Posted inଖେଳ

ସକାଳ ୫ଟା ଯାଏ ଫ୍ୟାନ୍‌କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍‌ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ନ ପାରିବା ଯୋଗୁ ସେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଜୀବନରେ ନକରାତ୍ମକତା ଭରି ଯାଇଥିଲା ।

ନିକଟରେ କ୍ରିକେଟ ଅଷ୍ଟ୍ରେଲିଆ ବିରାଟ ଏକ ଭିଡିଓ ଶେୟାର କରିଥିଲା। ଏଥିରେ କୋହଲି କ୍ୟାରିୟରର ସବୁଠାରୁ ଖରାପ ସମୟକୁ ମନେ ପକାଇଥିଲେ। ସେଥିରେ ୨୦୦୯ ଆଇସିସି ଚମ୍ପିଆନ୍ସ ଟ୍ରଫିର ଦକ୍ଷିଣ ଆଫ୍ରିକା ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରହିଛି। ଘଟଣା ସମ୍ପର୍କରେ କୋହଲି କହିଛନ୍ତି, ୨୦୦୯ ଚମ୍ପିଆନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପାକିସ୍ତାନ ୩୦୩ ରନ୍‌ କରିଥିଲେ। ଏହାର ଜବାବରେ ଭାରତର ଓପନିଂ ଯୋଡି ସଚିନ ତେନ୍ଦୁଲକର ଏବଂ ଗୌତମ ଗମ୍ଭୀର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଗମ୍ଭୀର ୫୭ ରନ୍‌ କରିଥିବା ବେଳେ ତେନ୍ଦୁଲକର ୮ ରନ୍‌ କରିଥିଲେ। କୋହଲି ୪ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବାରୁ ଚାପରେ ଥିଲେ। ଫଳରେ ମାତ୍ର ୧୬ ରନ୍‌ କରି ସେ ଆଉଟ୍‌ ହୋଇଯାଇଥିଲେ। ଏହି ପାଳି ଖେଳିବା ପରେ ତାଙ୍କୁ କ୍ୟାରିୟର ଶେଷ ହୋଇଯିବା ପରି ମନେ ହୋଇଥିଲା। ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ପାରି ନ ଥିବାରୁ ତାଙ୍କୁ ସେ ଦିନ ନିଦ ହୋଇ ନ ଥିଲା। ସକାଳ ୫ଟା ଯାଏ ପଙ୍ଖାକୁ ଚାହିଁ ରହିଥିଲେ। ଏବେ ଏହି ଘଟଣାକୁ ୧୧ ବର୍ଷ ବିତିସାରିଛି। ଜୀବନର ନକରାତ୍ମକତା ସହ ଲଢ଼ି ସେ ତିନି ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri