ଭୋଟ ଚୋରି ପ୍ରସଙ୍ଗ: ୩ ମାସ ପଦଯାତ୍ରା କରିବ ଯୁବ କଂଗ୍ରେସ

ଭୁବନେଶ୍ୱର, ୧୭।୮(ସୁନିତ୍‌ ମିଶ୍ର): ଭାଜପା ଭୋଟ ଚୋରିକରି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା କଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତଥ୍ୟ ରଖିଥିଲେ। ଏଥିରେ ନିର୍ବାଚନ କମିଶନଙ୍କ ଭୂମିକା ବାବଦରେ ସେ ପ୍ରଘଟ କରିଥିଲେ। ଯେତେବେଳେ ନିର୍ବାଚନ କମିଶନରଙ୍କଠାରୁ ବିରୋଧୀ ଦଳ ନେତା ଜବାବ ମାଗୁଛନ୍ତି, ସେତେବେଳେ ଭାଜପା ସରକାରଙ୍କୁ କାହିଁକି ବାଧୁଛି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି। ଭାଜପା ଭୋଟ ହଡ଼ପକରି ନେଇଛି। ଭୋଟ ଚୋରି ପ୍ରସଙ୍ଗ ନେଇ ରବିବାରଠାରୁ ରାହୁଲ ଭୋଟ ଅଧିକାର ଯାତ୍ରା ଆରମ୍ଭ କରୁଛନ୍ତି। ଏଥିରେ ଯୁବ କଂଗ୍ରେସ ସାମିଲ ହେଉଛି। ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ। ଏନେଇ ଶନିବାରଠାରୁ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ଯୁବ କଂଗ୍ରେସ ପଦଯାତ୍ରା କରିବ। ଏହାସହ ଲୋକଙ୍କୁ ଲିଫ୍‌ଲେଟ୍‌ ବାଣ୍ଟି ଯୁବ କଂଗ୍ରେସ ସଚେତନ କରିବ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି। କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଞ୍ଜିତ କହିଛନ୍ତି, ଜଣାପଡୁଛି ଭୋଟ ଚୋରିରେ ଭାଜପା ଓ ନିର୍ବାଚନ କମିଶନଙ୍କ ଭିତରେ ମଧୁଚନ୍ଦ୍ରିକା ହୋଇଥିଲା। ଭାଜପା ସରକାରରେ ଆମର ଅଧିକାର ଛଡ଼ାଇ ନିଆଯାଉଛି। ହେଲେ ବିରୋଧୀ ଦଳ ନେତା ମାଗୁଥିବା ତଥ୍ୟ ନିର୍ବାଚନ କମିଶନ ଦେଉନାହାନ୍ତି। ମହାରାଷ୍ଟ୍ରରେ ହଠାତ୍‌ ୬ ଲକ୍ଷ ଭୋଟର ବଢ଼ିଗଲେ। ଓଡ଼ିଶାରେ ସା ୫ଟାରୁ ୮ ଟା ମଧ୍ୟରେ ୪୨ ଲକ୍ଷ ଲୋକ ଭୋଟ ଦେଲେ। ତେଣୁ ନିର୍ବାଚନ ସ୍ବଚ୍ଛ ହୋଇନାହିଁ। ଭୋଟ ଚୋରି ନେଇ ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri