Posted inଖେଳ

ଭାରତ ନୁହେଁ, ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ କୋହଲି: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୬ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ସେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟେଷ୍ଟ ମ୍ୟାଚ୍‌ ହେଉ କି ଏକଦିବସୀୟ, ଟି-୨୦ କ୍ରିକେଟର ସବୁ ଫର୍ମାଟରେ ସେ ନିଜ ଜଲଓ୍ବା ଦେଖାଇସାରିଲେଣି। କିନ୍ତୁ ଭାରତୀୟ କ୍ରିକେଟର ଗର୍ବ ବିରାଟ କୋହଲି ଭାରତ ନୁହେଁ, ପାକିସ୍ତାନ ପାଇଁ ଖେଳୁଥାନ୍ତେ ଯଦି ତାଙ୍କ ପରିବାର ୧୯୪୭ରେ ଏକ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ। ୧୯୪୭ରେ ଭାରତ ଏବଂ ପାକିସ୍ତାନ ଦୁଇ ଭାଗ ହେବାପରେ କୋହଲିଙ୍କ ପରିବାର ପାକିସ୍ତାନ ପଳାଇଥିଲେ। କିନ୍ତୁ ତାଙ୍କ ପିତା ପ୍ରେମ କୋହଲି ସେଠାରେ ନ ରହି ଭାରତରେ ରହିବାର ନିଷ୍ପତ୍ତି ନେଇଥିଲେ। ସେ ନିଜ ପରିବାର ସହ ପାକିସ୍ତାନରୁ ମଧ୍ୟପ୍ରଦେଶର କଟନୀ ସହରକୁ ପଳାଇ ଆସିଥିଲେ। ୧୪ ବର୍ଷ ସେଠାରେ ରହିବା ପରେ ୧୯୬୧ରେ ସେମାନେ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀ ଆସିବା ପରେ ବିରାଟ କୋହଲି ୧୯୮୮ରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri