ବିଶ୍ୱକପ୍‌ରେ କୋହଲି ଯେତିକି ରନ୍‌ କରିବେ, ବିରିୟାନୀରେ ଦିଆଯିବ ସେତିକି ଡିସ୍କାଉଣ୍ଟ; କିଛି ଏଭଳି ଅଫର ଦେଇ ଚର୍ଚ୍ଚାରେ…

ମୁମ୍ବାଇ,୧୬।୧୧: ଦେଶବିଦେଶରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କାହିଁରେ କେତେ। ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଥିବାରୁ ସେମିଫାଇନାଲରେ କ୍ରିକେଟର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା। ପ୍ରଶଂସକଙ୍କୁ ନିରାଶ ନ କରି କୋହଲି ତାହା କରିଦେଖାଇଛନ୍ତି। ସେ ମ୍ୟାଚ୍‌ରେ ୧୧୭ରନ୍‌ର ଇନିଂସ ଖେଳିଛନ୍ତି। ତେବେ ଉତ୍ତରପ୍ରଦେଶ ମୁଜଫରନଗରରେ କୋହଲିଙ୍କ ରନ୍‌ ହିସାବରେ ଜଣେ ବିରିୟାନୀ ଦୋକାନୀ ରିହାତି ଦେବାକୁ ଘୋଷଣା କରିଥିଲେ। କହିବାକୁ ଗଲେ ସେ ସମସ୍ତ ଗ୍ରାହକଙ୍କୁ ମାଗଣା ବିରିୟାନୀ ଖୁଆଇଛନ୍ତି।

ମୁଜାଫରନଗରର ଲୋକପ୍ରିୟ ‘ହାଜୀ ମକବୁଲ କି ତହରୀ’ ଦୋକାନର ମାଲିକ ମହମ୍ମଦ ଦାନିଶ ରିଜଓ୍ବାଲ କୋହଲିଙ୍କ ବଡ଼ ପ୍ରଶଂସକ। ସେ ବିଶ୍ୱକପ୍‌ ଆରମ୍ଭ ହେବା ଦିନଠାରୁ ଗ୍ରାହକଙ୍କୁ ଭଲ ଅଫର୍‌ ଦେଉଛନ୍ତି। କୋହଲି ଯେତିକି ରନ୍‌ କରିବେ, ସେତିକି ଡିସ୍‌କାଉଣ୍ଟ ମିଳିବ ବୋଲି ସେ କହିଛନ୍ତି। ଏଣୁ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ରେ କୋହଲି ୮୮ରନ୍‌ରେ ଆଉଟ୍‌ ହେବା ପରେ ସେ ଚିକେନ ବିରିୟାନୀର ୬୦ ଟଙ୍କିଆ ପ୍ଲେଟ୍‌କୁ ମାତ୍ର ୭ଟଙ୍କାରେ ବିକିଥିଲେ। ଅର୍ଥାତ ବିରିୟାନୀ ଦାମରେ ୮୮% ରିହାତି ମିଳିଥିଲା। ବୁଧବାର କୋହଲି ୧୧୭ରନ୍‌ର ଇନିଂସ ଖେଳିବା ପରେ ସେ ଗ୍ରାହକଙ୍କୁ ୧୧୭% ଅର୍ଥାତ ମାଗଣାରେ ହିଁ ବିରିୟାନୀ ଦେଇଥିଲେ। ଏହି ମ୍ୟାଚ୍‌ ଲାଗି ୪୫୦ରୁ ଅଧିକ ଗ୍ରାହକ ତାଙ୍କ ନିକଟରୁ ବିରିୟାନୀ ଖାଇବା ଲାଗି ରେଜିଷ୍ଟ୍ରେଶନ କରିଥିଲେ।

ତେବେ ଚଳିତ ବିଶ୍ୱକପ୍‌ରେ ଭାରତ ଟିମ୍‌ ଯାହା ସହ ବି ଖେଳୁ ଏହି ଅଫର ଜାରି ରହିବ ବୋଲି ଦୋକାନୀ ରିଜଓ୍ବାନ କହିଛନ୍ତି। ଯଦି ବିରାଟ ଦ୍ୱିଶତକ ମାରନ୍ତି ତେବେ ଲୋକଙ୍କୁ ଦୁଇ ପ୍ଲେଟ ମାଗଣା ବିରିୟାନୀ ଦିଆଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri