କୋକସରା,୧୦।୪,(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅବସ୍ଥିତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ତଥା ଏଠାରେ ଥିବା ପୌରାଣିକ ପୃଷ୍ଠଭୂମି ବହନ କରୁଥିବା ମଧୁ ମାଧବ ତୀର୍ଥକ୍ଷେତ୍ରରେ ଶ୍ରୀରାମ ନବମୀ ମହୋତ୍ସବ ମହା ଆଡମ୍ବରରେ ପାଳନ ହୋଇଛି । ଟାଣ ଖରାରେ ଶ୍ରଦ୍ଧାଳୁଙ୍କ ପାଇଁ କୋକସରା ବ୍ଲକର ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ପ୍ରୟାସରେ ଲେମ୍ବୁ ଓ ଦହି ସର୍ବତ ପାଣି ବଣ୍ଟନ କରାଯାଇଛି। ଏହି ଜନସେବା ଆଜି ପୂର୍ବତନ ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ସ୍ବେଚ୍ଛାସେବୀ ଯୁବକଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନର ଭୁବନେଶ୍ୱର ଦିଶାରୀ, ଖଗେଶ୍ୱର ନାଏକ, ବିରେନ୍ଦ୍ର ମାଝୀ, ସୌରଭ ସରାବୁ, ଗୋଲାପ ନାଏକ, ଅନୀଲ କୁମାର ନାଏକ, ଅରୁଣ ନାଏକ, ବସନ୍ତ ସରାବୁ, ତୁଳସିରାମ ପୁଝାରି, ଜ୍ୟୋତିର୍ମୟ ପୁଝାରି, କୁମୁଦ ଚନ୍ଦ୍ର ପାତ୍ର, ପୁରୁଷୋତ୍ତମ ଦାସ, ଭଗବାନ ମାଝୀ, ଦୁର୍ମାନ୍ୟ ଶବର, ହୁସିଆରୀ ହଂସ, ନୀଳମଣି ଲହଜଳ, ଧର୍ମେନ୍ଦ୍ର ମାଝୀ ପ୍ରମୁଖ ଯୁବକ ମାନେ ସହଯୋଗ କରିଥିଲେ।


