ଆଜି ଭାରତ ଆସୁଛନ୍ତି ପୁଟିନ୍‌: ମୋଦିଙ୍କ ସହ କରିବେ ବଡ଼ ଡିଲ୍‌!

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାରଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି। ରୁଷିଆ କ୍ୟାବିନେଟ ଉକ୍ତ ଏମ୍‌ଓୟୁକୁ ମଞ୍ଜୁରୀ ପ୍ରଦାନ କରିଛି। ତାମିଲନାଡୁର କୁଦନକୁଲମ ଆଣବିକ ଶକ୍ତି ପ୍ରକଳ୍ପରେ ଅନେକ ରିଆକ୍ଟର ନିର୍ମାଣ କରିଥିବା ରୁଷିଆର ରୋସାଟମ୍‌କୁ ରୁଷିଆ ସରକାରଙ୍କ ତରଫରୁ ଉକ୍ତ ଏମ୍‌ଓୟୁ ସ୍ବାକ୍ଷର କରିବାକୁ କ୍ଷମତା ଦିଆଯାଇଛି। ପୁଟିନ୍‌ଙ୍କ ଗସ୍ତ ଅବସରରେ ଭାରତ-ରୁଷିଆ ସମିଟ୍‌ରେ ଅର୍ଥନୀତି, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ରୁଷିଆ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୁକ୍ରବାର ଆଲୋଚନା କରିବେ। ଏହି ଅବସରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ହେବା ସହ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏଥିସହିତ କେତେଗୁଡ଼ିଏ ସରକାରୀ ଓ ବ୍ୟବସାୟିକ ଚୁକ୍ତିନାମା ସ୍ବାକ୍ଷର ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ପୁଟିନ୍‌ଙ୍କ ଗସ୍ତ ପାଇଁ ନୂଆଦିଲ୍ଲୀରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଷିଆ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବାର ଉଚ୍ଚ ପ୍ରଶିକ୍ଷିତ ଯବାନଙ୍କ ସମେତ ଭାରତର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ଶୀର୍ଷ କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ସ୍ନାଇପର, ଡ୍ରୋନ୍‌, ଜାମର ମୁତୟନ ହୋଇଥିବାବେଳେ ଏଆଇ ମନିଟରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁକ୍ରବାର ରାଷ୍ଟ୍ରପତି ଭବନରେ ପୁଟିନ୍‌ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ପରିଦର୍ଶନ କରିବା ସହ ହାଇଦ୍ରବାଦ ହାଉସ୍‌ରେ ଭାରତ-ରୁଷିଆ ବାର୍ଷିକ ସମିଟ୍‌ରେ ଯୋଗଦେବେ। ଏଥିସହିତ ଭାରତ ମଣ୍ଡପମ୍‌ରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟସଭା ଆସନ ପାଇଁ ଭାରତର...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri