ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି ଭୋଟରଙ୍କ ମଧ୍ୟରୁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍ ପଡ଼ିଛନ୍ତି।
ପ୍ରତି ୩ ଜଣ ଭୋଟରରୁ ଜଣଙ୍କ ନାମ ବାଦ୍ ଦିଆଯାଇଛି। ବାଦ୍ ପଡ଼ିଥିବା ଲୋକମାନେ ସେପ୍ଟେମ୍ବର ୩୦ ସୁଦ୍ଧା ସହାୟକ ଦସ୍ତାବିଜ୍ ସହ ଫର୍ମ-୬ରେ ଆବଦନ କରିପାରିବେ। ଚୂଡ଼ାନ୍ତ ଭୋଟର ତାଲିକା ନଭେମ୍ବର ୪ରେ ପ୍ରକାଶ ପାଇବ ବୋଲି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଲୋକମାନଙ୍କ ଆପତ୍ତି ଅଭିଯୋଗକୁ ଯାଞ୍ଚ କରାଯିବ। ଯାଞ୍ଚ ଏବଂ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ।