Posted inଖେଳ

ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି!

ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍‌ମାର କରିଛନ୍ତି ତାହାର ହିସାବ ନାହିଁ । ଏବେ ବି ତେନ୍ଦୁଲକରଙ୍କ ରେକର୍ଡ ଅତୁଟ ରହିଛି

ତେନ୍ଦୁଲକରଙ୍କ ନାଁ ରେ ଏବେ ବି ସର୍ବାଧିକ ରନ୍ ସ୍କୋରର ରେକର୍ଡ ରହିଛି । ଆଗକୁ ଏ ରେକର୍ଡ ଭାଙ୍ଗିବା ଅସମ୍ଭବ ଲାଗୁନଥିଲେ ବି କାଠିକର ପାଠ ହେବ ଅନ୍ୟ ଖେଳାଳିଙ୍କ ପାଇଁ । ତେନ୍ଦୁଲକରଙ୍କୁ ଟକ୍କର ଦେବା ପାଇଁ ଯଦି କେହି ରହିଥିଲେ ତେବେ ସେ ହେଉଛନ୍ତି କିଙ୍ଗ ଅଫ୍‌ କ୍ରିକେଟ ବିରାଟ କୋହଲି । ପ୍ରଥମ ଦିନିକିଆ ମୁକାବିଲାରେ ଦମଦାର ଶତକ ହାସଲ କରି ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି । ୫୨ତମ ଦିନିକିଆ ଶତକ ହାସଲ କରିଥିଲେ କୋହଲି ।

ଯଦି ଆମେ ଦିନିକିଆ ଫର୍ମାଟ କଥା କହିବା ତେବେ ରନ୍ ମାମଲାରେ ତେନ୍ଦୁଲକର ଏବେ ବି କୋହଲିଙ୍କ ଠାରୁ ଢେର୍‌ ଆଗରେ ରହିଛନ୍ତି । ଦିନିକିଆରେ ସଚିନଙ୍କ ମୋଟ ସ୍କୋର ୧୮,୪୨୬ ରନ୍ ରହିଥିବା ବେଳେ ବିରାଟଙ୍କ ସ୍କୋର ହେଉଛି ୧୪,୩୯୦ ରନ୍ । ତେନ୍ଦୁଲକର ୪୫୨ ଓ କୋହଲି ୩୦୬ ଦିନିକିଆ ଖେଳି ଜାରି ରଖିଛନ୍ତି ।

ଦିନିକିଆରେ ତେନ୍ଦୁଲକର ମୋଟ ୪୯ଟି ଶତକ ହାସଲ କରିଥିବା ବେଳେ କୋହଲି ୫୨ ଶତକ ମାରିସାରିଲେଣି । ଯାହାକି ସଚିନଙ୍କ ଠାରୁ ଅଧିକ । ସେହି ଅର୍ଦ୍ଧଶତକ କଥା କହିବାକୁ ଗଲେ ତେନ୍ଦୁଲକର ଏବେ ବି ଆଗରେ । ସଚିନ ୯୬ଟି ଅର୍ଦ୍ଧଶତକ ଏବଂ କୋହଲି ୭୫ଟି ମାରି ଖେଳୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri