Categories: ବାଣିଜ୍ୟ

ରଙ୍ଗ ବଦଳାଉଥିବା ନୂଆ ସ୍ମାଟ୍‌ଫୋନ୍‌ ଲଞ୍ଚ କଲା ଭିଭୋ; ଦାମ ସାଙ୍ଗକୁ ସୁବିଧା ବି ମନଲୋଭା

ନୂଆଦିଲ୍ଲୀ,୫।୧: ଅଗ୍ରଣୀ ମୋବାଇଲ୍‌ କମ୍ପାନୀ ଭିଭୋ ତାର ସ୍ମାଟ୍‌ଫୋନ୍‌ ଭିଭୋ ଭି ୨୩ ୫ଜି ଏବଂ ଭିଭୋ ଭି ୨୩ ପ୍ରୋ ୫ଜିକୁ ଭାରତରେ ଲଞ୍ଚ କରିଛି। ଉଭୟ ସ୍ମାର୍ଟଫୋନର ପଛ ଭାଗରେ ଫ୍ଲୋରାଇଟ୍‌ ଏଜି ଗ୍ଲାସ ଦିଆଯାଇଛ। ଏହା ସୂର୍ଯ୍ୟ କିରଣରେ ରଙ୍ଗ ପରିବର୍ତ୍ତନ କରିଥାଏ ବୋଲି କମ୍ପାନୀ ଦାବି କରିଛି। ତେବେ ଭିଭୋ ଭି ୨୩ ୫ଜି ରେ ମେଡିଆଟେକ୍‌ ଡାଇମେନ୍‌ସିଟି ୯୨୦ ପ୍ରୋସେସର୍‌ ଏବଂ ଭିଭୋ ଭି ୨୩ ପ୍ରୋ ୫ଜିରେ ଡାଇମେନ୍‌ସିଟି ୧୨୦୦ ପ୍ରୋସେସର୍‌ ଦିଆଯାଇଛି।

ଭିଭୋ ଭି ୨୩ ୫ଜି ର ୮ଜିବି + ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୨୯,୯୯୦ ଟଙ୍କା ଏବଂ ୧୨ଜିବି + ୨୫୬ଜିବି ଭାରିଆଣ୍ଟର ମୂଲ୍ୟ ୩୪,୯୯୦ ଟଙ୍କା ରହିଛି। ଏହା ସହିତ ଭିଭୋ ଭି ୨୩ ପ୍ରୋ ୫ଜିର ୮ଜିବି + ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୩୮,୯୯୦ ଟଙ୍କା ଏବଂ ୧୨ଜିବି + ୨୫୬ଜିବି ଭାରିଆଣ୍ଟର ମୂଲ୍ୟ ୪୩,୯୯୦ ଟଙ୍କା ରଖାଯାଇଛି। ଏହି ଦୁଇଟି ଫୋନ ଷ୍ଟାରଡଷ୍ଟ ବ୍ଲାକ୍‌ ଏବଂ ସନ୍‌ସାଇନ ଗୋଲ୍ଡ ରଙ୍ଗ ବିକଳ୍ପରେ ବଜାର ପ୍ରବେଶ କରିଛି।

ଗ୍ରାହକମାନେ ଅନ୍‌ଲାଇନ୍‌ରେ ଅଫିସିଆଲ ୱେବସାଇଟ୍‌ ଫ୍ଲିପକାର୍ଟ ଏବଂ ଅଫଲାଇନ୍‌ ଖୁଚୁରା ଷ୍ଟୋରରୁ ସେଗୁଡିକୁ କିଣିବାକୁ ସକ୍ଷମ ହେବେ। ଭିଭୋ ଭି୨୩ ୫ଜି ଏବଂ ଭିଭୋ ଭି୨୩ ପ୍ରୋ ୫ଜି ପାଇଁ ପ୍ରି-ବୁକିଂ ଜାନୁଆରୀ ୫ ରୁ ଆରମ୍ଭ ହେବ। ସେହିଭଳି ଗ୍ରାହକମାନେ ଜାନୁଆରୀ ୧୯ ରୁ ଭି୨୩ ୫ଜି ଏବଂ ଜାନୁଆରୀ ୧୩ ରୁ ଭି୨୩ ପ୍ରୋ ୫ଜି କିଣିବାକୁ ସକ୍ଷମ ହେବେ ।

Share