ତାରାତାରିଣୀ ଯାତ୍ରାରେ ଦର୍ଶନକୁ ଅନୁମତି: ଭୋଜିଭାତ, ମୁଣ୍ଡନ ବନ୍ଦ

ଛତ୍ରପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମର ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ କଟକଣା ଜାରି ହୋଇଛି। ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମନ୍ଦିର ପରିସର ଓ ଏହାର ଆଖପାଖରେ କୌଣସି ପ୍ରକାର ଭୋଜିଭାତ କିମ୍ବା ମୁଣ୍ଡନ କାର୍ଯ୍ୟ କରିପାରିବେ ନାହିଁ l କୋଭିଡ୍‌ ନିୟମାବଳୀକୁ ମାନି କେବଳ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଗଞ୍ଜାମ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।