Posted inଖେଳ

ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପରେ ଗର୍ଜିବ ବିରାଟଙ୍କ ବ୍ୟାଟ୍‌! ଇଂଲଣ୍ଡ-ପାକିସ୍ତାନ ବିପକ୍ଷରେ ହେବ ରନ୍‌ ବର୍ଷା, ରହିଛି ଏଭଳି ସଂଯୋଗ

ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍‌ର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କିଛି ଲୋକ ତାଙ୍କୁ ଟିମ୍‌ରୁ ବାଦ୍‌ ଦେବାକୁ ଦାବି କରୁଛନ୍ତି। ଏସବୁ ମଧ୍ୟରେ କୋହଲି ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜି ମହାରାଜଙ୍କୁ ଦର୍ଶନ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କର ଫର୍ମକୁ ଫେରିବାର ଆଶା ବଢ଼ିଯାଇଛି। ଆପଣ ଭାବୁଥିବେ କାହିଁକି? ଏହା ପଛର କାରଣଟି ହେଲା ସ୍ବତନ୍ତ୍ର ସଂଯୋଗ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଏବଂ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ମାସରୁ ଆରମ୍ଭ ହେବ। ଏମିତିରେ କୋହଲି ଏବେ ବ୍ରେକ୍‌ରେ ଅଛନ୍ତି। କିଛିଦିନ ପୂର୍ବେ ଅଷ୍ଟ୍ରେଲିଆରୁ ଫେରି ସେ ବ୍ରେକ୍‌ରେ ଯାଇ ପ୍ରଥମ କାମ ବୃନ୍ଦାବନ ଯାଇଛନ୍ତି। ତାଙ୍କ ସହ ପତ୍ନୀ ଅନୁଷ୍କା ଶର୍ମା ଏବଂ ଦୁଇ ସନ୍ତାନ ଥିଲେ। ସୋସିଆଲ ମିଡିଆରେ ଏହା ଆସିବା ପରେ ବିରାଟ ପୁଣି ଧମାକା କରିବାର ଆଶା ସୃଷ୍ଟି ହୋଇଛି।

ଏହା ପଛରେ ଦୁଇ ବର୍ଷ ପୁରୁଣା ସଂଯୋଗ ଅଛି। ୨୦୨୩ ଜାନୁଆରୀ ୬ରେ ବିରାଟ ଏବଂ ଅନୁଷ୍କା ମହାରାଜଙ୍କ ଦର୍ଶନ ଲାଗି ପହଞ୍ଚିଥିଲେ। ଏହାର ତୁରନ୍ତ ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା। ଏଥିରେ କୋହଲି ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିଲେ। ଏହା ଘରୋଇ ମଇଦାନରେ ପ୍ରାୟ ୩ ବର୍ଷ ପରେ କୋହଲିଙ୍କ ପ୍ରଥମ ଶତକ ଥିଲା।

କୋହଲି ଏତିକିରେ ରହିଯାଇ ନ ଥିଲେ। ସେ ଟେଷ୍ଟ କ୍ରିକେଟରେ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ। ସେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ। ପରେ ବିଶ୍ୱକପ ୨୦୨୩ରେ ରନ୍‌ ବର୍ଷା କରି ୭୦୦ରୁ ଅଧିକ ରନ୍‌ କରି ସମସ୍ତ ରେକର୍ଡ ଭାଙ୍ଗିଥିଲେ। ଏବେ ପୁଣି ଥରେ ନୂଆ ବର୍ଷର ଆରମ୍ଭ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନରୁ କରିଛନ୍ତି। ଏମିତିରେ ପ୍ରଶଂସକ ଆଶା ରଖିଛନ୍ତି ଯେ କୋହଲି ପ୍ରଥମେ ଇଂଲଣ୍ଡ ଏବଂ ପରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ସମେତ ଅନ୍ୟ ଟିମ୍‌ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri