ବିଶ୍ୱାବସୁଙ୍କ ବଂଶଜ ପୂଜୁଛନ୍ତି ଶ୍ରୀନୀଳମାଧବ, ବନଦୁର୍ଗା

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଭିନ୍ନ ମଣ୍ଡପଗୁଡିକରେ ମା’ ଜଗତଜନନୀ ଦୁର୍ଗାପୂଜା, ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପଜା କରୁଛନ୍ତି। ବିଭିନ୍ନ ମା’ ପୀଠରେ ମହିଳା ଶ୍ରଦ୍ଧାଳୁମାନେ ମହାଷ୍ଟମୀରେ ପୂଜାର୍ଚ୍ଚନା କରିଛନ୍ତି। ବ୍ଲକର ରାମନଗର ପଞ୍ଚାୟତର ବରଜ ବାହାକୁଦ ଗ୍ରାମରେ ଜରା ଶବର ବଂଶଜମାନଙ୍କର ପାରମ୍ପରିକ ପ୍ରଭୁ ନୀଳମାଧବ ଓ ବ୍ୟାଘ୍ର ପୃଷ୍ଠରେ ମା’ ବନଦୁର୍ଗା ଅଧିଷ୍ଠିତ ହୋଇଛନ୍ତି। ବରଜ ଗାଁର ମୁରବୀମାନେ କହିବା କଥା କେଉଁ ଆବାହନ କାଳରୁ ପୂର୍ବଜମାନେ ଏହି ନୀଳମାଧବ ଓ ବନଦୁର୍ଗା ପୂଜା କରି ଆସୁଛନ୍ତି। ଆମ ପୂର୍ବ ବଂଶଜ ଜରା ବିରୁପ ବିଶ୍ୱାବସୁ ସମ୍ପ୍ରଦାୟର ବୋଲି କୁହାଯାଏ। ପ୍ରାୟତଃ ଏହି ବରଜ ଗ୍ରାମ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା। ଦିନରେ ବାଘର ଉପଦ୍ରବ ଥିଲା। ଉକ୍ତ ଦିନ ଶହେରୁ ଦେଢ଼ଶହ ବର୍ଷ ପୂର୍ବେ ଏହି ବରଜ ଗ୍ରାମରେ ବ୍ୟାଘ୍ର ପୃଷ୍ଠରେ ମା’ ବନଦୁର୍ଗା ଓ ବିଶ୍ୱାବସୁ ସମ୍ପ୍ରଦାୟର ଲୋକମାନେ ପୂଜା କରି ଆସୁଛନ୍ତି। ଏହି ପୂଜା ମଣ୍ଡପରେ ଲଳିତା, ଶବରୀଶବର ଓ ସଖୀମାନେ ପୂଜା ପାଉଛନ୍ତି। ମା’ ବନଦୁର୍ଗା ଓ ନୀଳମାଧବଙ୍କୁ ଫଳ ଫୁଲୁରି ଆଦି ନୈବେଦ୍ୟ ଅର୍ପଣ କରାଯାଏ।
ବରଜ, ବାଲିପାଟ ଆଦି ଗ୍ରାମରେ ୧୦୫ ପରିବାର ଏହି ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପୂଜା ମଣ୍ଡପରେ ମିଳିତ ହୋଇଥାନ୍ତି। ଘରେ ଘରେ ପିଠା ପଣା, ଖିରି ପୁରୀ ଓ ନୂଆବସ୍ତ୍ର ପରିଧାନ କରି ମଉଜ ମଜଲିସ କରିଥାନ୍ତି। ସେହିପରି ଏହି ସମ୍ପ୍ରଦାୟର ମୁରବୀମାନେ କହିବା କଥା ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ଆମ ସମ୍ପ୍ରଦାୟର ପାରମ୍ପରିକ ବିଧି ରହିଛି ବୋଲି ନିରଞ୍ଜନ ସାମଲ, ନୀଳମଣି ସାମଲ, ବାଇଧର ସାମଲ, ଧଡ଼ି ସାମଲ, କେଳୁ ସାମଲ, ବାବାଜୀ ସାମଲ, କାଙ୍ଗାଳି ସାମଲ, ବିଷ୍ଣୁ ସାମଲ, କିଣୁ ସାମଲ, ବେନୁ ସାମଲ, ଶଙ୍କର ସାମଲ, ସିଲୁ ସାମଲ ଓ ଜଙ୍ଗଲି ସାମଲ ପ୍ରମୁଖ କହିଛନ୍ତି। ବ୍ଲକର ସେହିପରି ଜଗତଜନନୀ ମା’ ଦୁର୍ଗା ପୂଜା ରାମନଗର, ବାରଡାଙ୍ଗ, ଜମ୍ବୁ, କିଆରବାଙ୍କ, ବିଜୟନଗର, ଦେଉଳିପଡ଼ା, ଦୋଳିଗାଁ, ତିଖିରି, ମଙ୍ଗଳପୁର, ଖରିନାସି, ବତିଘର ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri