Posted inଜାତୀୟ

ମମତାଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଆଇନଗତ ନୋଟିସ…

କୋଲକାତା,୯।୫ : ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି।

‘କଶ୍ମୀର ଫାଇଲ’ ଏବଂ ମୋର ଆଗାମୀ ଚଳଚ୍ଚିତ୍ର ଯାହା ପଶ୍ଚିମବଙ୍ଗର ନରସଂହାର ଉପରେ ଆଧାରିତ। ମୁଁ ନିର୍ମାଣ କରୁଥିବା ଚଳଚ୍ଚିତ୍ର ପାଇଁ ଭାଜପା ମୋତେ ପାଣ୍ଠି ଯୋଗାଏ ବୋଲି ମମତା କହିଥିଲେ। ସେ ଦେଇଥିବା ବିବୃତ୍ତି ବିରୋଧରେ ଆମେ ତାଙ୍କୁ ଏକ ଆଇନଗତ ନୋଟିସ ପଠାଇଛୁ ବୋଲି ଅଗ୍ନିହୋତ୍ରୀ କହିଛନ୍ତି।

ମୁଁ ଗତ ଏକ ବର୍ଷ ଧରି କିପରି ଜୀବନ ବିତାଉଛି ମୁଁ ଆପଣଙ୍କୁ କହିପାରେ। କିଛି ରାଜନେତା, ଖବରଦାତା ତଥା ତଥାକଥିତ ସାମ୍ପ୍ରଦାୟିକ ତଥ୍ୟ ଯାଞ୍ଚକାରୀମାନେ ମୋ ଜୀବନକୁ କଷ୍ଟକର କରିଦେଇଛନ୍ତି। ସେମାନେ ମୋତେ ଚୁପ କରିବାକୁ ଚେଷ୍ଟା କରୁଛନ୍ତି। କିଛି ସାମ୍ପ୍ରଦାୟିକ ଫ୍ୟାକ୍ଟ ଚେକର୍‌ ମୋ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଉଠାଇବା ପରେ ମୋ ଝିଅର ଛବି ପ୍ରଚାର କରିଥିଲେ, ଯାହା ଏକ ଲଜ୍ଜାଜନକ କାର୍ଯ୍ୟ ବୋଲି ସେ କହିଛନ୍ତି।

୨୦୨୨ ମସିହାରେ ମୁକ୍ତିଲାଭ କରିଥିବା କଶ୍ମୀର ଫାଇଲ ୧୯୯୦ ରେ କାଶ୍ମୀର ଉପତ୍ୟକାରୁ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବା କ୍ରମଶ। ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମାଲୋଚନା କରୁଥିବା ଲୋକମାନେ ଏହାକୁ ଏକ ସାମ୍ପ୍ରଦାୟିକ ଏଜେଣ୍ଡା ବୋଲି କହିଛନ୍ତି।

ପଶ୍ଚିମବଙ୍ଗର ସର୍ବଶେଷ ରିଲିଜ କେରଳ କାହାଣୀକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ଘୋଷଣା କରିବାବେଳେ ମମତା ବାନାର୍ଜୀ କହିଥିଲେ, କଶ୍ମୀର ଫାଇଲ କ’ଣ? ଏହା ଗୋଟିଏ ବର୍ଗକୁ ଅପମାନିତ କରିବା। କେରଳ କାହାଣୀ କ’ଣ? ଏହା ଏକ ବିକୃତ କାହାଣୀ ।

ମୁଁ ଲୋକଙ୍କ ବିଷୟରେ କହୁଛି ଏବଂ ସିପିଆଇ (ଏମ) ସପକ୍ଷରେ ନୁହେଁ କାରଣ ଏହି ଦଳ ଭାଜପା ସହ କାମ କରୁଛି। ଭାଜପା ହିଁ ଫିଲ୍ମର ପୃଷ୍ଠପୋଷକତା କରୁଛି ବୋଲି ମମତା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri