Posted inଖେଳ

ଭଲିବଲ: ଛତିଶଗଡକୁ ହରାଇ ହରିୟାଣା ଚାମ୍ପିୟନ

ରାଉରକେଲା,୪।୩(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୨୦ ସ୍ଥିତ ରାଇଜିଂ ଖେଳ ପଡିଆରେ ରାଇଜିଂ କ୍ଲବ ପକ୍ଷରୁ ଚାଲିଥିବା ଅଲ୍‌ ଇଣ୍ଡିଆ ଭଲବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଛତିଶଗଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିଲା। ଏଥିରେ ହରିୟାଣା ଦଳ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଫାଇନାଲ ମ୍ୟାଚ୍‌ରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳ ହରିୟାଣାକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍‌ ଛତିଶଗଡ ଦଳକୁ ୧୧ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସେହିପରି ପ୍ରତିଯୋଗିତାର ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ ହରିୟାଣାର ରଜତ ଓ ଶ୍ରେଷ୍ଠ ଖେଳାଳି ଭାବେ ଛତିଶଗଡ ଦଳର ୟସ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ସଟ୍‌ର ଭାବେ ତୟାବ ଓ ବିକାଶଙ୍କ ସମେତ ଶ୍ରେଷ୍ଠ ଲିବୋରୋ ଭାବେ ପପୁଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାରେ ରେଫରୀ ନିରଞ୍ଜନ ନାୟକ, ସଞ୍ଜୀବ ଚାନ୍ଦ, ଆଦିକନ୍ଦ ପରିଡା, ସଞ୍ଜୀବ ମହାନ୍ତି, ସୁଶାନ୍ତ ଗୌଡ, ସସ୍ମିତା ଦାସ, ଆନ୍ନା କେରକେଟ୍ଟା, ସୁଜୟ ନାୟକ, ଦୁର୍ଗାମାଧବ ନାୟକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। କ୍ଲବର ସାଙ୍ଗଠନିକ ସମ୍ପାଦକ ଶିଶିର ସାହୁ, ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, କମଳାକାନ୍ତ ନାୟକ, ବିନୋଦ ରାୟ ରମେଶ ପ୍ରଧାନ, ସଞ୍ଜୟ ଦାସ, ରମେଶ ଚନ୍ଦ୍ର ମହାନ୍ତି, ସତ୍ୟନାରାୟଣ ପ୍ରଧାନ, ସମୀର ରାୟ, ଅନୀଲ ସିଂ, ସୌଭାଗ୍ୟ ମିଶ୍ର, ଦୁଷ୍ମନ୍ତ ପାତ୍ର, ଅମର ଦାସ, ଇନ୍ଦ୍ରଜିତ ସିଂ, ଧରଣୀଧର ବିଶ୍ୱାଳ, ମନୋଜ ତିୱାରି ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଅସୁସ୍ଥ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ପୂର୍ବରୁ, ଭାରତୀୟ ଅଧିନାୟକ ଅସୁସ୍ଥ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

ବଟେଶ୍ୱର ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ: ହୋଇଥିଲା ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ

ଗଞ୍ଜାମ,୩।୧ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ସଂଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri