ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଆଦିବାସୀ ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ତଥ୍ୟ ସମ୍ମିଳିତ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି। ତେବେ ଏ ନେଇ ସଦସ୍ୟମାନେ କୌଣସି ସୂଚନା ଦେଇ ନ ଥିଲେ ହେଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖଣି ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ବହୁ ଅଭିଯୋଗ କମିଶନଙ୍କ ନିକଟକୁ ଯାଇଥିବାବେଳେ ତାହାର ସତ୍ୟାସତ୍ୟ ଜାଣିବା ପାଇଁ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗସ୍ତ କରିଛି। ଏହି କମିଟିରେ କମିଶନର ଯୁଗ୍ମ ସଚିବ କନଥାଙ୍ଗ ତଉଥାଙ୍ଗ, ପୂର୍ବତନ ସ୍ବତନ୍ତ୍ର ସଚିବ(ବ୍ୟକ୍ତିଗତ ଅଭିଯୋଗ) ସୁଦର୍ଶନ ନାୟକ, ସେଲ୍‌ର ପୂର୍ବତନ ସାଧାରଣ ପରିଚାଳକ ଭୂବନାନନ୍ଦ ତ୍ରିପାଠୀ, କମିଶନର ବରିଷ୍ଠ ଆଇନ ପରାମର୍ଶଦାତା ରାଧାକାନ୍ତ ତ୍ରିପାଠୀ ଏହି ଟିମ୍‌ରେ ସାମିଲ ହୋଇଛନ୍ତ। ବିଶେଷକରି ଖଣି ଶ୍ରମିକଙ୍କ ନିଯୁକ୍ତି ଏବଂ ଆଦିମ ଜନଜାତିଙ୍କ ସମସ୍ୟା ତଥା ଆଦିବାସୀ ବସବାସ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଆଦିବାସୀ ନେତା ଭବାନୀ ନାୟକଙ୍କ ନେତୃତ୍ୱରେ ଏକ ଦଳ କମିଟିକୁ ଭେଟି ଆଦିବାସୀଙ୍କ ସମସ୍ୟା ଉପରେ ଜଣାଇବା ସହ ଦାବିପତ୍ର ଦେବାକୁ ଯାଇଥିଲେ ହେଁ ତାଙ୍କୁ ଭେଟ କରି ନ ଥିଲେ। ଏ ନେଇ ଭବାନୀ ଶଙ୍କର ନାୟକ କହିଛନ୍ତି, ଜିଲାରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ କମିଶନଙ୍କ ପାଖକୁ ଯାଇଥିଲେ ହେଁ କୌଣସି ସମସ୍ୟା ସମାଧାନ ହୋଇପାରିନାହିଁ। ଅନ୍ୟପକ୍ଷରେ ଜିଲାର ନେତା ଅନନ୍ତ ନାୟକ ଉକ୍ତ କମିଶନର ସଦସ୍ୟ ହୋଇଥିବାରୁ ଜିଲାର ଆଦିବାସୀମାନେ ବହୁ ଆଶାବାଦୀ ଥିବା ସତ୍ତ୍ୱେ ତାଙ୍କର ସମସ୍ୟା ଓ ଦାବି ସମାଧାନ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଆଦିବାସୀଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଅନ୍ୟାନ୍ୟ ସ୍ବାର୍ଥ ସାଧନରେ ବ୍ୟସ୍ତ ରହୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ୍‌…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri