ସଦର, ଓଡ଼ାପଡ଼ା ବ୍ଲକରେ ଭୋଟ ଆଜି

ଢେଙ୍କାନାଳ ଅଫିସ, ୧୮।୨

ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଅନୁଷ୍ଠିତ ହେଉଛି। ଏଥିଲାଗି ପୋଲିଂ ବୁଥ୍‌ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ବ୍ଲକର ୮୧୮ ବୁଥ୍‌ରେ ୨ ଲକ୍ଷ ୨୮ ହଜାର ୫୮୯ ଭୋଟର ମତଦାନ ସାବ୍ୟସ୍ତ କରିବେ। ୭ ଜିଲା ପରିଷଦ ଆସନରେ ୨୯ ପ୍ରାର୍ଥୀ, ୫୮ ପଞ୍ଚାୟତର ୨୯୨ ସରପଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେକ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଥିବାବେଳେ ଏହାକୁ ନେଇ ସଜାଗ ହୋଇଉଠିଛି ପୋଲିସ ପ୍ରଶାସନ। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ଉପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବାବେଳେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।
ଢେଙ୍କାନାଳ ସଦର ବ୍ଲକରେ ୪ ଜିଲା ପରିଷଦ ଆସନ ଲାଗି ୧୭ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହିକ୍ରମରେ ୩୦ ପଞ୍ଚାୟତରେ ୧୭୨ ସରପଞ୍ଚ, ୧୪୩ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ୩୯୯ ୱାର୍ଡରେ ୫୦୩ ଜଣ ଓ୍ବାର୍ଡସଭ୍ୟ ରହିଛନ୍ତି। ମୋଟ ୧ ଲକ୍ଷ ୧୮ ହଜାର ୨୬୯ ଭୋଟର ସେମାନଙ୍କ ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ। ସଦର ବ୍ଲକର ୬୪ ବୁଥ୍‌କୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେଠାରେ ଜଣେ ଲେଖାଏ କନଷ୍ଟେବଳ, ହାବିଲଦାର, ହୋମଗାର୍ଡ, ଫରେଷ୍ଟ ଗାର୍ଡଙ୍କୁ ମୁତୟନ କରାଯାଇଛି। ବଳଦିଆବନ୍ଧ ପଞ୍ଚାୟତରେ ମହିଳାଙ୍କ ପାଇଁ ୨ଟି ପିଙ୍କ୍‌ ବୁଥ କରାଯାଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟ ଗ୍ରହଣ ହେବ। ସେହିପରି ଓଡ଼ାପଡ଼ା ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ୧୨ ଆଶାୟୀ, ୨୮ ପଞ୍ଚାୟତ ୧୨୦ ସରପଞ୍ଚ ଏବଂ ୧୧୪ ସମିତିସଭ୍ୟ ପ୍ରାର୍ଥୀ ରହିଛନ୍ତି। ୪୧୯ ୱାର୍ଡ ପାଇଁ ୫୩୧ ୱାର୍ଡସଭ୍ୟ ନିର୍ବାଚନ ଲଢୁଛନ୍ତି। ମୋଟ ୧ ଲକ୍ଷ ୧୦ ହଜାର ୩୨୦ ଭୋଟର ମତଦାନ କରିବେ। ବ୍ଲକର ୫୧ ଉତ୍ତେଜନାପ୍ରବଣ ବୁଥ ଚିହ୍ନଟ ହୋଇଛି। ବାଙ୍ଗୁରୁସିଂ ପଞ୍ଚାୟତରେ ମହିଳାଙ୍କ ଲାଗି ପିଙ୍କ୍‌ ବୁଥ୍‌ କରାଯାଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ାପଡ଼ା ଓ ଢେଙ୍କାନାଳ ସଦର ବ୍ଲକରେ ସମସ୍ତ ପ୍ରସ୍ତୁତି ସରିଛି ା ପୋଲିଂ ପାର୍ଟିମାନେ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚତ୍ଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା କରାଯିବା ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri