Posted inଖେଳ

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିସିସିଆଇ ସ୍ପଷ୍ଟ କରିଛି ଯେ ଟି -୨୦ ବିଶ୍ୱକପରେ ତିନି ନମ୍ବରରେ ବ୍ୟାଟିଂ କରିବା ବିରାଟ କୋହଲି ପ୍ରଥମ ବିକଳ୍ପ ନୁହଁନ୍ତି। କୋହଲିଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୁବ ବ୍ୟାଟ୍ସମ୍ୟାନ ଚୟନ କରାଯିବ। ଏହା ସହିତ ବିସିସିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯଦି ରୋହିତ ଶର୍ମା ଟି -୨୦ରେ ଅଧିନାୟକତ୍ୱ ପାଇଁ ରାଜି ହୁଅନ୍ତି, ତେବେ କେବଳ ରୋହିତ ଦଳର ନେତୃତ୍ୱ ନେବେ।

ଆସନ୍ତା ବର୍ଷ ଜୁନ ମାସରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପ୍ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଖେଳକୁ ନେଇ ନିରନ୍ତର ସନ୍ଦେହ ରହିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ନିଜେ ବିସିସିଆଇକୁ ହ୍ବାଇଟ ବଲ କ୍ରିକେଟରୁ ବିରତି ମାଗିଥିଲେ, ବର୍ତ୍ତମାନ କୋହଲିଙ୍କ ବିଶ୍ୱକପରେ ଖେଳିବା ସଙ୍କଟରେ ଅଛି। ବିସିସିଆଇ ସୂତ୍ରରୁ ପ୍ରକାଶ ଯଦି ବିରାଟ କୋହଲି ନିଜେ ଟି -୨୦ ବିଶ୍ୱକପରୁ ବିରତି ନିଅନ୍ତି, ତେବେ ଆମର କୌଣସି ଆପତ୍ତି ହେବ ନାହିଁ। ଯଦି କୋହଲି ନିଜେ ଏହା ଘୋଷଣା କରନ୍ତି ନାହିଁ, ତେବେ ଆମେ କୋହଲିଙ୍କ ସହ କଥା ହେବୁ ଏବଂ ଟି -୨୦ ରେ ଖେଳିବା ବିଷୟରେ ଆଲୋଚନା କରିବୁ।

ବିସିସିଆଇ ଆହୁରି ମଧ୍ୟ କହିଛି ଟି -୨୦ ବିଶ୍ୱକପରେ ୨ ନମ୍ବରରେ ଖେଳିବା କୋହଲି ପ୍ରଥମ ପସନ୍ଦ ନୁହନ୍ତି। ବିସିସିଆଇ ପାଇଁ ପ୍ରଥମ ପସନ୍ଦ ହେଉଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ। ଏଭଳି ପରିସ୍ଥିତିରେ କୋହଲିଙ୍କୁ ଟି -୨୦ ବିଶ୍ୱକପରେ ନ ଖେଳିବାର ଆଶଙ୍କା ଅଛି । ବିସିସିଆଇ ଏହା ମଧ୍ୟ କହିଛି ଆମେ ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପରେ ଅଧିନାୟକ ହେବା ପାଇଁ ଅନୁରୋଧ କରୁଛୁ। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ବିସିସିଆଇ ରୋହିତ ଶର୍ମାଙ୍କୁ ଦଳରେ ରଖିବାକୁ ଚାହୁଁଛି, କିନ୍ତୁ ବିରାଟ କୋହଲିଙ୍କୁ ରଖିବାକୁ ଚାହୁଁନାହିଁ। ଏଭଳି ପରିସ୍ଥିତିରେ ବିରାଟଙ୍କୁ ବିଶ୍ୱକପରେ ଖେଳାଯିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri