ବିଶ୍ୱାବସୁଙ୍କ ବଂଶଜ ପୂଜୁଛନ୍ତି ଶ୍ରୀନୀଳମାଧବ, ବନଦୁର୍ଗା

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଭିନ୍ନ ମଣ୍ଡପଗୁଡିକରେ ମା’ ଜଗତଜନନୀ ଦୁର୍ଗାପୂଜା, ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପଜା କରୁଛନ୍ତି। ବିଭିନ୍ନ ମା’ ପୀଠରେ ମହିଳା ଶ୍ରଦ୍ଧାଳୁମାନେ ମହାଷ୍ଟମୀରେ ପୂଜାର୍ଚ୍ଚନା କରିଛନ୍ତି। ବ୍ଲକର ରାମନଗର ପଞ୍ଚାୟତର ବରଜ ବାହାକୁଦ ଗ୍ରାମରେ ଜରା ଶବର ବଂଶଜମାନଙ୍କର ପାରମ୍ପରିକ ପ୍ରଭୁ ନୀଳମାଧବ ଓ ବ୍ୟାଘ୍ର ପୃଷ୍ଠରେ ମା’ ବନଦୁର୍ଗା ଅଧିଷ୍ଠିତ ହୋଇଛନ୍ତି। ବରଜ ଗାଁର ମୁରବୀମାନେ କହିବା କଥା କେଉଁ ଆବାହନ କାଳରୁ ପୂର୍ବଜମାନେ ଏହି ନୀଳମାଧବ ଓ ବନଦୁର୍ଗା ପୂଜା କରି ଆସୁଛନ୍ତି। ଆମ ପୂର୍ବ ବଂଶଜ ଜରା ବିରୁପ ବିଶ୍ୱାବସୁ ସମ୍ପ୍ରଦାୟର ବୋଲି କୁହାଯାଏ। ପ୍ରାୟତଃ ଏହି ବରଜ ଗ୍ରାମ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା। ଦିନରେ ବାଘର ଉପଦ୍ରବ ଥିଲା। ଉକ୍ତ ଦିନ ଶହେରୁ ଦେଢ଼ଶହ ବର୍ଷ ପୂର୍ବେ ଏହି ବରଜ ଗ୍ରାମରେ ବ୍ୟାଘ୍ର ପୃଷ୍ଠରେ ମା’ ବନଦୁର୍ଗା ଓ ବିଶ୍ୱାବସୁ ସମ୍ପ୍ରଦାୟର ଲୋକମାନେ ପୂଜା କରି ଆସୁଛନ୍ତି। ଏହି ପୂଜା ମଣ୍ଡପରେ ଲଳିତା, ଶବରୀଶବର ଓ ସଖୀମାନେ ପୂଜା ପାଉଛନ୍ତି। ମା’ ବନଦୁର୍ଗା ଓ ନୀଳମାଧବଙ୍କୁ ଫଳ ଫୁଲୁରି ଆଦି ନୈବେଦ୍ୟ ଅର୍ପଣ କରାଯାଏ।
ବରଜ, ବାଲିପାଟ ଆଦି ଗ୍ରାମରେ ୧୦୫ ପରିବାର ଏହି ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପୂଜା ମଣ୍ଡପରେ ମିଳିତ ହୋଇଥାନ୍ତି। ଘରେ ଘରେ ପିଠା ପଣା, ଖିରି ପୁରୀ ଓ ନୂଆବସ୍ତ୍ର ପରିଧାନ କରି ମଉଜ ମଜଲିସ କରିଥାନ୍ତି। ସେହିପରି ଏହି ସମ୍ପ୍ରଦାୟର ମୁରବୀମାନେ କହିବା କଥା ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ଆମ ସମ୍ପ୍ରଦାୟର ପାରମ୍ପରିକ ବିଧି ରହିଛି ବୋଲି ନିରଞ୍ଜନ ସାମଲ, ନୀଳମଣି ସାମଲ, ବାଇଧର ସାମଲ, ଧଡ଼ି ସାମଲ, କେଳୁ ସାମଲ, ବାବାଜୀ ସାମଲ, କାଙ୍ଗାଳି ସାମଲ, ବିଷ୍ଣୁ ସାମଲ, କିଣୁ ସାମଲ, ବେନୁ ସାମଲ, ଶଙ୍କର ସାମଲ, ସିଲୁ ସାମଲ ଓ ଜଙ୍ଗଲି ସାମଲ ପ୍ରମୁଖ କହିଛନ୍ତି। ବ୍ଲକର ସେହିପରି ଜଗତଜନନୀ ମା’ ଦୁର୍ଗା ପୂଜା ରାମନଗର, ବାରଡାଙ୍ଗ, ଜମ୍ବୁ, କିଆରବାଙ୍କ, ବିଜୟନଗର, ଦେଉଳିପଡ଼ା, ଦୋଳିଗାଁ, ତିଖିରି, ମଙ୍ଗଳପୁର, ଖରିନାସି, ବତିଘର ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri