Posted inଜାତୀୟ

ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…

ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କ ବିଜୟର ଦାବି ମଧ୍ୟରେ ସମସ୍ତ ନେତା ନିଜ ଦଳ ପାଇଁ ଭୋଟ ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛନ୍ତି।

ଏହି ସମୟରେ କଂଗ୍ରେସ ନେତା ଲଲିତ ଭାସୋୟାଙ୍କ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ସେ ବିଜେପିକୁ ଭୋଟ ଦେବାକୁ ପ୍ରଚାର ମଞ୍ଚରୁ ନିବେଦନ କରିଛନ୍ତି। ଏଏପି ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆପଣ ଚାହାଁନ୍ତି ତେବେ କେବଳ ଭାଜପାକୁ ଭୋଟ ଦିଅନ୍ତୁ। ବର୍ତ୍ତମାନ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ ଥଟ୍ଟାରେ ଏହା କହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ଧୋରଜୀ ଲଲିତ ଭାସୋୟା ବିଧାୟକ ଏକ ସାଧାରଣ ସଭାରେ ମଞ୍ଚରୁ କଂଗ୍ରେସ ପାଇଁ ପ୍ରଚାର କରୁଥିଲେ। ଏହି ସମୟରେ ସେ କହିଥିଲେ ଯେ ଆମ ଆଦମୀ ପାର୍ଟି କଂଗ୍ରେସ ଭୋଟ ବିଭାଜନ କରିବାକୁ ଆସିଛି। ଯଦି କେହି ଆମ ଆଦମୀ ପାର୍ଟି ବିଷୟରେ କଥାବାର୍ତ୍ତା କରନ୍ତି, ମୁଁ ଆପଣଙ୍କୁ ମଞ୍ଚରୁ କହୁଛି, ଭାଜପାକୁ ଭୋଟ ଦିଅନ୍ତୁ ପଛେ କିନ୍ତୁ ଆମ ଆଦମୀ ପାର୍ଟିକୁ ନୁହେଁ।

ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ଭିଡିଓକୁ ଟୱିଟ କରି ଭାଜପା-କଂଗ୍ରେସ ମିଳନର ଅଭିଯୋଗକୁ ଦୋହରାଇଛନ୍ତି। କେଜ୍ରିୱାଲ ଲେଖିଛନ୍ତି, ଏହାକୁ ଦେଖ। କଂଗ୍ରେସର ବରିଷ୍ଠ ନେତା ମଞ୍ଚରୁ ଖୋଲାଖୋଲି ଭାବେ କହିଛନ୍ତି ଯେ ଆମ ଆଦମୀ ପାର୍ଟିକୁ ଭୋଟ ଦିଅନ୍ତୁ ନାହିଁ, ଭାଜପାକୁ ଭୋଟ ଦିଅନ୍ତୁ। ତଥାପି କୌଣସି ସନ୍ଦେହ ଅଛି କି ଏହି ଦୁଇ ଦଳ ଏକାଠି ନିର୍ବାଚନ ଲଢୂଛନ୍ତି? ଉଭୟ କେବଳ ଏଏପି ବିପକ୍ଷରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri