ଭିସା ଷ୍ଟିଲ୍‌ କାରଖାନାକୁ ବନ୍ଦ ଚେତାବନୀ

ଯାଜପୁର,୧୨ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ପରିସରରୁ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ଫେନୋଲିକ କମ୍ପାଉଣ୍ଡ ଏବଂ ସାଇନାଇଡ୍‌ ପାଣି ଗଣ୍ଡାନାଳରେ ମିଶି ପ୍ରଦୂଷିତ କରୁଛି। ନିୟମିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ପ୍ରତିନିଧି ଦଳ କାରଖାନା ପରିସରରୁ ବାହାରୁଥିବା ବର୍ଜ୍ୟଜଳ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି। ଏଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ବାହାରୁଥିବା ପ୍ରମାଣିତ ହେଉଥିଲେ ବି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ହେଉଛି। ତେଣୁ ତଦନ୍ତ ରିପୋର୍ଟ ଏକ ପ୍ରହସନ ବୋଲି ମତପ୍ରକାଶ ପାଇଛି। ତେବେ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣି ଥରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଭିସା ଷ୍ଟିଲ କାରଖାନାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଟି କଲଭର୍ଟ ଦେଇ ବାହାରକୁ ଛଡ଼ାଯାଉଥିବା ବର୍ଜ୍ୟପାଣି ନମୁନାରେ ଧାର୍ଯ୍ୟ ସୀମାଠାରୁ ବହୁ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ ଓ ସାଇନାଇଡ ଥିବା ଜଣାପଡ଼ିବା ପରେ ଏଥର କାହିଁକି କାରଖାନାକୁ ବନ୍ଦ କରା ନ ଯିବ ସେ ନେଇ ଭିସା ଷ୍ଟିଲ୍‌ର ନିର୍ଦ୍ଦେଶକଙ୍କୁ ଏସ୍‌ପିସିବିର ସଦସ୍ୟ ସଚିବ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଭିସା ଷ୍ଟିଲ୍‌ କାରଖାନା ପରିସରରରୁ ନିର୍ଗତ ବର୍ଜ୍ୟଜଳ ପ୍ରଦୂଷଣକୁ ଭୋଗୁଥିବା ଯଖପୁରା, ବାଲୁଙ୍ଗାବନ୍ଦି, ରୁଙ୍ଗୁରୁଙ୍ଗା, ଅଁଳାପାଳ, ମଙ୍ଗଲପୁର, ଖରଡି, ତେଲିବାହାଲି ପ୍ରଭୃତି ଗ୍ରାମବାସୀଙ୍କ ଦୁଃଖ ବଢ଼ିଚାଲିଛି। ଜଳ ପ୍ରଦୂଷଣ ପ୍ରଭାବରେ ଗାଁର ପାଣି, ପବନ, ମୃତ୍ତିକା ସବୁ ବିଷ ପାଲଟିଛି। ୨୪ା୭ା୨୦୨୪ରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଭିସା ଷ୍ଟିଲ କାରଖାନାର ନିରୀକ୍ଷଣ କରିଥିଲେ। ତଦନ୍ତ ରିପୋର୍ଟରେ ବାୟୁ ଓ ଜଳ ପ୍ରଦୂଷଣ ଆଇନ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏସ୍‌ପିସିବିର ସଦସ୍ୟ ସଚିବ ୮ା୮ା୨୦୨୪ରେ ଭିସା ଷ୍ଟିଲ କାରଖାନା ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଉପଯୁକ୍ତ ଏବଂ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ ଆଇନ ଅନୁସାରେ କାରଖାନାକୁ ବନ୍ଦ ନିର୍ଦ୍ଦେଶ ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପିସିବି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ଭିସା ଷ୍ଟିଲ ପକ୍ଷରୁ ୪ା୯ା୨୦୨୪ରେ ଅନୁପାଳନ ରିପୋର୍ଟ ଏସ୍‌ପିସିବି ନିକଟରେ ଦାଖଲ କରାଯାଇଥିଲା। କିନ୍ତୁ ପୂର୍ବଭଳି ବାହାରକୁ ବିନା ବିଶୋଧନରେ ବର୍ଜ୍ୟଜଳ ଛଡ଼ାଯାଉଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣି ଅଭିଯୋଗ ହୋଇଥିଲା। ତେଣୁ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣିଥରେ ନିରୀକ୍ଷଣ କରାଯାଇ ଜଳ ନମୁନା ସଂଗ୍ରହ ହୋଇଥିଲା। ଏସ୍‌ପିସିବିର ସେଣ୍ଟ୍ରାଲ ଲାବରେଟୋରିରେ ୨୭ା୯ା୨୦୨୪ରୁ ୪ା୧୦ା୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ଜଳ ନମୁନା ପରୀକ୍ଷା ପରେ ସେଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ମିଶିଥିବା ଜଣାପଡ଼ିଥିଲା।
ଭିସା ଷ୍ଟିଲ କାରଖାନାକୁ ୩୧ା୩ା୨୦୨୫ ପର୍ଯ୍ୟନ୍ତ ଆବଶ୍ୟକ ଗାଇଡ୍‌ଲାଇନ ପାଳନ କରିବା ସର୍ତ୍ତରେ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। କିନ୍ତୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଏହି କାରଖାନା ବାହାରକୁ ବର୍ଜ୍ୟପାଣି ଛାଡ଼ି ଚାଷଜମିକୁ କ୍ଷତିଗ୍ରସ୍ତ କରିବା ସହ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି। ଏହି କ୍ରମରେ ଉକ୍ତ କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି ଯେ, ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାରଖାନାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri