ବିଶ୍ୱକପ୍‌ରେ କୋହଲି ଯେତିକି ରନ୍‌ କରିବେ, ବିରିୟାନୀରେ ଦିଆଯିବ ସେତିକି ଡିସ୍କାଉଣ୍ଟ; କିଛି ଏଭଳି ଅଫର ଦେଇ ଚର୍ଚ୍ଚାରେ…

ମୁମ୍ବାଇ,୧୬।୧୧: ଦେଶବିଦେଶରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କାହିଁରେ କେତେ। ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଥିବାରୁ ସେମିଫାଇନାଲରେ କ୍ରିକେଟର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା। ପ୍ରଶଂସକଙ୍କୁ ନିରାଶ ନ କରି କୋହଲି ତାହା କରିଦେଖାଇଛନ୍ତି। ସେ ମ୍ୟାଚ୍‌ରେ ୧୧୭ରନ୍‌ର ଇନିଂସ ଖେଳିଛନ୍ତି। ତେବେ ଉତ୍ତରପ୍ରଦେଶ ମୁଜଫରନଗରରେ କୋହଲିଙ୍କ ରନ୍‌ ହିସାବରେ ଜଣେ ବିରିୟାନୀ ଦୋକାନୀ ରିହାତି ଦେବାକୁ ଘୋଷଣା କରିଥିଲେ। କହିବାକୁ ଗଲେ ସେ ସମସ୍ତ ଗ୍ରାହକଙ୍କୁ ମାଗଣା ବିରିୟାନୀ ଖୁଆଇଛନ୍ତି।

ମୁଜାଫରନଗରର ଲୋକପ୍ରିୟ ‘ହାଜୀ ମକବୁଲ କି ତହରୀ’ ଦୋକାନର ମାଲିକ ମହମ୍ମଦ ଦାନିଶ ରିଜଓ୍ବାଲ କୋହଲିଙ୍କ ବଡ଼ ପ୍ରଶଂସକ। ସେ ବିଶ୍ୱକପ୍‌ ଆରମ୍ଭ ହେବା ଦିନଠାରୁ ଗ୍ରାହକଙ୍କୁ ଭଲ ଅଫର୍‌ ଦେଉଛନ୍ତି। କୋହଲି ଯେତିକି ରନ୍‌ କରିବେ, ସେତିକି ଡିସ୍‌କାଉଣ୍ଟ ମିଳିବ ବୋଲି ସେ କହିଛନ୍ତି। ଏଣୁ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ରେ କୋହଲି ୮୮ରନ୍‌ରେ ଆଉଟ୍‌ ହେବା ପରେ ସେ ଚିକେନ ବିରିୟାନୀର ୬୦ ଟଙ୍କିଆ ପ୍ଲେଟ୍‌କୁ ମାତ୍ର ୭ଟଙ୍କାରେ ବିକିଥିଲେ। ଅର୍ଥାତ ବିରିୟାନୀ ଦାମରେ ୮୮% ରିହାତି ମିଳିଥିଲା। ବୁଧବାର କୋହଲି ୧୧୭ରନ୍‌ର ଇନିଂସ ଖେଳିବା ପରେ ସେ ଗ୍ରାହକଙ୍କୁ ୧୧୭% ଅର୍ଥାତ ମାଗଣାରେ ହିଁ ବିରିୟାନୀ ଦେଇଥିଲେ। ଏହି ମ୍ୟାଚ୍‌ ଲାଗି ୪୫୦ରୁ ଅଧିକ ଗ୍ରାହକ ତାଙ୍କ ନିକଟରୁ ବିରିୟାନୀ ଖାଇବା ଲାଗି ରେଜିଷ୍ଟ୍ରେଶନ କରିଥିଲେ।

ତେବେ ଚଳିତ ବିଶ୍ୱକପ୍‌ରେ ଭାରତ ଟିମ୍‌ ଯାହା ସହ ବି ଖେଳୁ ଏହି ଅଫର ଜାରି ରହିବ ବୋଲି ଦୋକାନୀ ରିଜଓ୍ବାନ କହିଛନ୍ତି। ଯଦି ବିରାଟ ଦ୍ୱିଶତକ ମାରନ୍ତି ତେବେ ଲୋକଙ୍କୁ ଦୁଇ ପ୍ଲେଟ ମାଗଣା ବିରିୟାନୀ ଦିଆଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri