Posted inଖେଳ

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ ଚମତ୍କାର ରେକର୍ଡ ଯୋଡ଼ିଛନ୍ତି। କୋହଲି ଏହି ମ୍ୟାଚରେ ୫୪ ବଲରୁ ଅପରାଜିତ ୭୩ ରନ ସ୍କୋର କରି ତାଙ୍କ ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଏହା ତାଙ୍କର ୫୯ତମ ଆଇପିଏଲ ଅର୍ଦ୍ଧଶତକ ଏବଂ ଟି20 ପ୍ରତିଯୋଗିତାରେ ତାଙ୍କର ୬୭ତମ ୫୦ ବା ତଦୁର୍ଦ୍ଧ୍ୱ ସ୍କୋର ଥିଲା।

ଫଳସ୍ୱରୂପ, ସେ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଅତିକ୍ରମ କରି ଆଇପିଏଲ ଇତିହାସରେ ସର୍ବାଧିକ ୫୦+ ସ୍କୋର କରିଥିବା କ୍ରିକେଟର ହୋଇଛନ୍ତି। କୋହଲି ୫୯ ଅର୍ଦ୍ଧଶତକ ଓ ୮ ଶତକ ସହିତ ଏହି କୃତିତ୍ୱ ହାସଲ କରିଛନ୍ତି।

ଆଇପିଏଲରେ ସର୍ବାଧିକ ୫୦+ ସ୍କୋର
୬୭ – ବିରାଟ କୋହଲି (୮ x ୧୦୦)
୬୬ – ଡେଭିଡ ଓ୍ୱାର୍ଣ୍ଣର (୪ x ୧୦୦)
୫୩ – ଶିଖର ଧାୱାନ (୨ x ୧୦୦)
୪୫ – ରୋହିତ ଶର୍ମା (୨ x ୧୦୦)
୪୩ – କେଏଲ ରାହୁଲ (୪ x ୧୦୦)
୪୩ – ଏବି ଡି ଭିଲିୟର୍ସ (୩ x ୧୦୦)

ମ୍ୟାଚ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ଓ ଦେବଦତ୍ତ ପାଡିକ୍କଲ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଥିଲା।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଭଲ ଓପନିଂ କରିଥିଲେ ହେଁ ସମ୍ମାନଜନକ ସ୍କୋର କରିପାରି ନ ଥିଲା। କାରଣ ଅଧିକାଂଶ ବ୍ୟାଟର ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଦୁଇ ଓପନର ପ୍ରୀୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ଯଥାକ୍ରମେ ୨୨ ଓ ୩୩, ମିଡିଲ ଅର୍ଡରରେ ଜୋଶ ଇଙ୍ଗଲିଶ ୨୯ ରନକରି ଆଉଟ ହୋଇଥିଲେ। ଶଶାଙ୍କ ସିଂ ୩୩ ଓ ମାର୍କୋ ଜାନସେନ ୨୫ ରନରେ ଅପରାଜିତ ରହିବାରୁ ଦଳର ସ୍କୋର ୧୫୦ ଅତିକ୍ରମ କରିଥିଲା। ଆରସିବି ବୋଲରଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ଓ ସୂୟାସ ଶର୍ମା ୨ଟି ଲେଖାଏ ଓ ରୋମାରିଓ ଶେଫର୍ଡ ଗୋଟିଏ ଉଇକେଟ ନେଇଥିଲେ।

୧୫୮ ରନ ବିଜୟ ଲକ୍ଷ୍ୟରେ ଆରସିବି ମାତ୍ର ୬ ରନରେ ଫିଲ୍‌ ସଲ୍ଟଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ବିରାଟ କୋହଲି ଓ ଦେବଦତ୍ତ ପଡିକାଲ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି (୬୯ ବଲ୍‌ରୁ ୧୦୩ ରନ) ଗଢ଼ି ଦଳକୁ ବିଜୟୀ କରିଥିଲେ। ପଡିକାଲ ୩୫ ବଲ୍‌ରୁ ୬୧ (୫ ଚୌକା, ୪ ଛକା) ରନକରି ଆଉଟ ହୋଇଥିବାବେଳେ କିଙ୍ଗ୍‌ କୋହଲି ୫୪ଟି ବଲ୍‌ର ସମ୍ମୁଖୀନ ହୋଇ ୭୩ (୭ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri