Posted inଜାତୀୟ

ନେତାଙ୍କୁ ଚିଠିରେ ଭୂତାଣୁ ପଠାଯାଇପାରେ

ନୂଆଦିଲ୍ଲୀ,୨୧ା୧୧: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ବିପର୍ଯ୍ୟୟ ଆଣିଥିବାବେଳେ ଶୁକ୍ରବାର ଏହି ଘାତକ ଭାଇରସ୍‌ ସମ୍ପର୍କିତ ଆଉ ଏକ ଆସନ୍ନ ବିପଦକୁ ନେଇ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଇଣ୍ଟରପୋଲ ସତର୍କ କରାଇଛି। ଅପରାଧୀମାନେ ଭାରତ ସମେତ ଅନେକ ଦେଶର ନେତାଙ୍କୁ ଏହି ଭାଇରସ୍‌ ଜରିଆରେ ଟାର୍ଗେଟ କରିପାରନ୍ତି। ରାଜନେତା ଏବଂ ଅନ୍ୟମାନଙ୍କ ନିକଟକୁ କୋଭିଡ୍‌ ସଂକ୍ରମିତ ଚିଠି ପଠାଯିବା ଆଶଙ୍କା ରହିଛି ବୋଲି ୧୯୪ ସଦସ୍ୟ ରାଷ୍ଟ୍ରକୁ ଇଣ୍ଟରପୋଲ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ଚେତାଇ ଦିଆଯାଇଛି।
ଆଇନ ପ୍ରବର୍ତ୍ତନକାରୀ ଅଧିକାରୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ତେଜିତ କରିବା ଲାଗି କେତେକ ଲୋକ ସେମାନଙ୍କ ମୁହଁରେ ଛେପ ପକାଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ସେବା ପ୍ରଦାନକାରୀ ସମ୍ପୃକ୍ତ ଅଧିକାରୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ଲୋକେ ଏପରି କରୁଥିବା ରିପୋର୍ଟ ଆସିଛି। ସେହିପରି କେତେଜଣ ନେତାଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ଆସିଛି, ଯେଉଁଥିରେ କରୋନା ଭୂତାଣୁ ରହିଛି। ଅନ୍ୟମାନଙ୍କ ପାଖକୁ ମଧ୍ୟ ଅନୁରୂପ ପତ୍ର ପଠାଯାଇପାରେ। ତେବେ କେଉଁ ରାଜନେତାମାନଙ୍କ ନିକଟକୁ ଏପରି ଚିଠି ଯାଇଛି ସେନେଇ ଏହି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କେତେଜଣ ବ୍ୟକ୍ତି କଟକଣାକୁ ନ ମାନି ଜାଣିଶୁଣି କୋଭିଡ୍‌-୧୯ ପ୍ରଭାବିତ ଅଞ୍ଚଳରୁ ଅଣପ୍ରଭାବିତ ଅଞ୍ଚଳକୁ ଯାଉଛନ୍ତି। ପୋଷ୍ଟାଲ୍‌ ଓ ଫ୍ରଣ୍ଟ-ଡେସ୍କ ସେବାଗୁଡ଼ିକୁ ଜୈବିକ ବିପଦ ସମ୍ପର୍କରେ ଅବଗତ କରାଯିବା ଉଚିତ। ସନ୍ଦିଗ୍ଧ ପ୍ୟାକେଟଗୁଡ଼ିକୁ ପଠାଇବା ବେଳେ ନିୟମିତ ସୁରକ୍ଷାମତ୍କ ଉପାୟ ଅବଲମ୍ବନ ଜରୁରୀ ବୋଲି ଏଥିରେ କୁହାଯାଇଛି। ଅପରାଧୀମାନେ ସେମାନଙ୍କ କଳାଧନକୁ ବୈଧ କରିବା ପାଇଁ କାରବାରରେ ସ୍ବାସ୍ଥ୍ୟ ଉପକରଣ ପଠାଉଥିବା ଇଣ୍ଟରପୋଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri