Posted inଖେଳ

ସକାଳ ୫ଟା ଯାଏ ଫ୍ୟାନ୍‌କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍‌ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ନ ପାରିବା ଯୋଗୁ ସେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଜୀବନରେ ନକରାତ୍ମକତା ଭରି ଯାଇଥିଲା ।

ନିକଟରେ କ୍ରିକେଟ ଅଷ୍ଟ୍ରେଲିଆ ବିରାଟ ଏକ ଭିଡିଓ ଶେୟାର କରିଥିଲା। ଏଥିରେ କୋହଲି କ୍ୟାରିୟରର ସବୁଠାରୁ ଖରାପ ସମୟକୁ ମନେ ପକାଇଥିଲେ। ସେଥିରେ ୨୦୦୯ ଆଇସିସି ଚମ୍ପିଆନ୍ସ ଟ୍ରଫିର ଦକ୍ଷିଣ ଆଫ୍ରିକା ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରହିଛି। ଘଟଣା ସମ୍ପର୍କରେ କୋହଲି କହିଛନ୍ତି, ୨୦୦୯ ଚମ୍ପିଆନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପାକିସ୍ତାନ ୩୦୩ ରନ୍‌ କରିଥିଲେ। ଏହାର ଜବାବରେ ଭାରତର ଓପନିଂ ଯୋଡି ସଚିନ ତେନ୍ଦୁଲକର ଏବଂ ଗୌତମ ଗମ୍ଭୀର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଗମ୍ଭୀର ୫୭ ରନ୍‌ କରିଥିବା ବେଳେ ତେନ୍ଦୁଲକର ୮ ରନ୍‌ କରିଥିଲେ। କୋହଲି ୪ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବାରୁ ଚାପରେ ଥିଲେ। ଫଳରେ ମାତ୍ର ୧୬ ରନ୍‌ କରି ସେ ଆଉଟ୍‌ ହୋଇଯାଇଥିଲେ। ଏହି ପାଳି ଖେଳିବା ପରେ ତାଙ୍କୁ କ୍ୟାରିୟର ଶେଷ ହୋଇଯିବା ପରି ମନେ ହୋଇଥିଲା। ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ପାରି ନ ଥିବାରୁ ତାଙ୍କୁ ସେ ଦିନ ନିଦ ହୋଇ ନ ଥିଲା। ସକାଳ ୫ଟା ଯାଏ ପଙ୍ଖାକୁ ଚାହିଁ ରହିଥିଲେ। ଏବେ ଏହି ଘଟଣାକୁ ୧୧ ବର୍ଷ ବିତିସାରିଛି। ଜୀବନର ନକରାତ୍ମକତା ସହ ଲଢ଼ି ସେ ତିନି ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri