ଭର୍ଜିନ ଗାଲାକ୍ଟିକ ପକ୍ଷରୁ ‘ଫେରେରି’ ମୂଲ୍ୟରେ ମହାକାଶ ଯାତ୍ରା ପାଇଁ ବୁକିଂ ଆରମ୍ଭ, ୯୦ ମିନିଟର ଯାତ୍ରା…

ମେକ୍ସିକୋ ସିଟି,୩।୭ : ଦୁନିଆର ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିମ୍ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପର୍ଯ୍ୟଟକ ଭାବରେ ଆସୁଛନ୍ତି। ତଥାପି, ଅନେକ ଲୋକ ମଧ୍ୟ ମହାକାଶକୁ ଯାତ୍ରା କରିବାର ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ଏଭଳି ପର୍ଯ୍ୟଟକଙ୍କ ମହାକାଶକୁ ଯାତ୍ରା କରିବାର ସ୍ବପ୍ନ ସାକାର ହେବାକୁ ଯାଉଛି। ବାସ୍ତବରେ, ଭର୍ଜିନ ଗାଲାକ୍ଟିକ ଏହି କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଏବଂ ପ୍ରଥମ ଥର ପାଇଁ ମହାକାଶରେ ବ୍ୟବସାୟିକ ଉଡ଼ାଣ କରି ସଫଳତା ହାସଲ କରିଛି ।

ଏହି ୍‌ଯାତ୍ରା ପାଇଁ ତିନି ଜଣ ଲୋକ ଯାଇଥିଲେ ଏବଂ ସମସ୍ତ ତିନି ଯାତ୍ରୀ ଇଟାଲୀରୁ ଆସିଥିଲେ। ଭର୍ଜିନ ଗାଲାକ୍ଟିକର ବିମାନ ଭିଏସଏସ ମେକ୍ସିକୋ ମରୁଭୂମି ଉପରେ ୮୦ କିଲୋମିଟର ଉଡ଼ିଥିଲା। ଏହି ସଫଳ ମିଶନ ସହିତ ୬୩ ବର୍ଷିୟ ଶିଳ୍ପପତି ରିଚାର୍ଡ ବ୍ରାନସନ ମଧ୍ୟ ସ୍ପେସ ପର୍ଯ୍ୟଟକଙ୍କ ମଧ୍ୟରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଲନ ମସ୍କ ଏବଂ ଜେଫ ବେଜୋସ ଥିଲେ।

ମିଶନର ସଫଳତା ପରେ ଭର୍ଜିନ ଗାଲାକ୍ଟିକ କହିଛି କମ୍ପାନୀ ଖୁବ ଶୀଘ୍ର ମାସିକ ବ୍ୟବସାୟିକ ବିମାନ ଆରମ୍ଭ କରିବ ଏବଂ କମ୍ପାନୀ ବହୁ ପରିମାଣର ରାଜସ୍ବ ସଂଗ୍ରହ କରିବାର ଆଶା ରଖିଛି। ଏହି ବିମାନରେ ଇଟାଲୀର ଜାତୀୟ ଅନୁସନ୍ଧାନ ପରିଷଦର ଜଣେ ଏରୋନେଟିକାଲ ଇଞ୍ଜିନିୟର ଇଟାଲୀ ବାୟୁସେନାର ଦୁଇ କଲୋନେଲ ମଧ୍ୟ ଉଡିଥିଲେ। ସମସ୍ତ ତିନି ଯାତ୍ରୀ ୯୦ ମିନିଟ ପାଇଁ ମହାକାଶରେ ଉଡ଼ିଥିଲେ। ଏହାର ଟିକଟ ଦାବ ୪୫୦ ହଜାର ଡଲାର ଥିଲା ଯାହାକି ଏକ ବିଳାସପୂର୍ଣ୍ଣ ଫେରାରି କାରର ମୂଲ୍ୟ ସହ ସମାନ


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri