Posted inଖେଳ

ଅନ୍ତିମ ବଲରେ ଛକା ମାରି ବରୋଦାକୁ ସେମିଫାଇନାଲ ଟିକେଟ୍‌ ଦେଲେ ସୋଲାଙ୍କି

ଅହମ୍ମଦାବାଦ,୨୭ା୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ହରିୟାଣାକୁ ୮ ଉଇକେଟରେ ହରାଇ ଦେଇଛି ବରୋଦା। ଏହି ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ମାତ୍ର ୧୪୯ ରନ୍‌ର ଟାର୍ଗେଟ ପିଛା କରୁଥିଲା ବରୋଦା। ମାତ୍ର ବ୍ୟାଟ୍ସମ୍ୟାନମାନଙ୍କ ଧିମା ବ୍ୟାଟିଂ ଯୋଗୁ ମ୍ୟାଚ୍‌ ଜିତିବା କଷ୍ଟକର ହୋଇପଡ଼ିଥିଲା। ଏପରି କି ଅନ୍ତିମ ୩ ବଲରେ ବରୋଦାକୁ ଦରାକର ଥାଏ ୧୫ ରନ୍‌। ୨୦ତମ ଓଭରର ଚତୁର୍ଥ ବଲକୁ ଛକା ଲଗାଇ ଦଳର ବିଜୟ ଆଶା ଭାଙ୍ଗିବାକୁ ଦେଇ ନ ଥିଲେ ବିଷ୍ଣୁ ସୋଲାଙ୍କି। ପଞ୍ଚମ ବଲକୁ ଚୌକା ମାରିବା ପରେ ଅନ୍ତିମ ବଲରେ ଦଳକୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆବଶ୍ୟକ ଥାଏ ୫ ରନ୍‌। ହେଲେ ଲଙ୍ଗ୍‌ ଅନ ଅଞ୍ଚଳକୁ ଛକା ମାରି ଦଳକୁ ଦେଇଥିଲେ ବିଜୟ ଭେଟି। ମ୍ୟାଚ୍‌ରେ ବିଜୟୀ ଦଳ ପାଇଁ ହିରୋ ସାଜି ଥିବା ସୋଲାଙ୍କି ୪୬ ବଲରେ ଖେଳିଥିଲେ ୭୧ ରନ୍‌ର ବିସ୍ଫୋରକ ପାଳି। ଏଥିରେ ସାମିଲ ଥିଲା ୫ ଛକା ଓ ୪ ଚୌକା। ପ୍ରଥମେ ବ୍ୟାଟିଂ କରିଥିବା ମୋହିତ ଶର୍ମାଙ୍କ ନେତୃତ୍ୱାଧୀନ ହରିୟାଣା ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ କ୍ଷତିରେ ୧୪୮ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri