ଭୋଟ ଚୋରି ପ୍ରସଙ୍ଗ: ୩ ମାସ ପଦଯାତ୍ରା କରିବ ଯୁବ କଂଗ୍ରେସ

ଭୁବନେଶ୍ୱର, ୧୭।୮(ସୁନିତ୍‌ ମିଶ୍ର): ଭାଜପା ଭୋଟ ଚୋରିକରି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା କଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତଥ୍ୟ ରଖିଥିଲେ। ଏଥିରେ ନିର୍ବାଚନ କମିଶନଙ୍କ ଭୂମିକା ବାବଦରେ ସେ ପ୍ରଘଟ କରିଥିଲେ। ଯେତେବେଳେ ନିର୍ବାଚନ କମିଶନରଙ୍କଠାରୁ ବିରୋଧୀ ଦଳ ନେତା ଜବାବ ମାଗୁଛନ୍ତି, ସେତେବେଳେ ଭାଜପା ସରକାରଙ୍କୁ କାହିଁକି ବାଧୁଛି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି। ଭାଜପା ଭୋଟ ହଡ଼ପକରି ନେଇଛି। ଭୋଟ ଚୋରି ପ୍ରସଙ୍ଗ ନେଇ ରବିବାରଠାରୁ ରାହୁଲ ଭୋଟ ଅଧିକାର ଯାତ୍ରା ଆରମ୍ଭ କରୁଛନ୍ତି। ଏଥିରେ ଯୁବ କଂଗ୍ରେସ ସାମିଲ ହେଉଛି। ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ। ଏନେଇ ଶନିବାରଠାରୁ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ଯୁବ କଂଗ୍ରେସ ପଦଯାତ୍ରା କରିବ। ଏହାସହ ଲୋକଙ୍କୁ ଲିଫ୍‌ଲେଟ୍‌ ବାଣ୍ଟି ଯୁବ କଂଗ୍ରେସ ସଚେତନ କରିବ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି। କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଞ୍ଜିତ କହିଛନ୍ତି, ଜଣାପଡୁଛି ଭୋଟ ଚୋରିରେ ଭାଜପା ଓ ନିର୍ବାଚନ କମିଶନଙ୍କ ଭିତରେ ମଧୁଚନ୍ଦ୍ରିକା ହୋଇଥିଲା। ଭାଜପା ସରକାରରେ ଆମର ଅଧିକାର ଛଡ଼ାଇ ନିଆଯାଉଛି। ହେଲେ ବିରୋଧୀ ଦଳ ନେତା ମାଗୁଥିବା ତଥ୍ୟ ନିର୍ବାଚନ କମିଶନ ଦେଉନାହାନ୍ତି। ମହାରାଷ୍ଟ୍ରରେ ହଠାତ୍‌ ୬ ଲକ୍ଷ ଭୋଟର ବଢ଼ିଗଲେ। ଓଡ଼ିଶାରେ ସା ୫ଟାରୁ ୮ ଟା ମଧ୍ୟରେ ୪୨ ଲକ୍ଷ ଲୋକ ଭୋଟ ଦେଲେ। ତେଣୁ ନିର୍ବାଚନ ସ୍ବଚ୍ଛ ହୋଇନାହିଁ। ଭୋଟ ଚୋରି ନେଇ ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri