Posted inଜାତୀୟ

ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍‌ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଉ। ଏଥିପାଇଁ ଇସିଆଇଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମ୍ସ (ଏଡିଆର୍‌) ସୁପ୍ରିମକୋର୍ଟରେ ଆବେଦନ କରିଛି। ଏଡିଆର୍‌ ଏହାର ୨୦୧୯ର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଉପରେ ଅନ୍ତରୀଣ ଆବେଦନପତ୍ର ଦାଖଲ କରି ନିର୍ବାଚନ କମିଶନଙ୍କୁ ସବୁ ବୁଥ୍‌ର ଫର୍ମ ୧୭ସି ଭାଗ-୧(ଆକାଉଣ୍ଟ ଅଫ୍‌ ଭୋଟ୍‌ସ ରେକର୍ଡେଡ୍‌)ର ସ୍କାନ୍‌ ହୋଇଥିବା ବୈଧ କପିକୁ ଭୋଟିଂ ପରେ ତୁରନ୍ତ ଅପ୍‌ଲୋଡ୍‌ ନିମନ୍ତେ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛି। ନିର୍ବାଚନରେ ଅନିୟମିତତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ଯେପରି ବିକୃତ ନ ହୁଏ, ତାହା ସୁନିଶ୍ଚିତ କରିବା ଲାଗି ଏଭଳି ପିଟିଶନ ଦାଏର ହୋଇଛି।
ସୂଚନାଯୋଗ୍ୟ, ଚଳିତ ଲୋକ ସଭାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଏପ୍ରିଲ ୧୯ ଓ ୨୬ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଭୋଟିଂର ୧୧ ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟର ୪ ଦିନ ପରେ ଅର୍ଥାତ୍‌ ଏପ୍ରିଲ ୩୦ରେ ନିର୍ବାଚନ କମିଶନ ମତଦାନ ହାର୍‌ ତଥ୍ୟ ପ୍ରକାଶ କରିଥିଲେ। ନିର୍ବାଚନ ଦିନ ରାତି ୭ଟାରେ ଇସିଆଇ ଯେଉଁ ମତଦାନ ହାର ଘୋଷଣା କରିଥିଲା, ଏପ୍ରିଲ ୩୦ରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ତଥ୍ୟରେ ତାହାର ବ୍ୟତିକ୍ରମ ଦେଖାଯାଇଥିଲା। ଏଥିରେ ମତଦାନ ହାର ୫ରୁ ୬ ପ୍ରତିଶତ ଅଧିକ ଦର୍ଶାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ଚୂଡ଼ାନ୍ତ ତଥ୍ୟ ପ୍ରକାଶରେ ଅହେତୁକ ବିଳମ୍ବ ଏବଂ ମତଦାନ ହାର ବୃଦ୍ଧି ଦର୍ଶାଯିବା ଚିନ୍ତାଜନକ। ତଥ୍ୟରେ ସଂଶୋଧନ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ଆଶଙ୍କାକୁ ଦୂର କରାଯିବା ଆବଶ୍ୟକ। ଭୋଟରମାନଙ୍କ ଆସ୍ଥା ବଜାୟ ରଖିବା ଜରୁରୀ ବୋଲି ଏଡିଆର୍‌ ଏହାର ପିଟିଶନରେ ଉଲ୍ଲେଖ କରିଛି। ସେଥିପାଇଁ ମତଦାନ ପରେ ଫର୍ମ ୧୭ସି ଭାଗ-୧ର ସ୍କାନ୍‌ ହୋଇଥିବା ବୈଧ କପିକୁ ଇସିଆଇଙ୍କ ଓ୍ବେବ୍‌ସାଇଟ୍‌ରେ ସ୍ଥାନିତ କରିବା ନିମନ୍ତେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଏଡିଆର୍‌ ନିବେଦନ କରିଛି।

ଇସିଙ୍କୁ ଭେଟିଲେ ଇଣ୍ଡିଆ ବ୍ଲକ୍‌ ନେତା

ଇଣ୍ଡିଆ ବ୍ଲକ୍‌ର ନେତାମାନଙ୍କର ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କ ସର୍ବୋଚ୍ଚ ଅଧିକାରୀମାନଙ୍କୁ ଭେଟି ମତଦାନ ହାର ତଥ୍ୟ ପ୍ରକାଶରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଶାସକ ଭାଜପା ନେତାମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ସେିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଇସିଙ୍କୁ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶ ପୋଲିସ ରାଜ୍ୟର କେତେଜଣ ଲୋକଙ୍କୁ ରେଡ୍‌ କାର୍ଡ ଇସ୍ୟୁ କରିଥିବା ପ୍ରସଙ୍ଗ ସମାଜବାଦୀ ପାର୍ଟି ନେତା ଜାଭେଦ ଅଲି ଉଠାଇଥିଲେ। ରେଡ୍‌ କାର୍ଡ ପାଇଥିବା ଅନେକେ ମତଦାନରୁ ବଞ୍ଚତ୍ତ ହୋଇଥିବା ସେ କହିଥିଲେ। ପ୍ରତିନିଧି ଦଳରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି, ସଲମାନ ଖୁର୍ସିଦ, ଟିଏମ୍‌ସି ନେତା ଡେରେକ ଓ’ବ୍ରାଏନ୍‌, ଡିଏମ୍‌କେର ଟି.ଆର୍‌. ବାଲୁ, ଜେଏମ୍‌ଏମ୍‌ର ମହୁଆ ମାଝି, ସିପିଆଇର ବିନୟ ବିଶ୍ୱମ୍‌ ପ୍ରମୁଖ ରହିଥିଲେ। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସମେତ ବିଭିନ୍ନ ଦଳ ଅନେକ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆସ୍ଥା ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଇଣ୍ଡିଆ ବ୍ଲକ୍‌ର ନେତାମାନେ ଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri