ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ ଠିକଣା ଜାଗାରେ ଶୁଅନ୍ତି କି ନାହିଁ ତାହା ନିଶ୍ଚିତ କରିବେ। ଯାଞ୍ଚରୁ ଯଦି ବିଏଲଓ ଜାଣିିପାରିବେ ଯେ ଗୃହହୀନ ବ୍ୟକ୍ତି ପ୍ରକୃତରେ ସେହି ସ୍ଥାନରେ ରହୁଛନ୍ତି, ତେବେ ବାସସ୍ଥାନର କୌଣସି ତଥ୍ୟଗତ ପ୍ରମାଣ ଆବଶ୍ୟକ ହେବ ନାହିଁ।“- (ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ହ୍ୟାଣ୍ଡବୁକ, ଭାରତୀୟ ନିର୍ୱାଚନ କମିଶନ ୨୦୧୧)। ”୨୫ ସେପ୍ଟେମ୍ୱର ୧୯୪୮ର ପ୍ରେସ୍‌ ନୋଟ୍‌ରେ ଭୋଟର ଭାବରେ ଶରଣାର୍ଥୀଙ୍କ ଅଧିକାର ଏବଂ ଭୋଟରତାଲିକାରେ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା। ସାରା ଦେଶରୁ ଏ ସମ୍ପର୍କିତ ଖବରକୁ ଗଣମାଧ୍ୟମରେ ‘ଭୋଟରତାଲିକା ପ୍ରସ୍ତୁତିରେ ଅଗ୍ରଗତି’ ଶୀର୍ଷକରେ ସାମ୍ନାକୁ ଅଣାଯାଇଥିଲା। ଏଥିରେ ରିପୋର୍ଟ କରାଯାଇଥିଲା ଯେ ଅଧିକ ସଂଖ୍ୟକ ଲୋକ ଭୋଟରତାଲିକାରେ ପଞ୍ଜୀକୃତ ହୋଇ ନ ଥିବାରୁ ପୂର୍ୱ ପଞ୍ଜାବ ସରକାର ତାଲିକା ସମାପ୍ତିର ଶେଷ ତାରିଖକୁ ୩୧ ଅକ୍ଟୋବର ୧୯୪୮ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।“ଏହି ଅଂଶଗୁଡ଼ିକ ଅର୍ନିତ ଶାନିଙ୍କ ଦ୍ୱାରା ଲିଖିତ ‘ହାଓ ଇଣ୍ଡିଆ ବିକେମ୍‌ ଡେମୋକ୍ରାଟିକ୍‌: ସିଟିଜେନଶିପ୍‌ ଆଣ୍ଡ୍‌ ଦି ମେକିଂ ଅଫ୍‌ ଦି ୟୁନିଭର୍ସାଲ ଫ୍ରାଞ୍ଚାଇଜ’ ପୁସ୍ତକରୁ ଉଦ୍ଧୃତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ଦଶନ୍ଧି ଧରି ଭାରତର ଧ୍ୟାନ ଭୋଟର ଏବଂ ସେମାନଙ୍କ ଅଧିକାରର ଅନ୍ତର୍ଭୁକ୍ତୀକରଣ ସମ୍ପର୍କରେ ପରିପ୍ରକାଶ କରିବା। ସରକାରଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶ ରହିଛି: ”ପେଢ଼ି କିମ୍ୱା ଦୋକାନରେ ଶୋଇଥିବା ବ୍ୟକ୍ତି କିମ୍ୱା ହୋଟେଲରେ ଶୋଇଥିବା ଚାକରମାନେ ସେହି କ୍ଷେତ୍ରର ଭୋଟରତାଲିକାରେ ଅନ୍ତର୍ଭୁକ୍ତ ହେବାର ଅଧିକାର ପାଇବେ। ସେହିପରି ପୌରପାଳିକା ଜମିରେ ନିର୍ମିତ କୁଡ଼ିଆରେ ରହୁଥିବା ଯାଯାବର ବର୍ଗର ବ୍ୟକ୍ତିମାନେ ମଧ୍ୟ ଭୋଟର ଭାବରେ ପଞ୍ଜୀକୃତ ହେବାର ଅଧିକାର ପାଇବେ। ସାଧାରଣ ରାସ୍ତା କିମ୍ୱା ଘରପଛ ଗଳି, ବାଲକୋନି କିମ୍ୱା ଶିଡ଼ିରେ ଶୋଉଥିବା ଘରୋଇ ଚାକରମାନେ ମଧ୍ୟ ଏଥିରେ ସାମିଲ ହେବାକୁ ଯୋଗ୍ୟ।“
ପ୍ରାୟ ୨୫ ବର୍ଷ ପୂର୍ୱେ, ପ୍ରସିଦ୍ଧ ସାମ୍ୱାଦିକ ନଜାମ ସେଟ୍ଟୀ ଏକ ପାକିସ୍ତାନୀ ଚ୍ୟାନେଲରେ ମନୋହର ସିଂହ ଗିଲ୍‌ଙ୍କ ସାକ୍ଷାତ୍‌କାର ନେଇଥିଲେ। ଗିଲ୍‌ ଭାରତର ମୁଖ୍ୟ ନିର୍ୱାଚନ କମିଶନର ଭାବରେ ଅବସର ଗ୍ରହଣ କରିଥିଲେ ଏବଂ ଆଲୋଚନା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ପ୍ରଚଳନ ବିଷୟରେ ଥିଲା। ଏହି ମେଶିନକୁ ପରୀକ୍ଷା କରି ଗିଲ୍‌ ଏବଂ ତାଙ୍କ ଟିମ୍‌ ଜାଣିପାରିଥିଲେ ଯେ, ଏହାକୁ ବ୍ୟବହାର କରିବା ସହଜ। ଏହା ଭାରତର ନିର୍ୱାଚନ ଇତିହାସର ଏକ ସମୟର ଅନ୍ତ ଘଟାଇଥିଲା, ଯେଉଁଠାରେ ନିର୍ୱାଚନ ପ୍ରାୟତଃ ବିବାଦୀୟ ଥିଲା ଏବଂ ବୁଥ୍‌କ୍ୟାପ୍‌ଚରିଂ କଥା ଉଠୁଥିଲା। ଏବେ ଆମେ ଆଉ ଏହା ଶୁଣିବାକୁ ପାଉନାହୁଁ । ତେବେ ସେହି ସମୟ ଶେଷ ହୋଇଗଲା। ଏବେ ସରକାର ଏବଂ ନିର୍ୱାଚନ କମିଶନ ଭୋଟରଙ୍କୁ ତାଲିକାରୁ ବାଦଦେବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ନିକଟରେ ଭୋଟରତାଲିକାରୁ ଅନେକ ଲକ୍ଷ ବଙ୍ଗାଳୀଙ୍କୁ ବାଦ୍‌ ଦିଆଯିବା ପାଇଁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ମିଳିଛି ଏବଂ ଅନ୍ୟ ରାଜ୍ୟରେ ଏହାର ପୁନରାବୃତ୍ତି ହେବ। ତ୍ରୁଟିପୂର୍ଣ୍ଣ ଭାବରେ ବାଦ୍‌ ଦିଆଯାଇଥିବା ଯୋଗ୍ୟ ଭୋଟରମାନେ ଆବେଦନ କରିପାରିବେ ଏବଂ ପରେ ନିଜ ନାମ ତାଲିକାରେ ଯୋଡ଼ିପାରିିବେ। ହେଲେ ଏଥର ସେମାନେ ଭୋଟ ଦେଇପାରିଲେନି। ଅନେକେଙ୍କ ମତରେ ଏହା ଏକ ଅବୈଧ ନିର୍ୱାଚନ। ଏହି କାରଣରୁ ରାଜନୈତିକ ଦଳ ଏବଂ ବିଶେଷକରି ନିର୍ୱାଚନ ହାରିଥିବା ଦଳମାନେ ନିର୍ୱାଚନୀ ଫଳାଫଳ ଏବଂ ଧାରାକୁ ନିରପେକ୍ଷ ଏବଂ ମୁକ୍ତ ବୋଲି ଯାହା ଗ୍ରହଣ କରୁଥିଲେ, ସେହି ଭାରତୀୟ ଯୁଗର ଅନ୍ତ ଘଟିଛି। ଅନେକଙ୍କ ମତରେ ଏହା ସହିତ ଅନ୍ୟ ସମସ୍ୟା ରହିବ। ୧୩ ମେ’ରେ ପ୍ରକାଶିତ ଏକ ଶୀର୍ଷକରେ ଉଲ୍ଲେଖ ରହିଛି ଯେ, ବଙ୍ଗ ସରକାର କହିଛନ୍ତି, ଏସ୍‌ଆଇଆର୍‌ ଦ୍ୱାରା ବାଦ୍‌ ଦିଆଯାଇଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ବିହାର ମୁଖ୍ୟମନ୍ତ୍ରୀ ବ୍ୟାଙ୍କ୍‌ ପାସ୍‌ବୁକ ବାତିଲ କରିବା ବିଷୟରେ କହୁଛନ୍ତି।
ଆମେ କାହିଁକି ଜାଣିଶୁଣି ଏକ କାର୍ଯ୍ୟକ୍ଷମ ନିର୍ୱାଚନ ପ୍ରକ୍ରିୟାକୁ ଭାଙ୍ଗି ଦେଉଛୁ? ଏହାର କୌଣସି ଉତ୍ତର ନାହିଁ। ବିଦେଶୀମାନେ ଏଠାରେ ଭୋଟଦେବା ପଛରେ କୌଣସି ତଥ୍ୟ ବି ନାହିଁ। ଆସାମରେ ତତ୍କାଳୀନ ସରକାରଙ୍କ ଦ୍ୱାରା କୌଣସି ସମର୍ଥନକାରୀ ତଥ୍ୟ ବିନା ଐତିହାସିକ ଟିପ୍ପଣୀ ସହିତ ଆରମ୍ଭ ହୋଇଥିଲା ଏନ୍‌ଆର୍‌ସି। ସବୁଠାରୁ ଚରମ ପଦ୍ଧତି ମାଧ୍ୟମରେ ଏହା ସମାଧାନ କରିବାକୁ ଚାହଁୁଛି। ତେବେ ଗଣତନ୍ତ୍ରର ଜନନୀ ବୋଲି କୁହାଯାଉଥିବା ଦେଶ ଭାରତ ପାଇଁ ଏହାର ପରିଣାମ ରହିଛି। ନିଃସନ୍ଦେହ ଯେ ଭାରତ ଏବେ ‘ସାର୍ୱଭୌମିକ ବୟସ୍କ ମତାଧିକାର’ ଶବ୍ଦର ଅର୍ଥକୁ କ୍ଷୁଣ୍ଣ କରିଦେଇଛି। ଶାନି ତାଙ୍କ ପୁସ୍ତକର ଆରମ୍ଭରେ ଏହିିସବୁ ଲେଖିଛନ୍ତି, ଯାହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ”ନଭେମ୍ୱର ୧୯୪୭ରୁ ଭାରତ ସାର୍ୱଜନୀନ ବୟସ୍କ ମତାଧିକାର ଆଧାରରେ ପ୍ରଥମ ଡ୍ରାଫ୍ଟ ଭୋଟରତାଲିକା ପ୍ରସ୍ତୁତ କରିବା ଆରମ୍ଭ କଲା। ସମ୍ୱିଧାନ ସଭାର ସଚିବାଳୟର କିଛି ମୁଷ୍ଟିମେୟ ଅମଲା ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଭାରତ ଏବଂ ପାକିସ୍ତାନ ବିଭାଜନ ମଧ୍ୟରେ ଏହା କରିଥିଲେ। ସେହି ସମୟରେ ବି ୫୫୨ଟି ସାର୍ୱଭୌମ ଗଡ଼ଜାତ ରାଜ୍ୟ ଭାରତ ସହ ମିଶି ନ ଥିଲା। ଅନେକ ପ୍ରତିକୂଳ ସ୍ଥିତି ବିରୋଧରେ ଏବଂ ସମ୍ୱିଧାନ ଆରମ୍ଭ ହେବା ପୂର୍ୱରୁ ସମସ୍ତ ବୟସ୍କ ଭାରତୀୟଙ୍କୁ ଭୋଟର କରିବା ପାଇଁ ଏକ ଦୃଢ଼ ଚିନ୍ତନ ଶକ୍ତିର ଆବଶ୍ୟକ ଥିଲା। ଉପନିବେଶବାଦ ଶାସନରୁ ମୁକ୍ତ ପରେ ବି ଏହା କରିବା ଭାରତ ପାଇଁ କଠିନ ଥିଲା। ତଥାପି ଭାରତୀୟମାନେ ନିଜ ପାଇଁ ସାର୍ୱଜନୀନ ମତାଧିକାର କଥା ଚିନ୍ତାକରି କାର୍ଯ୍ୟ କରିଥିଲେ ଏବଂ ଏହାକୁ ନିଜର ରାଜନୈତିକ ବାସ୍ତବତାରେ ପରିଣତ କରିଥିଲେ। ୧୯୪୯ ଶେଷ ସୁଦ୍ଧା ଭାରତ ବିଶ୍ୱର ଗଣତାନ୍ତ୍ରିକ ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲା, ଯାହା ପରେ ଏକ ସର୍ୱବୃହତ୍‌ ଗଣତନ୍ତ୍ରକୁ ଜନ୍ମ ଦେଇଛି।“

Share