Virtual ATM: ଆଉ ଯିବାକୁ ପଡିବନି ATM, ଗୋଟିଏ ଓଟିପିରେ ମିଳିଯିବ ନଗଦ ଟଙ୍କା

ନୂଆଦିଲ୍ଲୀ,୧୪।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା UPI ଦେଶରେ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଅପ୍ସନ। ଅନଲାଇନ ଟ୍ରାଞ୍ଜାକ୍ସନ ବିପ୍ଲବ ଆସିବା ପରଠାରୁ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଉପଭୋକ୍ତାମାନେ ଅନଲାଇନ ପେମେଣ୍ଟ କରୁଛନ୍ତି। ସବୁଠି ଅନଲାଇନ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକଙ୍କୁ ଡେବିଟ କାର୍ଡ କିମ୍ବା ନଗଦ ଟଙ୍କା କ୍ୟାରି କରିବାକୁ ପଡୁନାହିଁ। କିନ୍ତୁ ଅନେକ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ନଗଦ ଆବଶ୍ୟକ ହୋଇଥାଏ। ଏଭଳି ସ୍ଥିତିରେ ଆପଣ ଏଟିଏମ କାର୍ଡ କିମ୍ବା ନଗଦ ଟଙ୍କା ନେବାକୁ ଭୁଲିଗଲେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। କିନ୍ତୁ ଏବେ ଆପଣଙ୍କୁ ଏଟିଏମ ନ ଯାଇ ମଧ୍ୟ ଗୋଟିଏ ଓଟିପିରେ କ୍ୟାସ ଉଠାଇପାରିବେ। ତେବେ ଜାଣନ୍ତୁ ଏହା କିପରି ହେବ।

ନଗଦ ଟଙ୍କା ଉଠାଇବା ପାଇଁ ଏବେ ଏଟିଏମ କାର୍ଡ ନୁହେଁ ଭର୍ଚୁଆଲ ଏଟିଏମ ଆରମ୍ଭ ହୋଇଛି। ଏଥିରେ ଆପଣ ଏଟିଏମ କିମ୍ବା ବ୍ୟାଙ୍କ ନ ଯାଇ ନିକଟସ୍ଥ ଦୋକାନରୁ ନଗଦ ଟଙ୍କା ନେଇପାରିବେ। ଚଣ୍ଡିଗଡ଼ର ଫିଣ୍ଟେକ କମ୍ପାନୀ ଭର୍ଚୁଆଲ ଏଟିଏମ ସିଷ୍ଟମ ଆଣିଛି। ଏହା ଏକ କାର୍ଡଲେସ କିମ୍ବା ହାର୍ଡୱେର୍‌ ଲେସ୍‌ ପ୍ରକ୍ରିୟା। ଯାହା ଟଙ୍କା ଉଠାଇବା ପାଇଁ ବ୍ୟବହାର ହୁଏ। ଏଥିରେ କୌଣସି ଏଟିଏମ କାର୍ଡ କିମ୍ବା ପିନ ଆବଶ୍ୟକ ହୁଏନାହିଁ।

ଭର୍ଚୁଆଲ ଏଟିଏମରୁ ଟଙ୍କା ଉଠାଇବା ପାଇଁ ସ୍ମାର୍ଟଫୋନ ଆବଶ୍ୟକ। ସେଥିରେ ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ ରହିବା ମଧ୍ୟ ଆବଶ୍ୟକ। ମୋବାଇଲ ବ୍ୟାଙ୍କିଙ୍ଗ ଆପ ଫୋନ ନମ୍ବର ସହିତ ପଞ୍ଜିକୃତ ହେବା ଜରୁରୀ ଅଟେ।
ଅନଲାଇନ ମୋବାଇଲ ବ୍ୟାଙ୍କିଙ୍ଗରୁ ନଗଦ ଟଙ୍କା ଉଠାଇବାକୁ ଆପଣଙ୍କୁ ଏକ ଅନୁରୋଧ ଦାଖଲ କରିବାକୁ ପଡିବ। ଏହା ପରେ, ବ୍ୟାଙ୍କ ଜେନେରେଟେଡ ଓଟିପି ଉଲ୍ଲେଖ କରିବାକୁ ପଡିବ। ପରେ ଏହି ଓଟିପିକୁ ଆପଣଙ୍କୁ ପେମାର୍ଟ ଦୋକାନରେ ଦେଖାଇବାକୁ ପଡିବ। ଓଟିପି ଦେବା ପରେ ସେ ଆପଣଙ୍କୁ ନଗଦ ଟଙ୍କା ପ୍ରଦାନ କରିବେ। ମୋବାଇଲ ବ୍ୟାଙ୍କିଙ୍ଗ ଆପ, ଆପଣଙ୍କୁ ଭର୍ଚୁଆଲ ପେଟିଏମ ପେମାର୍ଟର ଦୋକାନୀ ତାଲିକା ସ୍କ୍ରିନରେ ଦେଖାଇବ, ଯେଉଁଥିରେ ନାମ, ସ୍ଥାନ, ଫୋନ ନମ୍ବର ଇତ୍ୟାଦି ଉଲ୍ଲେଖ ଥିବ।

ଏହି ଭର୍ଚୁଆଲ ଏଟିଏମକୁ ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଜମ୍ମୁ କଶ୍ମୀର ବ୍ୟାଙ୍କ ଏବଂ କରୁର ବ୍ୟାଙ୍କ ୟୁଜର୍ସ ବ୍ୟବହାର କରିପାରିବେ। ବର୍ତ୍ତମାନ ଚଣ୍ଡିଗଡ଼, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇର ମନୋନୀତ ସ୍ଥାନରେ ଭର୍ଚୁଆଲ ଏଟିଏମ ଉପଲବ୍ଧ ହେଉଛି। ଯାହା ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଉପଲବ୍ଧ ହେବ। ଏକ ଭର୍ଚୁଆଲ ଏଟିଏମରୁ ସର୍ବନିମ୍ନ ୧୦୦ଟଙ୍କା ଏବଂ ସର୍ବାଧିକ ୨ହଜାର ଟଙ୍କା ଉଠାଇ ପାରିବେ। ମାସିକ ଏଥିରେ ଆପଣ ମୋଟ ୧୦ହଜାର ଟଙ୍କା ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri