ସୋସିଆଲ ମିଡିଆ, ମୋବାଇଲରେ ଭୋଟ ଡିଲ୍‌

ଭୁବନେଶ୍ୱର,୨୫।୫(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୧୨ ଜିଲାରେ ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିପାଇଁ ୨୩ ତାରିଖ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ ରହିଛି। ତେଣୁ ଭୋଟରଙ୍କୁ ମତଦାନ ଯାଏ ନିଜ ସପକ୍ଷରେ ରଖିବା ଲାଗି ପ୍ରାର୍ଥୀ ଓ ଦଳୀୟ ନେତା, କର୍ମକର୍ତ୍ତାମାନେ ବିଭିନ୍ନ ପ୍ରୟାସ ଚଳାଇଥିଲେ। ତେବେ ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବିଶେଷକରି ରାତିରେ ଯେପରି କିଛି ଓଲଟପାଲଟ ନ ହେବ ସେଥିପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିପକ୍ଷ ଗୋଷ୍ଠୀଙ୍କ ଉପରେ ନଜର ରଖିଥିଲେ। ଏଥିସହ ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ଧରି ଭୋଟରଙ୍କୁ ମନାଇବାରେ ଲାଗି ପଡିଥିଲେ। ଅନ୍ୟପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ଓ ମଦ ଭଳି ବେଆଇନ କାରବାରର ଆଶଙ୍କା ଥିବାରୁ ଏହା ଉପରେ କମିଶନରେଟ ପୋଲିସ ମଧ୍ୟ କଡ଼ା ନଜର ରଖି ଚଢ଼ାଉ ଜାରି ରଖିଥିଲା। ଏହାସତ୍ତ୍ୱେ ବିଭିନ୍ନ ସ୍ଥାନରେ ବିଶେଷକରି ବସ୍ତି ଅଞ୍ଚଳରେ ଟଙ୍କା, ମଦ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କୁ ନିୟମ କରାଇ ଟଙ୍କା ଦିଆଯାଇଥିଲା। କେଉଁ ଗୋଷ୍ଠୀ ବା ବ୍ୟକ୍ତିଙ୍କ ହାତରେ କେତେ ଭୋଟ ଅଛି, ସେହି ଅନୁଯାୟୀ ମୂଲଚାଲ ହୋଇଥିଲା। ଏହାବ୍ୟତୀତ ସାହିଗୁଡିକରେ କେତେଜଣ ମଧ୍ୟସ୍ଥଙ୍କ ଜରିଆରେ ଭୋଟରଙ୍କ ପାଇଁ ଉପହାର ସହ ଭୋଜିଭାତ ଆୟୋଜନ କରାଯାଇଥିଲା। ଏହି ଅପରେଶନକୁ ନେତାଙ୍କ ଘନିଷ୍ଠ କର୍ମୀମାନେ ନିୟନ୍ତ୍ରଣ କରିଥିଲେ। ଅନ୍ୟପକ୍ଷରେ ଅନ୍ଧାରି ବିଜେ କରି ନ ପାରି ବହୁ ପ୍ରାର୍ଥୀଙ୍କ ସମର୍ଥକ ଓ କର୍ମୀମାନେ ସୋସିଆଲ ମିଡିଆ ଓ ମୋବାଇଲ୍‌ ଫୋନ୍‌ରେ ଭୋଟ ଡିଲ୍‌ କରିଥିଲେ। ଏପରିକି ଗୁଗଲ୍‌ ପେ’, ଫୋନ୍‌ ପେ’ ଆଦି ମାଧ୍ୟମରେ ଲୋକଙ୍କ ପାଖକୁ ଟଙ୍କା ଯାଇଥିବା ମଧ୍ୟ ସୂଚନା ମିଳିଛି। ଏହାବ୍ୟତୀତ କେତେକ ସ୍ଥାନରେ ସରକାରୀ ଯୋଜନାରେ ୱାର୍କ ଅର୍ଡର ମଧ୍ୟ ରାତାରାତି ବଣ୍ଟା ଚାଲିଥିବା ଚର୍ଚ୍ଚା ହେଉଛି। ଏସବୁ କାର୍ଯ୍ୟ ଅତି ସତର୍କତାର ସହ ହେଉଥିଲା। ପୋଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ ଓ ପାଟ୍ରୋଲିଂ ଟିମ୍‌ ଉପରେ ନଜର ରଖାଯାଇ ସେସବୁ ଅଞ୍ଚଳକୁ ଆଗୁଆ ଖବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri