କଙ୍ଗନାଙ୍କୁ ନିଜର ଆଗାମୀ ଫିଲ୍ମରେ ନେବାକୁ ଚାହୁଁ ନାହାନ୍ତି ନିର୍ଦ୍ଦେଶକ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚର୍ଚ୍ଚିିତ ଫିଲ୍ମ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚର୍ଚ୍ଚା ହେଉଛି। ପ୍ରଶଂସକଙ୍କ ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ଫିଲ୍ମକୁ ନେଇ ଖୁବ୍‌ ପ୍ରଶଂସା କରୁଛନ୍ତି। ତେବେ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଫିଲ୍ମକୁ ଦେଖିବା ପରେ ପ୍ରଶଂସା କରିଛନ୍ତି।
ନିକଟରେ ଏବେ ସୋସିଆଲ ମିଡ଼ିଆରେ କଙ୍ଗନା ଏବଂ ବିବେକ ଅଗ୍ନିହୋତ୍ରୀଙ୍କ ଟିମ୍‌ ଅପ କରିବାକୁ ଆଲୋଚନା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ବିବେକ ଅଗ୍ନିହୋତ୍ରୀ ନିଜର ଆଗାମୀ ଫିଲ୍ମ ପାଇଁ କଙ୍ଗନା ଫିଲ୍ମରେ ନିଶ୍ଚୟ ସାଇନ କରିବେ । ନିକଟରେ ଏହାକୁ ନେଇ ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, କଙ୍ଗନା ଆଗାମୀ ଫିଲ୍ମ ପାଇଁ ସାଇନ କରୁ ନାହାନ୍ତି । ସୋସିଆଲ ମିଡ଼ିଆରେ ଯାହା ବି ଚର୍ଚ୍ଚା ଚାଲିଛି ସେ ସବୁ ଗୁଜବ ଏବଂ ମିଥ୍ୟା । ସତ କଥା ହେଲା ମୁଁ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ କେବେ ଭାବି ନାହିଁ। ମୁଁ ଏବେ ନିଜର ଆଗାମୀ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛି। ତେବେ ଫିଲ୍ମରେ କୌଣସି ଅଭିନେତ୍ରୀର ଆବଶ୍ୟକ ନାହିଁ , ତାଙ୍କର ଅଭିନେତା ଆବଶ୍ୟକ ବୋଲି ସେ କହିଛନ୍ତି।

Share