋଗ କରିବାକୁ ରହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାଜ୍ୟର ୧୫୭ଟି ଓକିଲ ସଂଘର ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହେଉଛି। ଓ୍ବାନ ବାର୍‌, ଓ୍ବାନ୍‌ ଭୋଟ୍‌, ଓ୍ବାନ୍‌ ଇଲେକ୍ସନ ଆଧାରରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍‌ ଦେଇପାରିବେ।

ସେହିପରି କଟକ ବାର୍‌ ଆସୋସିଏଶନରେ ମଧ୍ୟ ମତଦାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri