ଡିପଫେକ୍‌ର ଶିକାର ହେଲେ ପୁଟିନ, ଭାଇରାଲ ହେଉଛି ଭିଡିଓ

ମସ୍କୋ,୧୫।୧୨: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି। ଏଆଇ ଦ୍ୱାରା ଲୋକଙ୍କୁ ଚାକିରୀ ଚାଲିଯିବା ଭୟ ଘାରିଥିବାବେଳେ ନିକଟରେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍‌ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍‌ର ଶିକାର ହୋଇଛନ୍ତି।
ନିକଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭଳି ଦେଖାଯାଉଥିବା ଏଆଇ ରୋବଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଥାଉ କି, ଋଷିଆରେ ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥାଏ। ଯେଉଁଥିରେ ଦେଶର ନାଗରିକ ଖୋଦ୍‌ ରାଷ୍ଟ୍ରପତିଙ୍କ ସହ ଦେଶର ବିଭିନ୍ନ ସମସ୍ୟା ଉପରେ ଖୋଲାଖୋଲି ଆଲୋଚନା କରିଥାନ୍ତି। ତେବେ ଚଳିତ ବର୍ଷ ହୋଇଥିବା ସମ୍ମିଳନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୁଟିନଙ୍କର ଜଣେ ଏଆଇ ରୋବଟ ତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଇଛି।

ଏଆଇ ରୋବଟ ଜଣକ ଅବିକଳ ପୁଟିନଙ୍କ ଭଳି ଦେଖାଯାଛନ୍ତି। କିନ୍ତୁ ସେ ନିଜକୁ ପିଟର୍ସବର୍ଗ ଷ୍ଟେଟ ୟୁନିଭରସିଟିର ଜଣେ ଛାତ୍ର ବୋଲି ପୁଟିନଙ୍କୁ ପରିଚୟ ଦେଇଛନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓରେ ପୁଟିନ ଡିପିଫେକର ଶିକାର ହୋଇଛନ୍ତି ବୋଲି କୁହାଯାଉଛି।

ଭିଡିଓରେ ନକଲି ପୁଟିନ, ରାଷ୍ଟ୍ରପତି ପୁଟିନଙ୍କୁ ନ୍ୟୁରାଲ ନେଟଓ୍ବର୍କ ଓ ଏଆଇର ଭୟାବହତା ଉପରେ ତାଙ୍କର ଦୃଷ୍ଟିକୋଣ କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ସେ କଣ ତାଙ୍କର ଅବିକଳ ପ୍ରତିଛବି ଭାବରେ ରୋବଟ ରଖିଛନ୍ତି ବୋଲି କହିଛନ୍ତି।
ଏପରି ପ୍ରଶ୍ନରେ ସମ୍ମୁଖରେ ବସିଥିବା ଜନତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଛି। କିନ୍ତୁ ରାଷ୍ଟ୍ରପତି ପୁଟିନ ଗମ୍ଭୀରତାର ସହ ନକଲି ପୁଟିନଙ୍କ ଆଡେ ଦୃଷ୍ଟି ଫେରେଇଛନ୍ତି।
ଉତ୍ତରରେ ପୁଟିନ୍‌ କହିଛନ୍ତି, ଆପଣ ମୋ ଭଳି ଦେଖାଯାଇପାରିବେ ଏବଂ ମୋ ଭଳି ସ୍ବରରେ କଥାବାର୍ତ୍ତା ମଧ୍ୟ କରିପାରିବେ। କିନ୍ତୁ ମୁଁ କେବଳ ଜଣଙ୍କୁ ମୋ ଭଳି ହେବାକୁ ନିର୍ଦ୍ଦେଶ ଦେଇପାରିବି। ଆଉ ସେ ହେଉଛି ମୁଁ। ଅନ୍ୟଥା କାହାକୁ ଏଭଳି କରିବାକୁ ମୋର ନିର୍ଦ୍ଦେଶ ନାହିଁ। କିନ୍ତୁ ମୁଁ ଦେଖିପାରୁଛି ମୋର ନକଲ ପ୍ରସ୍ତୁତ ହୋଇ ସାରିଛି।

ଏଠାରେ କହି ରଖୁଛୁ, ଏହି ଭିଡିଓ ଏପରି ସମୟରେ ଭାଇରାଲ ହୋଇଛି ଯେତେବେଳେ କି ପୁଟିନ୍‌ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବଦଳରେ ଏପରି ଏଆଇ ରୋବଟ ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଅନୁମାନ କରାଯାଉଛି। ସେହିପରି ଭୁଲ ସୂଚନା ବ୍ୟାପିବା କିମ୍ବା କୌଣସି ବଡ ବଡ ସେଲିବ୍ରେଟିଙ୍କ ଚରିତ୍ର ହାନି ପାଇଁ ଏଆଇ-ଡିପିଫେକ୍‌କୁ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri