ଭୋଟ ହେଉଛି ଗଙ୍ଗାସ୍ନାନ

୨୦୨୪ ଲୋକ ସଭା ନିର୍ବାଚନ ସରି ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ପାର୍ଲାମେଣ୍ଟରେ ତାଙ୍କ ଅଭିଭାଷଣ ରଖିସାରିଛନ୍ତି। ସେଥିରେ ସେ ୧୯୭୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ କରାଯାଇଥିବା ଜରୁରିକାଳୀନ ପରିସ୍ଥିତି ବିଷୟରେ ଅବତାରଣା କରି ତାହା ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାର ୪୯ ବର୍ଷ ପରେ ପୁରୁଣା କଥାକୁ ରାଷ୍ଟ୍ରପତି କାହିଁକି ତାଙ୍କ ଭାଷଣରେ ଦୋହରାଇଲେ ତାହାକୁ ନେଇ ବିରୋଧୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ବାଭାବିକ ଭାବେ ଦେଖିଲେ ବର୍ତ୍ତମାନର ନାଗରିକଙ୍କ ମଧ୍ୟରୁ ଯେଉଁମାନେ ଅତୀତରେ କ’ଣସବୁ ଘଟିଥିଲା ସେଥିରେ ଆଗ୍ରହ ରଖୁଥିବେ, ତାହା ଇତିହାସରୁ ଜାଣିବା କଷ୍ଟକର ନୁହେଁ।
ଗଣତନ୍ତ୍ରରେ ଲୋକମତ ସବୁଠାରୁ ଊର୍ଦ୍ଧ୍ୱସ୍ଥାନ ପାଇଥାଏ। ଏହି କଥାରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ବୁଝନ୍ତି ଯେ ଭୋଟ ପାଇବା ହେଉଛି ଗଣତନ୍ତ୍ରର ଗଙ୍ଗାସ୍ନାନ। ଏହି ଦୃଷ୍ଟିରୁ ଦେଖିଲେ ଜରୁରିକାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁତ୍ର ସଞ୍ଜୟ ଗାନ୍ଧୀ ଏବଂ ତାଙ୍କ ଦଳର ବଡ଼ ନେତାଙ୍କୁ ୧୯୭୭ ସାଧାରଣ ନିର୍ବାଚନରେ ଉତ୍ତର ଭାରତର ଲୋକମାନେ ପରାସ୍ତ କରିଦେବା ପରେ ଇନ୍ଦିରା ସରକାରର ପତନ ଘଟିଲା ଓ ଜନତା ପାର୍ଟିର ସରକାର ଆସିଲା। ଏହି ସରକାରରେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରିତ୍ୱରେ ଚରଣ ସିଂ, ଅଟଳ ବିହାରୀ ବାଜପେୟୀ, ଲାଲ୍‌କୃଷ୍ଣ ଆଡ଼ଭାନୀ, ଜର୍ଜ ଫର୍ଣ୍ଣାଣ୍ଡିଜ୍‌, ବିଜୁ ପଟ୍ଟନାୟକ, ରାଜ ନାରାୟଣଙ୍କ ଭଳି ଅନେକ ନେତା ମନ୍ତ୍ରୀ ହୋଇଥିଲେ। ପୁନର୍ବାର ଜନତା ପାର୍ଟିର ଅନ୍ତର୍ଦ୍ୱନ୍ଦ୍ୱରୁ ଚରଣ ସିଂଙ୍କ ଷଡ଼ଯନ୍ତ୍ରରେ ମୋରାରଜୀଙ୍କ ସରକାର ଗଲା। ଆଜି ଚରଣ ସିଂଙ୍କ ନାତି ମୋଦିଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି। ୧୯୮୦ରେ ଯେତେବେଳେ ପୁନର୍ବାର ନିର୍ବାଚନ ହେଲା ସେଥିରେ ଇନ୍ଦିରାଙ୍କ ସମେତ ସଞ୍ଜୟ ଓ କଂଗ୍ରେସର ଅଧିକାଂଶ ନେତା ପାର୍ଲାମେଣ୍ଟକୁ ଫେରିଲେ ଓ କଂଗ୍ରେସ ସରକାର ଗଢ଼ିଲା। ମନେପଡ଼େ ଗତ ଦଶନ୍ଧି ମଧ୍ୟରେ ବିରୋଧୀଙ୍କ ଅନେକ ଟିପ୍ପଣୀ ମୋଦିଙ୍କ ବିରୋଧରେ ବାରମ୍ବାର ଶୁଣିବାକୁ ମିଳୁଥିଲା। ୨୦୨୪ ନିର୍ବାଚନରେ ସେହି ଉତ୍ତର ଭାରତୀୟ ଭୋଟର ସଂସଦରେ ମୋଦିଙ୍କ ସଂଖ୍ୟା ହ୍ରାସ କରାଇଦେଲେ। ତାହା ସତ୍ତ୍ୱେ ମୋଦିଙ୍କ ସରକାର ହେବା ଫଳରେ ଏବେ ନୂଆ ମେଣ୍ଟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହାକୁ ମଧ୍ୟ ଏକପ୍ରକାର ଗଙ୍ଗାସ୍ନାନ ବୋଲି କୁହାଯାଇପାରେ। ତେବେ ଏଠାରେ ଭୁଲିଯିବା ଉଚିତ ନୁହେଁ, ଦୀର୍ଘ ୧୦ ବର୍ଷଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଚାଲିଆସୁଛି। ୨୦୨୪ ମସିହାରେ ହୋଇଥିବା ଲୋକ ସଭା ନିର୍ବାଚନରେ ଭାଜପାର ଆସନ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଥିବାରୁ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବାରେ ବିହାରର ନୀତୀଶ କୁମାର ଓ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ମଧ୍ୟ କୌଣସି ଭାବେ ସାହାଯ୍ୟ କରିପାରି ନ ଥାନ୍ତେ ଯଦି ଓଡ଼ିଶାରୁ ଭାଜପା ୨୦ଟି ଆସନ ହାସଲ କରିପାରି ନ ଥାନ୍ତା। ହୁଏତ ସେଥିପାଇଁ ପ୍ରଥମ ଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ‘ଜୟଶ୍ରୀରାମ’ ପରିବର୍ତ୍ତେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରିଥିଲେ।
ଆଜିର ପିଢ଼ି ପାଇଁ ଯେଉଁସବୁ ପ୍ରସଙ୍ଗ ଓ ସମସ୍ୟା ଯଥା ଶିକ୍ଷା, ନିଯୁକ୍ତି, ଭବିଷ୍ୟତର ଚିନ୍ତା ସହିତ ଜାତୀୟ ସୁରକ୍ଷା ଭଳି ବିଷୟ ରହିଛି, ତାହାକୁ ରାଷ୍ଟ୍ରପତି ତାଙ୍କ ଭାଷଣରେ ଉଲ୍ଲେଖ କରିବାର ଥିଲା। ଏହା ଜଣାଶୁଣା ଯେ ସରକାରରେ ଥିବା ଦଳର କହିବା ଅନୁଯାୟୀ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସ୍ତୁତ ହୋଇଥାଏ। ତେଣୁ ଭାଜପା ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବା ପ୍ରସଙ୍ଗକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଅତୀତର ସାହାରା ନିଆଯାଇଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ପ୍ରତୀୟମାନ ହେଉଛି ବୋଲି ବିରୋଧୀ କହୁଛନ୍ତି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ବର୍ଷେ ହେବ ଲାଗି ରହିଥିବା ହିଂସାଠାରୁ ଆରମ୍ଭକରି ଏବର ଏନ୍‌ଇଇଟି-ୟୁଜି ଓ ୟୁଜିସି-ନେଟ୍‌ ବିବାଦ ଓ ଦରଦାମ ବୃଦ୍ଧି ଆଦି ବିଷୟ ସମସ୍ତେ ହୃଦୟଙ୍ଗମ କରୁଛନ୍ତି। କିନ୍ତୁ ସରକାର ଏହିସବୁ ଜ୍ୱଳନ୍ତ ପ୍ରସଙ୍ଗ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ମାଧ୍ୟମରେ ଆଲୋଚନା କରିବା ପାଇଁ ଇଚ୍ଛୁକ ନୁହନ୍ତି ବୋଲି ବୋଲି ବିରୋଧୀ ମତ ଦେଉଛନ୍ତି।
ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଜୀବନୀ ଲେଖକ ତଥା ସାମ୍ବାଦିକ ନଳିନୀ ବର୍ମାଙ୍କ ଦ୍ୱାରା ‘ଦି ସଂଘ ସାଇଲେନ୍ସ ଅନ୍‌ ୧୯୭୫’ ଲେଖାରେ ଉଠାଇଥିବା ପ୍ରସଙ୍ଗର ସାରାଂଶକୁ ଏଠାରେ ଅବତାରଣା କରାଯାଇପାରେ। ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ତାଙ୍କ ଭଳି ବହୁ ରାଜନେତାଙ୍କୁ ଇନ୍ଦିରା ଗାନ୍ଧୀ ସେତେବେଳେ ଜେଲ୍‌ରେ ଭର୍ତ୍ତି କରିଥିଲେ। ଜରୁରିକାଳୀନ ପରିସ୍ଥିତି କିଭଳି ଥିଲା ସେହି ସମୟକୁ ଦେଖିଥିବା ବ୍ୟକ୍ତି ଭଲ ଭାବେ କହିପାରିବେ। ବର୍ତ୍ତମାନ ମୋଦି, ନଡ୍ଡା ଓ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜନେତା, ଯେଉଁମାନେ ଜରୁରିକାଳୀନ ପରିସ୍ଥିତି ବିଷୟରେ ଲମ୍ବା ଭାଷଣ ଦେଉଛନ୍ତି, ସେମାନଙ୍କ ନାମ ସେତେବେଳେ କେହି ଶୁଣି ନ ଥିଲେ କିମ୍ବା ସେମାନେ ସରକାର ବିରୋଧୀ ଭୂମିକା ଗ୍ରହଣ କରି ନ ଥିଲେ ବୋଲି ଲାଲୁ କହିଛନ୍ତି। ସେ ପୁଣି ଉଲ୍ଲେଖ କରିଛନ୍ତି, ସେତେବେଳେ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଜେଲରେ ଭର୍ତ୍ତି କରିଥିବା ସତ୍ତ୍ୱେ ସେ କିମ୍ବା ତାଙ୍କ ମନ୍ତ୍ରୀମାନେ ସେମାନଙ୍କୁ କଦାପି ‘ଦେଶଦ୍ରୋହୀ’ ଆଖ୍ୟା ଦେଇ ନ ଥିଲେ। ଲାଲୁଙ୍କ ଲେଖା ପଢ଼ିଲେ ବୁଝାପଡୁଛି ଯେ ଜରୁରିକାଳୀନ ପରିସ୍ଥିତି ନ ଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଅନେକ କଡ଼ା ଅଗଣତାନ୍ତ୍ରିକ ପଦକ୍ଷେପ ଏହି ସରକାର ଦ୍ୱାରା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri