ଆଜି ଭାରତ ଆସୁଛନ୍ତି ପୁଟିନ୍‌: ମୋଦିଙ୍କ ସହ କରିବେ ବଡ଼ ଡିଲ୍‌!

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାରଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି। ରୁଷିଆ କ୍ୟାବିନେଟ ଉକ୍ତ ଏମ୍‌ଓୟୁକୁ ମଞ୍ଜୁରୀ ପ୍ରଦାନ କରିଛି। ତାମିଲନାଡୁର କୁଦନକୁଲମ ଆଣବିକ ଶକ୍ତି ପ୍ରକଳ୍ପରେ ଅନେକ ରିଆକ୍ଟର ନିର୍ମାଣ କରିଥିବା ରୁଷିଆର ରୋସାଟମ୍‌କୁ ରୁଷିଆ ସରକାରଙ୍କ ତରଫରୁ ଉକ୍ତ ଏମ୍‌ଓୟୁ ସ୍ବାକ୍ଷର କରିବାକୁ କ୍ଷମତା ଦିଆଯାଇଛି। ପୁଟିନ୍‌ଙ୍କ ଗସ୍ତ ଅବସରରେ ଭାରତ-ରୁଷିଆ ସମିଟ୍‌ରେ ଅର୍ଥନୀତି, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ରୁଷିଆ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୁକ୍ରବାର ଆଲୋଚନା କରିବେ। ଏହି ଅବସରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ହେବା ସହ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏଥିସହିତ କେତେଗୁଡ଼ିଏ ସରକାରୀ ଓ ବ୍ୟବସାୟିକ ଚୁକ୍ତିନାମା ସ୍ବାକ୍ଷର ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ପୁଟିନ୍‌ଙ୍କ ଗସ୍ତ ପାଇଁ ନୂଆଦିଲ୍ଲୀରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଷିଆ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବାର ଉଚ୍ଚ ପ୍ରଶିକ୍ଷିତ ଯବାନଙ୍କ ସମେତ ଭାରତର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ଶୀର୍ଷ କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ସ୍ନାଇପର, ଡ୍ରୋନ୍‌, ଜାମର ମୁତୟନ ହୋଇଥିବାବେଳେ ଏଆଇ ମନିଟରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁକ୍ରବାର ରାଷ୍ଟ୍ରପତି ଭବନରେ ପୁଟିନ୍‌ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ପରିଦର୍ଶନ କରିବା ସହ ହାଇଦ୍ରବାଦ ହାଉସ୍‌ରେ ଭାରତ-ରୁଷିଆ ବାର୍ଷିକ ସମିଟ୍‌ରେ ଯୋଗଦେବେ। ଏଥିସହିତ ଭାରତ ମଣ୍ଡପମ୍‌ରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର…

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି…

ଏବେ ହିଁ କରନ୍ତୁ ଗ୍ୟାସ୍‌ ବୁକିଂ, ନ ହେଲେ ଆଉ ୨୫ଦିନ ଯାଏ ମିଳିବନି!…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ତାପ ଏବେ ଭାରତରେ ଅନୁଭୂତ ହେଉଛି। ତଥାପି, ଭାରତ ସରକାର LPG ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଘରୋଇ…

ରୋଷେଇ ଗ୍ୟାସକୁ ନେଇ ସରକାରଙ୍କ କଡ଼ା ଆକ୍ସନ, ସାଧାରଣ ଲୋକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୦।୩: ଗତ କିଛି ଦିନ ଧରି କର୍ମସିଆଲ ଗ୍ୟାସ ସିଲିଣ୍ଡରର ଅଭାବକୁ ନେଇ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କ ମଧ୍ୟରେ ବଢୁଥିବା ଚିନ୍ତାର ଏବେ ଅନ୍ତ ହେବାକୁ…

ଯୁଦ୍ଧ ଭିତରେ ଚାଇନାକୁ ନେଇ ଭାରତ କଲା ଏମିତି ଘୋଷଣା, ଚମକି ପଡିଲା ଆମେରିକା!

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଚାଇନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଚାଇନାରୁ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ…

ଭୟଙ୍କର ହେଲା ଯୁଦ୍ଧ: ଏଣ୍ଟ୍ରି ମାରିଲା ଅଷ୍ଟ୍ରେଲିଆ, ବିଶ୍ୱରେ ଚହଳ…

ନୂଆଦିଲ୍‌ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ, ଏବଂ ଏହି ୧୦ ଦିନରେ, ଇସ୍ରାଏଲ ଏବଂ ଇରାନ ସମେତ ପ୍ରାୟ ୧୫ଟି ଦେଶ ଭୟଙ୍କର କ୍ଷୟକ୍ଷତି ଦେଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri