୫G ସେବା ଆରମ୍ଭ କଲା Vodafone Idea; ଆଣିଲା ନୂଆ ପ୍ଲାନ୍‌, ଏହି ୧୪ ସହରରେ…

ନୂଆଦିଲ୍ଲୀ,୨୨।୧: ଯଦି ଆପଣ Vodafone Idea (Vi)ର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଉଲ ଖବର ଅଛି। ତିନି ବର୍ଷର ଲମ୍ବା ଅପେକ୍ଷା ଶେଷ ହୋଇଛି। Vi କମ୍ପାନୀ ଶେଷରେ ଏହାର ୫G ସେବା ଲଞ୍ଚ କରିଦେଇଛି। କମ୍ପାନୀ କେରଳର ସମସ୍ତ ୧୪ଟି ଜିଲ୍ଲାକୁ କଭର୍‌ କରି ରାଜ୍ୟବ୍ୟାପୀ ୫G ଉପଲବ୍ଧ କରାଇଛି। ଏହା ସହିତ Vi କେରଳର ଉପଭୋକ୍ତାଙ୍କ ପାଇଁ ଇଣ୍ଡଷ୍ଟ୍ରିର ସବୁଠାରୁ ଶସ୍ତା ୫G ପ୍ଲାନ ପ୍ରସ୍ତୁତ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୨୯୯ ଟଙ୍କା ରଖାଯାଇଛି।

୨୯୯ ଟଙ୍କାରୁ ଆରମ୍ଭ ହେଉଥିବା Vi ୫G ପ୍ଲାନ
Vi ଏହି ୫G ଲଞ୍ଚ ଅବସରରେ ଇଣ୍ଟ୍ରୋଡକ୍ଟରି ଅଫର୍‌ ଭାବରେ ୨୯୯ ଟଙ୍କାରୁ ଆରମ୍ଭ ହେଉଥିବା ୫G ପ୍ୟାକ ପ୍ରଦାନ କରିଛି। କମ୍ପାନୀ କହିଛି ଯେ ଆଗାମୀ ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ୫G କଭରେଜ୍‌କୁ ଆହୁରି ମଜବୁତ କରାଯିବ।

ଏହି ସହର ଓ ଜିଲ୍ଲାଗୁଡ଼ିକରେ ଉପଲବ୍ଧ Vi ୫G
ରାଜ୍ୟବ୍ୟାପୀ ରୋଲଆଉଟ ପରେ Vi ୫G କେରଳର ସମସ୍ତ ୧୪ଟି ଜିଲ କନ୍ନୁର, କଲାମାସେରି, କାସରଗୋଡ଼, କଲ୍ପେଟ୍ଟା, କୋଚି, କୋଲ୍ଲମ, କୋଟ୍ଟାୟମ, କୋଝିକୋଡ଼, ମଞ୍ଜେରି-ମଲପ୍ପୁରମ, ପାଲକ୍କାଡ଼, ପଥନମଥିଟ୍ଟା, ତିରୁର, ତ୍ରିଶୂର, ଥୋଡୁପୁଝା, ତିରୁବନନ୍ତପୁରମ ଓ ବାୟନାଡ଼ ଆଦି ଅନ୍ତର୍ଭୁକ୍ତ।

ଆଡଭାନ୍ସ ଓ AI-ଚାଳିତ ନେଟୱର୍କ ଉପରେ ଜୋର
କେରଳରେ ୫G ଲଞ୍ଚ ଉପରେ ପ୍ରତିକ୍ରିୟା ଦେଇ Viର କ୍ଲଷ୍ଟର ବିଜନେସ ହେଡ (କେରଳ) ଜର୍ଜ ମ୍ୟାଥ୍ୟୁ ଭି. କହିଛନ୍ତି ଯେ ୨୦୨୫ର ଦ୍ୱିତୀୟ ଅର୍ଦ୍ଧବର୍ଷରେ କଂପାନୀ ରାଜ୍ୟରେ ୫G ଡିପ୍ଲୟମେଣ୍ଟକୁ ତୀବ୍ରତର କରିଛି। ଏହା ପାଇଁ ଆଡଭାନ୍ସ, ଏନର୍ଜି-ଏଫିସିଏଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍‌ ଓ AI-ଚାଳିତ ସେଲ୍ଫ-ଅର୍ଗାନାଇଜିଂ ନେଟୱର୍କ୍ସ (SON)ର ବ୍ୟବହାର କରାଯାଇଛି, ଯାହାଦ୍ୱାରା ନେଟୱର୍କ ପରଫର୍ମାନ୍ସ ଆପେ ଆପେ ଅପ୍ଟିମାଇଜ ହୋଇ ଉଚ୍ଚ-ଗତି ଓ ବିଶ୍ୱସନୀୟ କନେକ୍ଟିଭିଟି ମିଳିପାରୁଛି।

କେରଳରେ ୪G ନେଟୱର୍କ ମଧ୍ୟ ମଜବୁତ ହୋଇଛି:
୫G ସହିତ Vi କେରଳରେ ତାଙ୍କର ୪G ନେଟୱର୍କ୍କୁ ମଧ୍ୟ ସଶକ୍ତ କରିଛି। ସେପ୍ଟେମ୍ବର ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ କଂପାନୀ ୯୦୦ MHz, ୧୮୦୦ MHz ଓ ୨୧୦୦ MHz ସ୍ପେକ୍ଟ୍ରମ ବ୍ୟାଣ୍ଡରେ ୩,୫୦୦ରୁ ଅଧିକ ନୂଆ ୪G ସାଇଟ ତୈନାତ କରିଛି। ଏହାଦ୍ୱାରା ରାଜ୍ୟବ୍ୟାପୀ ଇଣ୍ଡୋର ଓ ଆଉଟଡୋର ନେଟୱର୍କ ପରଫର୍ମାନ୍ସରେ ଉନ୍ନତି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ...

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ...

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ...

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି...

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର...

ପୁରୁଣା ଷ୍ଟକ୍‌ ବିକ୍ରି କରିପାରିବେ କି ଗୁଟ୍‌ଖା-ସିଗାରେଟ୍‌ ଦୋକାନୀ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ପାନ ଦୋକାନକୁ ଯିବାର ସାଧାରଣ ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦ ଦୋକାନରୁ ଉଭାନ...

ପାକିସ୍ତାନରେ ୨୩ ମାର୍ଚ୍ଚରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଲାହୋର ସହ ରହିଛି ଲିଙ୍କ୍‌

ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସର ଆକର୍ଷଣ କେବଳ କର୍ତ୍ତବ୍ୟ ପରେଡ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri