ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ବିରାଟ କୋହଲିଙ୍କ ନିଷ୍ପତ୍ତି

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟସ୍‌ ହାରି ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଛି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଆରୋନ ଫିଞ୍ଚ୍‌, ଦେବୀଦତ୍ତ ପଡିକ୍କଲ, ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲର୍ସ, ଜୋଶ୍‌ ଫିଲିପ୍‌ (ଉଇକେଟ୍‌କିପର), ଓ୍ବାଶିଂଟନ ସୁନ୍ଦର, ଶିଭମ ଦୁବେ, ନବଦୀପ ସଇନି, ଉମେଶ ଯାଦବ, ଡେଲ୍‌ ଷ୍ଟେଇନ ଓ ୟୁଜବେନ୍ଦ୍ର ଚହଲ।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ (ଅଧିନାୟକ/ଉଇକେଟ୍‌କିପର), ମୟଙ୍କ ଅଗ୍ରଓ୍ବାଲ, କରୁନ ନାୟାର, ନିକୋଲସ ପୁରାନ, ସର୍ଫରାଜ ଖାନ୍‌, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନିଶାମ, ମୁରୁଗାନ ଅଶ୍ୱିନ, ସେଲଡନ କୋଟ୍ରେଲ, ରବି ବିଶ୍ନୋଇ ଓ ମହମ୍ମଦ ସାମି।

Share