Posted inଜାତୀୟ

ନେତାଙ୍କୁ ଚିଠିରେ ଭୂତାଣୁ ପଠାଯାଇପାରେ

ନୂଆଦିଲ୍ଲୀ,୨୧ା୧୧: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ବିପର୍ଯ୍ୟୟ ଆଣିଥିବାବେଳେ ଶୁକ୍ରବାର ଏହି ଘାତକ ଭାଇରସ୍‌ ସମ୍ପର୍କିତ ଆଉ ଏକ ଆସନ୍ନ ବିପଦକୁ ନେଇ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଇଣ୍ଟରପୋଲ ସତର୍କ କରାଇଛି। ଅପରାଧୀମାନେ ଭାରତ ସମେତ ଅନେକ ଦେଶର ନେତାଙ୍କୁ ଏହି ଭାଇରସ୍‌ ଜରିଆରେ ଟାର୍ଗେଟ କରିପାରନ୍ତି। ରାଜନେତା ଏବଂ ଅନ୍ୟମାନଙ୍କ ନିକଟକୁ କୋଭିଡ୍‌ ସଂକ୍ରମିତ ଚିଠି ପଠାଯିବା ଆଶଙ୍କା ରହିଛି ବୋଲି ୧୯୪ ସଦସ୍ୟ ରାଷ୍ଟ୍ରକୁ ଇଣ୍ଟରପୋଲ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ଚେତାଇ ଦିଆଯାଇଛି।
ଆଇନ ପ୍ରବର୍ତ୍ତନକାରୀ ଅଧିକାରୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ତେଜିତ କରିବା ଲାଗି କେତେକ ଲୋକ ସେମାନଙ୍କ ମୁହଁରେ ଛେପ ପକାଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ସେବା ପ୍ରଦାନକାରୀ ସମ୍ପୃକ୍ତ ଅଧିକାରୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ଲୋକେ ଏପରି କରୁଥିବା ରିପୋର୍ଟ ଆସିଛି। ସେହିପରି କେତେଜଣ ନେତାଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ଆସିଛି, ଯେଉଁଥିରେ କରୋନା ଭୂତାଣୁ ରହିଛି। ଅନ୍ୟମାନଙ୍କ ପାଖକୁ ମଧ୍ୟ ଅନୁରୂପ ପତ୍ର ପଠାଯାଇପାରେ। ତେବେ କେଉଁ ରାଜନେତାମାନଙ୍କ ନିକଟକୁ ଏପରି ଚିଠି ଯାଇଛି ସେନେଇ ଏହି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କେତେଜଣ ବ୍ୟକ୍ତି କଟକଣାକୁ ନ ମାନି ଜାଣିଶୁଣି କୋଭିଡ୍‌-୧୯ ପ୍ରଭାବିତ ଅଞ୍ଚଳରୁ ଅଣପ୍ରଭାବିତ ଅଞ୍ଚଳକୁ ଯାଉଛନ୍ତି। ପୋଷ୍ଟାଲ୍‌ ଓ ଫ୍ରଣ୍ଟ-ଡେସ୍କ ସେବାଗୁଡ଼ିକୁ ଜୈବିକ ବିପଦ ସମ୍ପର୍କରେ ଅବଗତ କରାଯିବା ଉଚିତ। ସନ୍ଦିଗ୍ଧ ପ୍ୟାକେଟଗୁଡ଼ିକୁ ପଠାଇବା ବେଳେ ନିୟମିତ ସୁରକ୍ଷାମତ୍କ ଉପାୟ ଅବଲମ୍ବନ ଜରୁରୀ ବୋଲି ଏଥିରେ କୁହାଯାଇଛି। ଅପରାଧୀମାନେ ସେମାନଙ୍କ କଳାଧନକୁ ବୈଧ କରିବା ପାଇଁ କାରବାରରେ ସ୍ବାସ୍ଥ୍ୟ ଉପକରଣ ପଠାଉଥିବା ଇଣ୍ଟରପୋଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri