ଭୋଗରା ଜମି ଜବରଦଖଲ ଅଭିଯୋଗ: ତହସିଲଦାରଙ୍କଠାରେ ବଡ଼ପୋଡ଼ାଗୁଡ଼ାବାସୀ ଫେରାଦ

କୋକସରା,୧୭।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମର ଦେବଦେବୀଙ୍କ ପୂଜା ପାଇଁ ରହିଥିବା ୧୭ ଏକର ୫୨ ଡେସିମିଲ ସରକାରୀ ଭୋଗରା ଜମିକୁ କେତେଜଣ ବ୍ୟକ୍ତି ବଳପୂର୍ବକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଳିଆଯୋର, ଦାବ୍ରିଗୁଡା, ତଲାଗାଁ, ସର୍ଗିଗୁଡା, ରଏନଗୁଡା, ବାବେକୋହରା, ତେଲିଗୁଡା ଗ୍ରାମର ବଳଭଦ୍ର ପୂଝାରୀ, ରାମକୃଷ୍ଣ ମାଝି, ପୋ ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ବିରେନ ନାଏକ, ପ୍ରଫୁଲ୍ଲ ନାଏକ, ପରକ୍ଷିତ ବେଶ୍ରା, ହରିଶ୍ଚନ୍ଦ୍ର ନାଏକ, ଚତୁର ପୂଝାରୀ, ଦାମୁ ପୂଝାରୀ, ଭଜମନ ନାଏକ, ଗୋବର୍ଦ୍ଧନ ପୂଝାରୀଙ୍କ ସମେତ ୮ଖଣ୍ଡ ଗ୍ରାମବାସୀ ବୁଧବାର ସ୍ଥାନୀୟ ତହସିଲଦାରଙ୍କଠାରେ ଫେରଦ ହୋଇ ଜବରଦଖଲକାରୀଙ୍କଠାରୁ ଜମିମୁକ୍ତ କରି ଡିଗ୍ରୀ ପାଇଥିବା କାଶୀନାଥ ଧଙ୍ଗଡାମାଝିଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ସୂଚନା ଯେ, ଭାଳିଆଯୋର ଗ୍ରାମର ଦେବଦେବୀଙ୍କ ପୂଜା ପାଇଁ ରହିଥିବା ୧୭ ଏକର ୫୨ ଡେସିମିଲ ସରକାରୀ ଭୋଗରା ଜମିକୁ ଗ୍ରାମର ଝାଙ୍କର କାଶିନାଥ ଧଙ୍ଗଡା ମାଝି ପୁରୁଷାନୁକ୍ରମେ ଦଖଲ କରି ଆସୁଛନ୍ତି। ଅଞ୍ଚଳରେ ଦେବଦେବୀଙ୍କ ସେ ପୂଜାର୍ଚ୍ଚନା କରି ଆସୁଛନ୍ତି। ଏହି ସରକାରୀ ଭୋଗରା ଜମି ଦଖଲ ପାଇଁ ସିଭିଲ ଜଜ୍‌ ୩୧/୦୧/୨୦୧୩ରେ କାଶିନାଥ ଧଙ୍ଗଡା ମାଝିଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଏ ନେଇ ପୂର୍ବରୁ ଏକ ଚୁକ୍ତିନାମା ୫।୪।୨୦୧୦ରେ କୋକସରା ଥାନାରେ ମଧ୍ୟ ହୋଇଛି। କିନ୍ତୁ ଗ୍ରାମର କେତେଜଣ ବ୍ୟକ୍ତିମାନେ ବିଭିନ୍ନ ସମୟରେ ବିଶୃଙ୍ଖଳା କରି କୋର୍ଟ ନିର୍ଦ୍ଦେଶ ଓ ଥାନା ରାଜିନାମାକୁ ବେଖାତିର କରି ଏକ ଗୋଷ୍ଠି ବଳପୂର୍ବକ ଦଖଲ କରିଛନ୍ତି। ଏ ନେଇ କୋକସରା ତହସିଲଦାର ରାକେଶ ପରୁଆଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri