ଭୋଟ ହେଉଛି ଗଙ୍ଗାସ୍ନାନ

୨୦୨୪ ଲୋକ ସଭା ନିର୍ବାଚନ ସରି ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ପାର୍ଲାମେଣ୍ଟରେ ତାଙ୍କ ଅଭିଭାଷଣ ରଖିସାରିଛନ୍ତି। ସେଥିରେ ସେ ୧୯୭୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ କରାଯାଇଥିବା ଜରୁରିକାଳୀନ ପରିସ୍ଥିତି ବିଷୟରେ ଅବତାରଣା କରି ତାହା ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାର ୪୯ ବର୍ଷ ପରେ ପୁରୁଣା କଥାକୁ ରାଷ୍ଟ୍ରପତି କାହିଁକି ତାଙ୍କ ଭାଷଣରେ ଦୋହରାଇଲେ ତାହାକୁ ନେଇ ବିରୋଧୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ବାଭାବିକ ଭାବେ ଦେଖିଲେ ବର୍ତ୍ତମାନର ନାଗରିକଙ୍କ ମଧ୍ୟରୁ ଯେଉଁମାନେ ଅତୀତରେ କ’ଣସବୁ ଘଟିଥିଲା ସେଥିରେ ଆଗ୍ରହ ରଖୁଥିବେ, ତାହା ଇତିହାସରୁ ଜାଣିବା କଷ୍ଟକର ନୁହେଁ।
ଗଣତନ୍ତ୍ରରେ ଲୋକମତ ସବୁଠାରୁ ଊର୍ଦ୍ଧ୍ୱସ୍ଥାନ ପାଇଥାଏ। ଏହି କଥାରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ବୁଝନ୍ତି ଯେ ଭୋଟ ପାଇବା ହେଉଛି ଗଣତନ୍ତ୍ରର ଗଙ୍ଗାସ୍ନାନ। ଏହି ଦୃଷ୍ଟିରୁ ଦେଖିଲେ ଜରୁରିକାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁତ୍ର ସଞ୍ଜୟ ଗାନ୍ଧୀ ଏବଂ ତାଙ୍କ ଦଳର ବଡ଼ ନେତାଙ୍କୁ ୧୯୭୭ ସାଧାରଣ ନିର୍ବାଚନରେ ଉତ୍ତର ଭାରତର ଲୋକମାନେ ପରାସ୍ତ କରିଦେବା ପରେ ଇନ୍ଦିରା ସରକାରର ପତନ ଘଟିଲା ଓ ଜନତା ପାର୍ଟିର ସରକାର ଆସିଲା। ଏହି ସରକାରରେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରିତ୍ୱରେ ଚରଣ ସିଂ, ଅଟଳ ବିହାରୀ ବାଜପେୟୀ, ଲାଲ୍‌କୃଷ୍ଣ ଆଡ଼ଭାନୀ, ଜର୍ଜ ଫର୍ଣ୍ଣାଣ୍ଡିଜ୍‌, ବିଜୁ ପଟ୍ଟନାୟକ, ରାଜ ନାରାୟଣଙ୍କ ଭଳି ଅନେକ ନେତା ମନ୍ତ୍ରୀ ହୋଇଥିଲେ। ପୁନର୍ବାର ଜନତା ପାର୍ଟିର ଅନ୍ତର୍ଦ୍ୱନ୍ଦ୍ୱରୁ ଚରଣ ସିଂଙ୍କ ଷଡ଼ଯନ୍ତ୍ରରେ ମୋରାରଜୀଙ୍କ ସରକାର ଗଲା। ଆଜି ଚରଣ ସିଂଙ୍କ ନାତି ମୋଦିଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି। ୧୯୮୦ରେ ଯେତେବେଳେ ପୁନର୍ବାର ନିର୍ବାଚନ ହେଲା ସେଥିରେ ଇନ୍ଦିରାଙ୍କ ସମେତ ସଞ୍ଜୟ ଓ କଂଗ୍ରେସର ଅଧିକାଂଶ ନେତା ପାର୍ଲାମେଣ୍ଟକୁ ଫେରିଲେ ଓ କଂଗ୍ରେସ ସରକାର ଗଢ଼ିଲା। ମନେପଡ଼େ ଗତ ଦଶନ୍ଧି ମଧ୍ୟରେ ବିରୋଧୀଙ୍କ ଅନେକ ଟିପ୍ପଣୀ ମୋଦିଙ୍କ ବିରୋଧରେ ବାରମ୍ବାର ଶୁଣିବାକୁ ମିଳୁଥିଲା। ୨୦୨୪ ନିର୍ବାଚନରେ ସେହି ଉତ୍ତର ଭାରତୀୟ ଭୋଟର ସଂସଦରେ ମୋଦିଙ୍କ ସଂଖ୍ୟା ହ୍ରାସ କରାଇଦେଲେ। ତାହା ସତ୍ତ୍ୱେ ମୋଦିଙ୍କ ସରକାର ହେବା ଫଳରେ ଏବେ ନୂଆ ମେଣ୍ଟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହାକୁ ମଧ୍ୟ ଏକପ୍ରକାର ଗଙ୍ଗାସ୍ନାନ ବୋଲି କୁହାଯାଇପାରେ। ତେବେ ଏଠାରେ ଭୁଲିଯିବା ଉଚିତ ନୁହେଁ, ଦୀର୍ଘ ୧୦ ବର୍ଷଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଚାଲିଆସୁଛି। ୨୦୨୪ ମସିହାରେ ହୋଇଥିବା ଲୋକ ସଭା ନିର୍ବାଚନରେ ଭାଜପାର ଆସନ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଥିବାରୁ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବାରେ ବିହାରର ନୀତୀଶ କୁମାର ଓ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ମଧ୍ୟ କୌଣସି ଭାବେ ସାହାଯ୍ୟ କରିପାରି ନ ଥାନ୍ତେ ଯଦି ଓଡ଼ିଶାରୁ ଭାଜପା ୨୦ଟି ଆସନ ହାସଲ କରିପାରି ନ ଥାନ୍ତା। ହୁଏତ ସେଥିପାଇଁ ପ୍ରଥମ ଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ‘ଜୟଶ୍ରୀରାମ’ ପରିବର୍ତ୍ତେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରିଥିଲେ।
ଆଜିର ପିଢ଼ି ପାଇଁ ଯେଉଁସବୁ ପ୍ରସଙ୍ଗ ଓ ସମସ୍ୟା ଯଥା ଶିକ୍ଷା, ନିଯୁକ୍ତି, ଭବିଷ୍ୟତର ଚିନ୍ତା ସହିତ ଜାତୀୟ ସୁରକ୍ଷା ଭଳି ବିଷୟ ରହିଛି, ତାହାକୁ ରାଷ୍ଟ୍ରପତି ତାଙ୍କ ଭାଷଣରେ ଉଲ୍ଲେଖ କରିବାର ଥିଲା। ଏହା ଜଣାଶୁଣା ଯେ ସରକାରରେ ଥିବା ଦଳର କହିବା ଅନୁଯାୟୀ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସ୍ତୁତ ହୋଇଥାଏ। ତେଣୁ ଭାଜପା ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବା ପ୍ରସଙ୍ଗକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଅତୀତର ସାହାରା ନିଆଯାଇଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ପ୍ରତୀୟମାନ ହେଉଛି ବୋଲି ବିରୋଧୀ କହୁଛନ୍ତି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ବର୍ଷେ ହେବ ଲାଗି ରହିଥିବା ହିଂସାଠାରୁ ଆରମ୍ଭକରି ଏବର ଏନ୍‌ଇଇଟି-ୟୁଜି ଓ ୟୁଜିସି-ନେଟ୍‌ ବିବାଦ ଓ ଦରଦାମ ବୃଦ୍ଧି ଆଦି ବିଷୟ ସମସ୍ତେ ହୃଦୟଙ୍ଗମ କରୁଛନ୍ତି। କିନ୍ତୁ ସରକାର ଏହିସବୁ ଜ୍ୱଳନ୍ତ ପ୍ରସଙ୍ଗ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ମାଧ୍ୟମରେ ଆଲୋଚନା କରିବା ପାଇଁ ଇଚ୍ଛୁକ ନୁହନ୍ତି ବୋଲି ବୋଲି ବିରୋଧୀ ମତ ଦେଉଛନ୍ତି।
ରାଷ୍ଟ୍ରୀୟ ଜନତା ଦଳ ସଭାପତି ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଜୀବନୀ ଲେଖକ ତଥା ସାମ୍ବାଦିକ ନଳିନୀ ବର୍ମାଙ୍କ ଦ୍ୱାରା ‘ଦି ସଂଘ ସାଇଲେନ୍ସ ଅନ୍‌ ୧୯୭୫’ ଲେଖାରେ ଉଠାଇଥିବା ପ୍ରସଙ୍ଗର ସାରାଂଶକୁ ଏଠାରେ ଅବତାରଣା କରାଯାଇପାରେ। ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ତାଙ୍କ ଭଳି ବହୁ ରାଜନେତାଙ୍କୁ ଇନ୍ଦିରା ଗାନ୍ଧୀ ସେତେବେଳେ ଜେଲ୍‌ରେ ଭର୍ତ୍ତି କରିଥିଲେ। ଜରୁରିକାଳୀନ ପରିସ୍ଥିତି କିଭଳି ଥିଲା ସେହି ସମୟକୁ ଦେଖିଥିବା ବ୍ୟକ୍ତି ଭଲ ଭାବେ କହିପାରିବେ। ବର୍ତ୍ତମାନ ମୋଦି, ନଡ୍ଡା ଓ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜନେତା, ଯେଉଁମାନେ ଜରୁରିକାଳୀନ ପରିସ୍ଥିତି ବିଷୟରେ ଲମ୍ବା ଭାଷଣ ଦେଉଛନ୍ତି, ସେମାନଙ୍କ ନାମ ସେତେବେଳେ କେହି ଶୁଣି ନ ଥିଲେ କିମ୍ବା ସେମାନେ ସରକାର ବିରୋଧୀ ଭୂମିକା ଗ୍ରହଣ କରି ନ ଥିଲେ ବୋଲି ଲାଲୁ କହିଛନ୍ତି। ସେ ପୁଣି ଉଲ୍ଲେଖ କରିଛନ୍ତି, ସେତେବେଳେ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଜେଲରେ ଭର୍ତ୍ତି କରିଥିବା ସତ୍ତ୍ୱେ ସେ କିମ୍ବା ତାଙ୍କ ମନ୍ତ୍ରୀମାନେ ସେମାନଙ୍କୁ କଦାପି ‘ଦେଶଦ୍ରୋହୀ’ ଆଖ୍ୟା ଦେଇ ନ ଥିଲେ। ଲାଲୁଙ୍କ ଲେଖା ପଢ଼ିଲେ ବୁଝାପଡୁଛି ଯେ ଜରୁରିକାଳୀନ ପରିସ୍ଥିତି ନ ଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଅନେକ କଡ଼ା ଅଗଣତାନ୍ତ୍ରିକ ପଦକ୍ଷେପ ଏହି ସରକାର ଦ୍ୱାରା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri