ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବିରାଟ କୋହଲି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହୋଇଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଆର୍‌ସିବି ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ କୋଲକାତା ପ୍ରଥମେ ଫିଲ୍ଡିଂ କରିବ। ପଏଣ୍ଟ ଟେବୁଲରେ କୋଲକାତା ୬ ମ୍ୟାଚ୍‌ ଖେଳି ୪ ବିଜୟ ସହ ୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି। ଅପରପକ୍ଷରେ ଆର୍‌ସିବି ସମାନ ସଂଖ୍ୟକ ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ପାଇ ୪ର୍ଥ ସ୍ଥାନ ଲାଭ କରିଛି।

Share